LIFESTYLE

କଳାଜିରାର ବ୍ୟବହାର କରି କିପରି ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିବେ, ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ

ସାଧାରଣତଃ ରୋଷେଇଘରେ ଆମେ ଜୀରାମସଲାର ବହୁଳ ବ୍ୟବହାର କରିଥାଉ। ଠିକ ସେହିପରି କଳା ଜୀରା ରହିଛି ଏହା ଦେଖିବାକୁ କଳା ରଙ୍ଗର ଏବଂ ସ୍ଵାଦରେ ଭରପୁର ରହିଥାଏ। ଏହା କେବଳ ଖାଇବାରେ ସ୍ଵାଦ ବଢାଇନଥାଏ ତା ସହ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିଥାଏ। ଏପରି କିଛି ଦେଶୀ ଉପାୟ ଅଛି ଯାହା ଆପଣଙ୍କୁ ସୁନ୍ଦର କରିବା ସହ ଆପଣଙ୍କ ତ୍ୱଚାକୁ ଚମକ ପ୍ରଦାନ କରିଥାଏ। ଆଉ ଏ କ୍ଷେତ୍ରରେ କଳାଜିରା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ।

ଆସନ୍ତୁ ଜାଣିବା ସୌନ୍ଦର୍ଯ୍ୟ ପାଇଁ କପରି କରିବେ କଳାଜିରାର ବ୍ୟବହାର-

  • କଳାଜିରାକୁ ଗୁଣ୍ଡକରି ଏଥିରେ ଲହୁଣୀ ମିଶାଇ ବ୍ୟବହାର କରିବା ଦ୍ୱରା ମୁହଁରେ ଦେଖାଯାଉଥିବା ଭାଙ୍ଗ ଦୂର ହୋଇଥାଏ। ଏହି ଜିରାକୁ ପେଷ୍ଟସହ ଦହି ମିଶାଇ ଚୁଟିରେ ଲଗାଇବା ଦ୍ୱାରା କେଶରେ ଚମକ ଆସିଥାଏ।
  • ଆପଣଙ୍କ ଗୋଡ ଫାଟୁଥିଲେ କଳାଜିରା ପେଷ୍ଟ ସହ ଲେମ୍ବୁରସ ଓ ଲହୁଣୀ ମିଶାଇ ଲଗାଇବା ଦ୍ୱାରା ଗୋଡ ଫାଟିବା ବନ୍ଦ ହୋଇଥାଏ। କଳାଜିରା ଓ ବାଦାମକୁ ଗୁଣ୍ଡକରି ସେଥିରେ କ୍ଷୀର ମିଶାଇ ତ୍ୱଚାରେ ଲଗାଇଲେ ତ୍ୱଚା ନରମ ହୋଇଥାଏ।
  • କଳାଜିରା ପେଷ୍ଟକୁ ମହୁରେ ମିଶାଇ ମୁହଁରେ ଲଗାଇଲେ ମୁହଁ ଉଜ୍ଜଳ ଦେଖାଯାଇଥାଏ।
  • କଳାଜିରା ଗୁଣ୍ଡକୁ ସୋରିଷ ତେଲରେ ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚାର ଶୁଷ୍କତା ଦୂର ହୋଇଥାଏ।
  • କଳାଜିରା ଓ ମେଥି ଗୁଣ୍ଡକୁ ନଡିଆ ତେଲରେ ମିଶାଇ କେଶରେ ଲଗାଇବା ଦ୍ୱାରା କେଶ ଝଡିବା ବନ୍ଦ ହୋଇଥାଏ।
  • ଲେମ୍ବୁ ରସରେ କଳାଜିରାର ପେଷ୍ଟ ମିଶାଇ ମୁହଁରେ ଲଗାଇବା ଦ୍ୱାରା ମୁହଁରେ ଉଠିଥିବା ବ୍ରଣ ଦୂର ହୋଇଥାଏ।
  • କଳାଜିରା ଓ ଅଲିଭ୍ ଅଏଲର ମିଶ୍ରଣକୁ ଶରୀରରେ ଲଗାଇବା ଦ୍ୱାରା ମୃତ କୋଷ ହଟିଯିବା ସହ କଳାପଣରୁ ମଧ୍ୟ ରକ୍ଷା ମିଳିଥାଏ।

ପଢନ୍ତୁ;

ପୁରୁଷମାନେ କାହିଁକି ଦାଢି ରଖିବାକୁ ପସନ୍ଦ କରିଥାନ୍ତି ? ଜାଣନ୍ତୁ ଏହା ପଛରେ ଲୁଚିଥିବା ରହସ୍ୟ ସମ୍ପର୍କରେ

Related posts

ଗରୁଡ଼ ପୁରାଣ ଅନୁସାରେ ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କୁ ସତ କହୁଛି କି ମିଛ କହୁଛି କିପରି ଜାଣିବେ?

ENO Beuro

ସାମ୍ବର ଖାଇବା ଦ୍ଵାରା କଣ ଉପକାର ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଆପଣ ଜାଣିଛନ୍ତି କି? ସକାଳେ ଜଳଖିଆ ନ ଖାଇବା ଦ୍ଵାରା ବଢିଥାଏ ଓଜନ! ଜାଣନ୍ତୁ ଏହାର କାରଣ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More