EnewsOdia.Com

ଭାରତରେ ପହଞ୍ଚିଲା ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ କାର ବିଷ୍ଟ୍-୨.୦

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି । ଏହା ପୂର୍ବରୁ ତାଙ୍କ ବିଶ୍ୱବିଖ୍ୟାତ ଲିମୋଜିନ କାର ‘ବିଷ୍ଟ୍‍’ ଭାରତର ପହଞ୍ଚିସାରିଛି । ଏହି କାରକୁ ବିଶ୍ୱର ସବୁଠାରୁ ସୁରକ୍ଷିତ ଓ ଅତ୍ୟାଧୁନିକ କାର ବୋଲି କୁହାଯାଉଛି । ଏହି କାରର ବିଶେଷତ୍ୱ ହେଉଛି ଏହି କାର ଉପରେ କ୍ଷେପଣାସ୍ତ୍ର ବା ବୋମା ମାଡ଼ କଲେ ମଧ୍ୟ ଏଥିରେ ବସିଥିବା ରାଷ୍ଟ୍ରପତି ସୁରକ୍ଷିତ ରହିପାରିବେ । ଭାରତକୁ ଆସିଥିବା ଲିମୋଜିନଟି ୨୦୧୮ରେ ଆମେରିକା ରାଷ୍ଟ୍ରପତିଙ୍କ ସେବାରେ ସାମିଲ ହୋଇଥିଲା । ଏହାକୁ କୁହାଯାଉଛି ବିଷ୍ଟ୍‍୨.୦ ।

ଏହି କାରକୁ ସ୍ୱତନ୍ତ୍ରଭାବେ ଜେନେରାଲ ମୋଟର୍ସ ପକ୍ଷରୁ ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ନିର୍ମାଣ କରାଯାଇଥାଏ । ସମଗ୍ର ବିଶ୍ୱରେ ଏହି କାର ଅନ୍ୟ କୌଣସି ଦେଶକୁ ବିକ୍ରି କରେ ନାହିଁ ଏହି କମ୍ପାନି । ଏହି କାରକୁ ଏକ ସ୍ୱତନ୍ତ୍ର କାର୍ଗୋର୍ ବିମାନ ସି-୧୭ ଗ୍ଲୋବମାଷ୍ଟର ମାଧ୍ୟମରେ ପ୍ରେରଣ କରାଯାଇଥାଏ । ଭାରତକୁ ମଧ୍ୟ ଏହି ବିମାନରେ ବିଷ୍ଟ୨.୦ ଆସିଛି ।

ଏହାର ଏକ ବଡ଼ ବିଶେଷତ୍ତ୍ୱ ହେଉଛି ଏଥିରେ ରହିଛି ଆମେରିକାର ନ୍ୟୁକ୍ଲିଅର କୋଡ । ଏହି କାର ମଧ୍ୟରୁ ଆମେରିକା ରାଷ୍ଟ୍ରପତି ପରମାଣୁ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇପାରିବେ । ଇନଫ୍ରାରେଡ ସିଷ୍ଟମ ରହିଛି, ଫଳରେ ଏହା ରାତିଅନ୍ଧାରରେ ଚାଲିପାରିବ । ଏଥିରେ ନିଜସ୍ୱ ଅମ୍ଲଜାନ ବ୍ୟବସ୍ଥା ରହିଛି । ଏଥିରେ କେତେକ ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି, କିନ୍ତୁ ଏ ସଂପର୍କରେ ଆମେରିକାର ଗୁଇନ୍ଦା ସଂସ୍ଥା କୌଣସି କଥା ପ୍ରକାଶ କରେ ନାହିଁ ।

ପଢନ୍ତୁ: ପ୍ରଖ୍ୟାତ ବଙ୍ଗଳା ଅଭିନେତା ତଥା ପୂର୍ବତନ ସାଂସଦ ତାପସ ପାଲଙ୍କ ପରଲୋକ

ସମ୍ବନ୍ଧିତ ଖବର

ବିବାହ ବନ୍ଧନରେ ବାନ୍ଧିହେବେ ସାଉଥ ସୁପରଷ୍ଟାର ନିତୀନ

Ratnamani Maharana

‘କାଳିଆ’ ଟଙ୍କା ପାଉଛନ୍ତି ପୂର୍ବତନ ବିଧାୟକଙ୍କ ବୋହୂ

Ratnamani Maharana

ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଘେରିଗଲେ ଷଣ୍ଢପଲ

Ratnamani Maharana

ଭୁବନେଶ୍ବର ୟୁନିଟ-୨ରେ ଭଙ୍ଗା ହେଲା ୮୮ ଦୋକାନ

Ratnamani Maharana

ଇଚ୍ଛା ମୃତ୍ୟୁ ପାଇଁ ୨୪ବର୍ଷର ଯୁବତୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

Ratnamani Maharana

ଏପ୍ରିଲ ୫ରୁ ୩୬ତମ ଭୁବନେଶ୍ୱର ପୁସ୍ତକ ମେଳା

Ratnamani Maharana