LIFESTYLE

ତ୍ଵଚାର ତେଲିଆ ଅଂଶକୁ ଦୂର କରେ “ପାନପତ୍ର”, ଜାଣନ୍ତୁ କିପରି କରିବେ ଏହାର ବ୍ୟବହାର

ତ୍ଵଚା ପାଇଁ ପାନ ପତ୍ର

ଯୁବପିଢୀଙ୍କର ସବୁଠୁ ବଡ ଚିନ୍ତା କେମିତି ସୁନ୍ଦର ଦିଶିବେ । ଏଥିପାଇଁ ତ୍ଵଚାରେ ଉଜ୍ଵଳତା ରହିବା ଦରକାର। ବୟସ ବଢିବା ସଙ୍ଗେ ସଙ୍ଗେ ତ୍ଵଚାର ଚମକ କମିବାର ଦେଖାଯାଏ। ତେଣୁ ଏହାର ଚମକକୁ ସେମିତି ସତେଜ ରଖିବା ପାଇଁ ଆମେ ବିଭିନ୍ନ ପ୍ରକାର କେମିକାଲ ପ୍ରଡକ୍ଟକୁ ବ୍ୟବହାର କରିଥାଉ। ବିଶ୍ୱସ ଥାଏ ଏହି ବିୟୁଟି ପ୍ରଡକ୍ଟ ତ୍ଵଚାର ଚମକ ଫେରାଇ ଆଣିବ, କିନ୍ତୁ ପରିଣତି ହେଇଥାଏ ଓଲଟା। କେମିକାଲ ପ୍ରଡକ୍ଟର ବ୍ୟବହାର ଆମ ତ୍ଵଚାକୁ ଆହୁରି ଖରାପ କରିଦେଇଥାଏ। କିନ୍ତୁ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ତ୍ଵଚାର ଚମକ ଫେରାଇ ଆଣିବା ପାଇଁ ଓ ମୁହଁରେ ରହିଥିବା ବ୍ରଣର ଦାଗକୁ କମାଇବା ପାଇଁ ଏକ ଘରୋଇ ଉପାୟ ରହିଛି।

betal

ପାନପତ୍ର ଦ୍ଵାରା ଆପଣ ତ୍ଵଚାର ବିଭିନ୍ନ ସମସ୍ୟାକୁ ମଧ୍ୟ କରିପାରିବେ। ପାନପତ୍ରରେ ବହୁତ ଔଷଧୀୟ ଗୁଣ ରହିଛି। ଥଣ୍ଡା ଓ କାଶ ହୋଇଥିଲେ ପାନପତ୍ରକୁ ଛେଚି ଏହାର ରସକୁ ପିଇଲେ ଏହା ଦୂର ହୋଇଯାଇଥାଏ। ସେହିପରି ଏହି ପାନପତ୍ର ସୌନ୍ଦର୍ଯ୍ୟ ଉପଚାରର ମଧ୍ୟ ଏକ ମାଧ୍ୟମ ଅଟେ, ଯାହାଦ୍ୱାରା ଆପଣଙ୍କ ତ୍ଵଚାର ବହୁତ ସମସ୍ୟା ଦୂର ହୋଇଯାଏ।

  • ଯଦି ଆପଣଙ୍କ ତ୍ଵଚା ଅଧିକ ତେଲିଆ ହୋଇଥାଏ ପାନପତ୍ରକୁ ବ୍ୟବହାର କରନ୍ତୁ। ୧ଲିଟର ପାଣିରେ ୧୦ଟି ପାନପତ୍ର ସିଝାଇ, ପାଣି ଟିକେ ଥଣ୍ଡା ହେବାପରେ ମୁହଁ ଧୁଅନ୍ତୁ। ପ୍ରତିଦିନ ଶୋଇବା ଆଗରୁ ଏପରି କରିବା ଦ୍ଵାରା ତେଲିଆ ଅଂଶ ଦୂର ହୋଇଯିବ।
  • ମୁହଁରେ ହେଉଥିବା କଳଦାଗକୁ ଦୂର କରିବାରେ ପାନପତ୍ର ବହୁତ ସହାୟକ ହୋଇଥାଏ। ପାନପତ୍ରର ଏକ ଫେଷ୍ଟ କରି ମୁହଁରେ କଳାଦାଗ ହୋଇଥିବା ସ୍ଥାନରେ ଲଗାନ୍ତୁ। କିଛିଦିନ ଏପରି କରିବ ଦ୍ଵାରା ଏହି ଦାଗ ସଂପୂର୍ଣ୍ଣ ଦୂର ହୋଇଯିବ।
  • ଯେଉଁ ମାନଙ୍କର ରଙ୍ଗ ଶ୍ୟାମଳ ହୋଇଥାଏ ପାନ ପତ୍ର ଦ୍ଵାରା ମୁହଁର ତ୍ଵଚ୍ଚାକୁ ଉଜ୍ଜ୍ଵଳ କରିପାରିବେ। ଏଥିପାଇଁ ୧୦ଟି ପାନପତ୍ର ନେଇ ଏହାକୁ ସିଝାନ୍ତୁ। ପତ୍ର ନରମ ହୋଇଗଲାପରେ ଏହାକୁ ମୁହଁରେ ଘଷନ୍ତୁ। ସପ୍ତାହକୁ ଏହିପରି ଦୁଇଥର କରିବା ଦ୍ଵାରା ଆପଣଙ୍କ ତ୍ଵଚ୍ଚାରେ ଉଜ୍ଜ୍ଵଳ ଆସିବ।

ପଢନ୍ତୁ; ବ୍ରେକଅପ ପରେ ଆପଣ ଅବସାଦରେ ରହୁଛନ୍ତି କି ? ତେବେ ଆପଣାନ୍ତୁ ଏହି ସବୁ ଉପାୟ

Related posts

ଗୋଲମରିଚ ଅନେକ ରୋଗ ଭଲ କରିବାରେ ସହାୟକ ହୋଇଥାଏ ,ଜାଣନ୍ତୁ ଏହାର ଫାଇଦା ବିଷୟରେ

ENO Beuro

ଓଜନ ବୃଦ୍ଧି କରିବାରେ ନିୟନ୍ତ୍ରଣ କରିଥାଏ ଏହି ପାନୀୟ ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ଆପଣ ଜାଣିଛନ୍ତି କି ? ତମ୍ବା ବାସନରେ ପାଣି ପିଇବା ଦ୍ଵାରା ମିଳିଥାଏ ଅନେକ ଫାଇଦା! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

1 comment

Leave a Comment