LIFESTYLE

ଦେହରେ ଲେମ୍ବୁ ରସ ଲଗାଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଆସନ୍ତୁ ଜାଣିବା

ଲେମ୍ବୁରେ ଅନେକ ଗୁଣ ଭରପୁର ହୋଇ ରହିଥାଏ। ଲେମ୍ବୁ ଖାଇବା ଶରୀର ପାଇଁ ବେଶ ଲାଭଦାଯକ ହୋଇଥାଏ। ମହିଳାମାନେ ଏହାକୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରିଥାନ୍ତି। ଲେମ୍ବୁରେ ପ୍ରଚୁର ପରିମାଣରେ ସାଇଟ୍ରିକ୍‌ଏସିଡ଼୍‌ ରହିଥାଏ। ଏଥିରେ ଭିଟାମିନ୍‌- ସି, ଭିଟାମିନ୍‌-ବି, ଲୌହ, କ୍ୟାଲସିୟମ, ଫସଫରସ୍‌ ତଥା ପଟାସିୟମ୍‌ ଆଦି ରହିଥାଏ।

ଲେମ୍ବୁର ଉପକାରିତା-

ଗୋଡ,ହାତର କଳା ଅଂଶକୁ ଦୂର କରିବାକୁ ଲେମ୍ବୁ ବ୍ୟବହାର କରାଯାଇଥାଏ। କେଶ ରଙ୍ଗ କରି ଯଦି ବିରକ୍ତ ହୋଇଯିବେଣି ତେବେ ଏହାକୁ ଛଡାଇବା ଲାଗି ଆପଣ ଲେମ୍ବୁ ରସକୁ ବ୍ୟବହାର କରିପାରିବେ। କାରଣ ଏଥିରେ ଥିବା ସାଇଟ୍ରିକ୍ ଏସିଡ୍ ଯୋଗୁଁ ରଙ୍ଗ ସହଜରେ ଛାଡିଯାଇଥାଏ।

ଗୋଟିଏ ଲେମ୍ବୁରୁ ମିଳୁଥିବା ଭିଟାମିନ ସି’ର ପରିମାଣ ୬ ଟି ଗାଜର,୬ଟି ଟମାଟୋ, ୬ ଟି ସେଓ ଏବଂ ୭୦ ଟି ପାଳଙ୍ଗପତ୍ରରୁ ମିଳୁଥିବା ଭିଟାମିନ୍‌ ସି’ ସହ ସମାନ ରହିଥାଏ। ବଟାହଳଦୀ ସହ ଲେମ୍ବୁରସ ମିଶାଇ ତ୍ୱଚାରେ ଲଗାଇଲେ ଅନେକ ଚର୍ମରୋଗ ଦୂର ହୋଇଥାଏ।

ଲେମ୍ବୁରସରେ ସମ ପରିମାଣ କାକୁଡି ରସ ଓ କ୍ଷୀର ମିଶାଇ ଲଗାଇଲେ ଚର୍ମ ପରିଷ୍କାର ରହେ। ଚର୍ମର ଶୁଷ୍କତା ଦୂର କରିବା ପାଇଁ ଅଧଚାମଚ ଲେମ୍ବୁରସରେ ଅଧଚାମଚ ଗୋଲାପଜଳ, ଦୁଇ ଚାମଚ ଗ୍ଳିସେରିନ୍‌ ମିଶାଇ ଲୋସନ୍‌ ପ୍ରସ୍ତୁତ କରି ତ୍ୱଚାରେ ନିୟମିତ ମାଲିସ କଲେ ରଙ୍ଗ ଉଜ୍ୱଳ ହୋଇଥାଏ। ଅଧକପ କ୍ଷୀର ସରରେ ୧ ଚାମଚ ଲେମ୍ବୁ ରସ, ୧ ଚାମଚ ବେସନ, ଅଧ ଚାମଚ ହଳଦୀଗୁଣ୍ଡ ମିଶାଇ ମୁହଁରେ ଲଗାଇଲେ କଳା ଦାଗ ଦୂର ହୋଇଥାଏ।

ପଢନ୍ତୁ; ସବଡିଭିଜନ୍ ମାନ୍ୟତା ଦାବିରେ ୬ ଘଂଟିଆ ପଟ୍ଟାମୁଣ୍ଡାଇ ବନ୍ଦ ପାଳନ

Related posts

ଦୂର ଯାତ୍ରା ପାଇଁ ଇଚ୍ଛା କିନ୍ତୁ ବାନ୍ତି ସମସ୍ୟା ପାଇଁ ଭୟ? ତେବେ ଆପଣାନ୍ତୁ କିଛି ଘରୋଇ ଉପଚାର

ENO Beuro

ବେକର କଳା ଦାଗକୁ ନେଇ ଚିନ୍ତିତ ଅଛନ୍ତି କି? ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଉପାୟ!

ENO Beuro

ବର୍ଷା ଦିନେ କେଉଁ ଜିନିଷ ଖାଇବା ଉଚିତ ଏବଂ ଅନୁଚିତ ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

1 comment

Leave a Comment