LIFESTYLE

ତ୍ୱଚାକୁ ଉଜ୍ଜଳ କରିବା ସହିତ ଚିକ୍କଣ କରିବାରେ ସାହାଯ୍ୟ କରିଥାଏ “ବରଫ” , ଆସନ୍ତୁ ଜାଣିବା ଏହାର କିଛି ଫାଇଦା ବିଷୟରେ

ବରଫର ବ୍ୟବହାର ଘରେ ହେଉ କିମ୍ବା ବାହାରେ ଅନେକ କାମରେ ଆମେ କରିଥାଉ  । ଶରୀରର କୌଣସି ସ୍ଥାନରେ ଆଘାତ ପାଇ ଫୁଲି ଯାଇଥିଲେ ବରଫ ବ୍ୟବହାର କରାଯାଏ । ଯାହା ଦ୍ୱାରା ଆମକୁ ଆରାମ ମିଳିଥାଏ । ବରଫର ଫାଇଦା ବିଷୟରେ ସମସ୍ତେ ଜାଣନ୍ତି । ବରଫକୁ ଜୁସ, ସରବତ କିମ୍ବା କୋଲ୍ଡ ଡ୍ରିଙ୍କରେ ମିଶା ଯାଇଥାଏ । ଏହା ବ୍ୟତୀତ କେତେକ ଜିନିଷକୁ ଥଣ୍ଡା କରିବା ପାଇଁ ମଧ୍ୟ ବରଫକୁ ବ୍ୟବହାର କରାଯାଏ । କିନ୍ତୁ ଏସବୁ ବ୍ୟତୀତ ବରଫର ଏଭଳି କିଛି ଫାଇଦା ରହିଛି ଯାହା ବିଷୟରେ ସମସ୍ତେ ଜାଣି ନଥିବେ ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

ଚେହେରା ପାଇଁ ବିଭିନ୍ନ ଜିନିଷ ବ୍ୟବହାର କରାଯାଏ । ଯାହା ଦ୍ୱାରା ଚେହୋରାର ରଙ୍ଗ ଏବଂ ତ୍ୱଚାରେ ପରିବର୍ତ୍ତନ ଆସିଥାଏ । କିନ୍ତୁ ଚେହୋରା ପାଇଁ ବରଫ କେତେ ଲାଭଦାୟକ ତାହା ସମସ୍ତେ ଜାଣି ନଥାନ୍ତି । ଏହା ଖୁବ ସହଜରେ ଉପଲବ୍ଧ । ଚେହେରା ପାଇଁ ବରଫ ଖୁବ ଲାଭଦାୟକ  ଅଟେ  । ଏହା ତ୍ୱଚାକୁ ଉଜ୍ଜଳ କରିବା ସହିତ ଚିକ୍କଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ବର୍ଣ୍ଣ କାରଣରୁ ତ୍ୱଚାରେ କଳା ଦାଗ ହୋଇ ଯାଇଥାଏ । ତ୍ୱଚାର ସେହି ସ୍ଥାନରେ ବରଫ ମାଲିସ କରିବା ଦ୍ୱାରା କଳା ଦାଗ ଦୂର ହୋଇଥାଏ ।

ଏହା ସହିତ ଲିପଷ୍ଟିକ ଲଗାଇବ ପୂର୍ବରୁ ଓଠରେ ବରଫ ଘଷିଲେ ଓଠକୁ ଉପଯୁକ୍ତ ଆକାର ଦେବାରେ ସହଜ ହୋଇଥାଏ । ଲିପଷ୍ଟିକ ବିଛୁରିତ ହୋଇ ନଥାଏ । ତେଣୁ କୌଣସି କସମେଟିକ ପରିବର୍ତ୍ତେ ବରଫକୁ ବ୍ୟବହାର କରାଯାଇ ପାରିବ ।
ବ୍ଲିଚ କରିସାରିବା ପରେ ଚେହେରାରେ ବରଫ ଘସିବା ଦ୍ୱାରା ହେବାକୁ ଥିବା ର୍ୟାସେସରୁ ରକ୍ଷା କରିଥାଏ । ଥ୍ରେଡିଙ୍ଗ କିମ୍ବା ୱାସିଙ୍ଗ କରିବା ପୂର୍ବରୁ ଯଦି ସେହି ସ୍ଥାନରେ କିଛି ବରଫ ମାଲିସ କରାଯାଏ ତେବେ କଷ୍ଟ ହୋଇ ନଥାଏ ।

ପଢନ୍ତୁ ;

ଆସନ୍ତୁ ଜାଣିବା, ଅଭିନେତ୍ରୀ ମହାଶ୍ୱେତାଙ୍କ ସଂପର୍କରେ କିଛି ଅଜଣା କଥା

Related posts

ଜୀବନରେ ସଫଳତା ଚାହୁଛନ୍ତି କି ? ତେବେ ଏହି ୪ଟି ଭୁଲ କରନ୍ତୁ ନାହିଁ

ENO Beuro

ସୋସିଆଲ୍‌ ମିଡିଆରେ ଅଧିକ ସମୟ ନଷ୍ଟ କରୁଛନ୍ତି କି!!! ତେବେ ଆପଣାନ୍ତୁ ଏହି ସରଳ ଉପାୟ

Ratnamani Moharana

ମୋଟା ପଣ ପାଇଁ ଚିନ୍ତିତ ଅଛନ୍ତି କି ?ତେବେ ଓଜନ ହ୍ରାସ ପାଇଁ ଖାଆନ୍ତୁ ବ୍ରାଉନ ରାଇସ

ENO Beuro

Leave a Comment