LIFESTYLE

କେବଳ ଚା’ର ସ୍ଵାଦ ନୁହେଁ ସୁନ୍ଦରତା ମଧ୍ୟ ବଢାଇଥାଏ “ଅଦା” ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ଅଦାକୁ ତାଜା ଏବଂ ଶୁଖା ଦୁଇଟି ହିସାବରେ ବ୍ୟବହାର କରିପାରିବେ। ରୋଷେଇଘରେ ଅଦାର ଏକ ଗୁରୁତ୍ଵପୂର୍ଣ ଜାଗା ରହିଥାଏ। ଏହା ଥଣ୍ଡା, ଜର, କାଶ ଏଭଳି ସମସ୍ୟା ପାଇଁ ବେସ ଲାଭଦାୟକ ହୋଇଥାଏ। ଅଦାର ଏପରି ବ୍ୟବହାର ଆମେ ଆପଣଙ୍କୁ  ଜଣାଇବୁ ଆପଣ ଚକିତ ହୋଇଯିବେ। ଆପଣ ଜାଣିଛନ୍ତି କି ? ଅଦାକୁ ସୁନ୍ଦରତା ବୃଦ୍ଧି କରିବାରେ ବ୍ୟବହାର କରାଯାଇଥାଏ। ତ୍ୱଚା ଏବଂ କେଶ ଜାତୀୟ ଅନେକ ସମସ୍ୟା ଦୂର କରିଥାଏ ଅଦା।

ଆସନ୍ତୁ ଜାଣିବା ଅଦାର ଫାଇଦା ସମ୍ପର୍କରେ-

  • ଦୁଇ ଚାମଚ ଗୋଲାପ ଜଳରେ ଏକ ଚାମଚ ଲେଖାଏଁ ଅଦା ରସ ଓ ମହୁ ଫେଣ୍ଟି ମୁହଁ, ବେକରେ ଲଗାନ୍ତୁ । କିଛି ସମୟ ପରେ ଥଣ୍ଡା ପାଣିରେ ଧୁଅନ୍ତୁ । ଦେହ ଥଣ୍ଡା ରହିବା ସହ ଘିମିରି ସମସ୍ୟା ହେବ ନାହିଁ।
  • ଅଦା ରସ ଓ ଅଲିଭ୍ ତେଲକୁ ମିଶ୍ରିତ କରି  ଓଠରେ ଲଗାନ୍ତୁ । କଳା ଓଠ ଧୀରେ ଧୀରେ ସଫା ପଡ଼ିବ।
  • ଗାଧୋଇବା ପୂର୍ବରୁ ଅଲିଭ୍ ତେଲରେ ସମାନ ପରିମାଣର ଚିନି, ଅଦା ରସ, ଲେମ୍ବୁ ରସ ପକାଇ ଲଗାଇଲେ ତ୍ୱଚାରେ ଚମକ ଆସିଥାଏ।
  • ଅଦା ଏଣ୍ଟିଅକ୍ସିଡେଣ୍ଟ୍ ଯୁକ୍ତ ହୋଇଥିବାରୁ ଉଭୟ ତ୍ୱଚା ଓ କେଶ ପାଇଁ ଉପକାରୀ । କପେ ଅଦା ରସରେ ଏକ ଚାମଚ ମହୁ ମିଶାଇ ତୁଳା ଦ୍ୱାରା ମୁହଁରେ ଲଗାନ୍ତୁ । ଅଧ ଘଣ୍ଟା ପରେ ଥଣ୍ଡା ପାଣିରେ ଧୁଅନ୍ତୁ । କଳା ଦାଗ ଲିଭିବା ସହ ତ୍ୱଚାର ଚମକ ବଢ଼ିବ।
  • ଅଳ୍ପ ପାଣିରେ ଦୁଇ ଚାମଚ ଆଲମଣ୍ଡ୍ ତେଲ, କିଛି ଗୋଲାପ ପାଖୁଡ଼ା ଓ ଖଣ୍ଡେ ଅଦା ପକାଇ ପାଦ ବୁଡ଼ାଇରଖନ୍ତୁ । ଗୋଇଠି ଦାଗ ଲିଭିଯିବ।

ପଢନ୍ତୁ;

ଫାଇଟର ଜେଟ୍‌କୁ ସଫଳତାର ସହ ଉଡ଼ାଇ ଏକ ନୂଆ ରେକର୍ଡ ସ୍ଥାପନ କଲେ ଅବନୀ ଚତୁର୍ବେଦୀ

Related posts

ଆପଣ ଜାଣିଛନ୍ତି କି ଜୋତା ପିନ୍ଧାରୁ ଜାଣିହେବ ମହିଳାଙ୍କ ସ୍ଵଭାବ କେମିତି ?

ENO Beuro

ଆସନ୍ତୁ ଜାଣିବା ଭ୍ରମଣ ସମୟରେ ଅର୍ଥକୁ କିପରି ସୁରକ୍ଷିତ ରଖିବେ

ENO Beuro

ଖରାଦିନେ ଲିଚୁ ବଗିଚାର ଯତ୍ନ କିପରି ନେବେ ଜାଣନ୍ତୁ ?

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More