• Home
  • LIFESTYLE
  • କେବଳ ସ୍ୱାଦ ନୁହେଁ ସୌନ୍ଦର୍ଯ୍ୟକୁ ମଧ୍ୟ ବଢାଇଥାଏ ମେଥି ! ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ
LIFESTYLE

କେବଳ ସ୍ୱାଦ ନୁହେଁ ସୌନ୍ଦର୍ଯ୍ୟକୁ ମଧ୍ୟ ବଢାଇଥାଏ ମେଥି ! ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ

ମେଥି  ଅନେକ ରୋଗକୁ ହରଣ କରିଥାଏ ।  ଏହାର ବ୍ୟବହାର ପୁରାତନ କାଳରୁ ରହି ଆସିଛି । ଆୟୁର୍ବେଦରେ ମେଥିର ଭୂମିକା ଅନନ୍ୟ ।  ଏହାର ବ୍ୟବହାର କେବଳ ସ୍ୱାଦ ବଢାଇବା ଲାଗି ନୁହେଁ , ସୌନ୍ଦର୍ଯ୍ୟ ବଢାଇବାରେ ମଧ୍ୟ ସହାୟକ ହୋଇଥାଏ ।

କେବଳ ସ୍ୱାଦ ନୁହେଁ ସୌନ୍ଦର୍ଯ୍ୟକୁ ମଧ୍ୟ ବଢାଇଥାଏ ମେଥି ! ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ fenugreek

ତେବେ ଜାଣନ୍ତୁ ମେଥି ଆମର କି କି ଉପକାର ଆଉ ଉପଚାରରେ ଆସିଥାଏ –

  • ମେଥିରୁ ପ୍ରସ୍ତୁତ ଫେସପ୍ୟାକ୍ ବ୍ରଣ , ଚର୍ମକୁଂଚନ, ବ୍ଲାକ୍ ହେଡସ ଆଦିରୁ ରକ୍ଷା କରିଥାଏ । ଅଳ୍ପ ପାଣିରେ ମେଥି ପକାଇ ପୁଟାଇବା ପରେ ସେହି ପାଣିରେ ମୁହଁ ଧୁଅନ୍ତୁ । ଆହୁରି ମଧ୍ୟ ମେଥି ପତ୍ରକୁ ବାଟି ତାକୁ ଲଗାଇ ପାରିବେ । ଏହାକୁ ଲଗାଇବା ପରେ ପ୍ରାୟ ୨୦ ମିନିଟ୍ ଛାଡି ମୁହଁକୁ ଧୋଇ ଦିଅନ୍ତୁ । ଏପରି କଲେ ମୁହଁରେ ଚମକ ବଢିଯିବ ।
  • ନିଜର ପ୍ରତିଦିନର ଖାଦ୍ୟରେ ଯଦି କିଛି ମେଥି ନିଅନ୍ତି ତେବେ ଏହା ଅମ୍ଳରୁ ରକ୍ଷା କରିବା ସହ ଛାତି ପୋଡାଜଳାରୁ ରକ୍ଷା କରିଥାଏ । ତେବେ ମେଥିର ବ୍ୟବହାର ପୂର୍ବରୁ ତାକୁ ପାଣିରେ ଭିଜାଇ ରଖନ୍ତୁ ।
  • ମଧୁମେହ ଠାରୁ ଦୂରେଇ ରହିବା ପାଇଁ ଚାହୁଁଥିଲେ ପ୍ରତିଦିନ ଏକ ଚାମଚ ମେଥିଦାନା ପାଉଡର୍ ପାଣି ସହ ସେବନ କରନ୍ତୁ । ଏହାବାଦ୍ ଏକ ଚାମଚ ମେଥିକୁ ଗୋଟେ କପ୍ ପାଣିରେ ରାତିସାରା ଭିଜାଇ ରଖନ୍ତୁ । ସକାଳୁ ଏହି ପାଣିକୁ ପିଅନ୍ତୁ । ଏହା ଦ୍ୱାରା ଓଜନ ମଧ୍ୟ ସନ୍ତୁଳିତ ରହିଥାଏ ।
  • ଯଦି ଆପଣଙ୍କ ଚୁଟି ଝଡି ପତଳା ହୋଇଗଲାଣି ତେବେ ନଡିଆ ତେଲରେ ମେଥି ପକାଇ ସିଝାଇ ଦିଅନ୍ତୁ । ଏହି ତେଲକୁ ରାତି ସାରା ରଖି ପରଦିନ ସକାଳେ ଲଗାନ୍ତୁ । ଏପରି ନିୟମିତ କଲେ ବାଳ ଝଡିବା କମି ଯାଇଥାଏ ।
  •  ମୁଣ୍ଡରେ ମେଥି ଦାନାର ପେଷ୍ଟ ଲଗାଇଲେ ଚୁଟି କଳା ହେବା ସହ ଘନ ହୋଇଥାଏ ।
  • ଗୋଟିଏ ଚାମଚ୍ ଲମ୍ବୁ ରସ, ମହୁ ସହ ମେଥି ଖାଇବା ଦ୍ୱାରା ଥଣ୍ଡା, ଜ୍ୱର, କାଶ ଏବଂ ଗଳାକଷ୍ଟରୁ ରକ୍ଷା ମିଳିଥାଏ।

କେବଳ ସ୍ୱାଦ ନୁହେଁ ସୌନ୍ଦର୍ଯ୍ୟକୁ ମଧ୍ୟ ବଢାଇଥାଏ ମେଥି ! ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ fenugreek 11

ପଢନ୍ତୁ ;

ରାତ୍ରିଭୋଜନରେ ବେଶି ଖାଦ୍ୟ ଗ୍ରହଣ କରୁଛନ୍ତି କି ? ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ! ଜାଣନ୍ତୁ ଏହାର କାରଣ

Related posts

ଶ୍ୱାସ ଜନିତ ସମସ୍ୟାରୁ ରକ୍ଷା ଦେଇଥାଏ “ହେଙ୍ଗୁ” ,ଆସନ୍ତୁ ଜାଣିବା ଏହାର କିଛି ଔଷଧୀୟ ଗୁଣ ସଂପର୍କରେ

Krishna Kumar Manoj

ଗ୍ରୀଷ୍ମ ଦିନରେ ପ୍ରଚୁର ପାଣି ପିଇବା ଦ୍ଵାରା ଅମକୁ କେଉଁ ରୋଗରୁ ମୁକ୍ତି ମିଳେ ଜାଣନ୍ତୁ ?

Krishna Kumar Manoj

ଶୋଇବା ବେଳେ ଘୁଙ୍ଗୁଡି ଆସୁଛି କି? ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ସରଳ ଉପାୟ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More