• Home
  • LIFESTYLE
  • ସୂର୍ଯ୍ୟକିରଣଜନିତ ଟ୍ୟାନରୁ ତ୍ଵଚାକୁ ରକ୍ଷା କରିବାକୁ କମଳା ଏହି ଅଂଶକୁ ବ୍ୟବହାର କରନ୍ତୁ
LIFESTYLE

ସୂର୍ଯ୍ୟକିରଣଜନିତ ଟ୍ୟାନରୁ ତ୍ଵଚାକୁ ରକ୍ଷା କରିବାକୁ କମଳା ଏହି ଅଂଶକୁ ବ୍ୟବହାର କରନ୍ତୁ

ସୂର୍ଯ୍ୟଙ୍କ ହାନିକରକ ଅତିବାଇଗଣି ରଶ୍ମୀ ଦ୍ଵାରା ଆମ ତ୍ଵଚା ଟ୍ୟାନର ଶିକାର ହୋଇଥାଏ ଅର୍ଥାତ ଆମ ତ୍ଵଚାର ରଙ୍ଗ ଶ୍ୟାମଳ ହୋଇଥାଏ ଓ ଶୀଘ୍ର ଆମ ତ୍ଵଚା ନିଜ ପ୍ରାକୃତିକ ଚମକ ହରାଇ କୁଞ୍ଚିତ ହୋଇଥାଏ । ବିଶେଷଜ୍ଞମାନଙ୍କ ମତ ଯେ କମଳାର ବ୍ୟବହାର ଦ୍ଵାରା ଏହି ଟ୍ୟାନରୁ ତ୍ଵଚାକୁ ରକ୍ଷା କରାଯାଇପାରେ ଓ ଚେହେରାର ରଙ୍ଗ ମଧ୍ୟ ଉଜ୍ଜଳ ହୋଇଥାଏ ।

ତେବେ ଆସନ୍ତୁ, ଜାଣିବା କମଳା ଦ୍ଵାରା ତ୍ଵଚାର ଚମକ କେମିତି ଫେରେଇ ଆଣି ପାରିବେ :-

  • କମଳା ଚୋପାକୁ ଶୁଖାଇ ଗୁଣ୍ଡ କରି ପାଉଡର ପ୍ରସ୍ତୁତ କରନ୍ତୁ । ଏଥିରୁ ଏକ ବଡ ଚାମଚ କମଳା ଚୋପା ପାଉଡର , ଗୋଟେ ବଡ ଚାମଚ ହଳଦୀ , ଗୋଟେ ଚାମଚ ଚନ୍ଦନ ପାଉଡର , କିଛି ବୁନ୍ଦା ମହୁ ମିଶାଇ ଏକ ମିଶ୍ରଣ ପସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ସିଧାସଳଖ ମୁହଁରେ ଲଗାଇ କିଛି ସମୟ ମାଲିସ କରନ୍ତୁ ଓ ୫ ମିନିଟ ରହିବାକୁ ଦିଅନ୍ତୁ । ପରେ ଏହାକୁ ସାଧା ପାଣିରେ ଧୋଇଦିଅନ୍ତୁ ।
  • କମଳା ରସକୁ ବରଫ ଟ୍ରେରେ ରଖି ଫ୍ରିଜରେ ରଖନ୍ତୁ । କିଛି ସମୟ ପରେ ଏହି ବରଫକୁ ଧୀରେ ଧୀରେ ମୁହଁରେ ଘସନ୍ତୁ । କମଳା ରସରେ ସାଇଟ୍ରିକ ଏସିଡ ଥିବାରୁ ଏହା ପ୍ରାକୃତିକ ବ୍ଲିଚିଂର କାମ କରିଥାଏ ଓ ରଙ୍ଗ ଉଜ୍ଜଳ କରିଥାଏ ।
  • କମଳା କୋଲାରୁ ଚୋପ ଛଡାଇ ମଧ୍ୟ ମୁହଁରେ ଘଷି ପାରିବେ ।
  • କମଳା ତତ୍ଵ ବିଶିଷ୍ଟ ଭଲ ବ୍ରାଣ୍ଡର ସୌନ୍ଦର୍ଜ୍ୟ ଉତ୍ପାଦ ମଧ୍ୟ ବ୍ୟବହାର କରିପାରିବେ ।
  • କମଳା ଚୋପାରେ ଭରପୁର ମାତ୍ରାରେ ଭିଟାମିନ ସି ଓ ଆଣ୍ଟିଅକ୍ସିଡେଣ୍ଟ ଅଛି ଯାହା ପ୍ରାକୃତିକ କ୍ଲିଞ୍ଜର ଭାବରେ କାମ କରେ ଓ ମହୁ ଚେହେରାରେ ଉଜ୍ଜଳତା ଆଣିଥାଏ ।

orange peel  ସୂର୍ଯ୍ୟକିରଣଜନିତ ଟ୍ୟାନରୁ ତ୍ଵଚାକୁ ରକ୍ଷା କରିବାକୁ କମଳା ଏହି ଅଂଶକୁ ବ୍ୟବହାର କରନ୍ତୁ orange peel

Related posts

ଷ୍ଟୋନ ଜନିତ ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ କଲରା ! ଆସନ୍ତୁ ଜାଣିବା ଏଥିରେ ରହିଥିବା କେତେକ ଔଷଧିୟ ଗୁଣ ସମ୍ବନ୍ଧରେ

Krishna Kumar Manoj

ଦେଶୀ ଘିଅ ଖାଇବା ଦ୍ଵାରା ମିଳିଥାଏ ଏହିସବୁ ଫାଇଦା ! ଜାଣନ୍ତୁ

Krishna Kumar Manoj

ଗଜାବୁଟ ସେବନ ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More