News

ରଥଯାତ୍ରା ପୂର୍ବରୁ ପୁରୀକୁ ସ୍ଵାଭାବିକ କରିପାରିବା ଏକ ବଡ ପ୍ରଶ୍ନ

Ep

ବତ୍ୟା ଫନି ପରେ ପୁରୀ ସହର  ଏକ ପ୍ରକାର ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଛି । ପୁରୀର ପୂର୍ବ ସୁଷମା ଓ ନୀଳ ଲହରୀର ସୁନ୍ଦରତା ସତେ ଯେପରି ସବୁକିଛି ପୋଛି ନେଇଯାଇଛି ଫନି। ବାତ୍ୟା ଯିବାର ଏକ ମାସ ହୋଇଯାଇଥିଲେ ମଧ୍ୟ ଏଠାରେ ନା ବର୍ତମାନ ସୁଧା ବିଦ୍ୟୁତ ପହଞ୍ଚି ପାରିଲା ନା ସାଧାରଣ ସୁବିଧା ସୁଯୋଗ। ଏଠାକାର ଲୋକମାନେ ଏବେ ଦୁର୍ଦଶା ମଧ୍ୟ ଦେଇ ଗତି କରୁଥିବାବେଳେ ପ୍ରଶାସନ ମଧ୍ୟ ନୀରବ ଦ୍ରଷ୍ଟା ସାଜିଛି। ତେବେ ଏହି ସମୟରେ ରଥଯାତ୍ରା  ପରିଚାଳନା କରିବା ଏକ ପ୍ରକାର କଷ୍ଟକର ବ୍ୟାପାର ହୋଇପଡିଛି ପ୍ରଶାସନ ନିମନ୍ତେ। ଫୋନିରେ ହୋଇଥିବା କ୍ଷୟକ୍ଷତି ସଜଡ଼ା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି ଏହା ସତ୍ତ୍ବେ ବି ରଥଯାତ୍ରା ପୂର୍ବରୁ ସବୁକିଛି ଠିକ୍‌ଠାକ୍‌ ହୋଇପାରିବ କି?

ଜୁଲାଇ ୪  ତାରିଖରେ ଅନୁଷ୍ଠିତ ହେବ ରଥଯାତ୍ରା । ଏହି ସମୟରେ ଲକ୍ଷ ଲକ୍ଷ ଲୋକ ପୁରୀକୁ ଆସିବେ।  ବିଜୁଳୀ, ଟେଲିଫୋନ, ହୋଟେଲ ଆଦି ବ୍ୟବସ୍ଥା ସଜଡ଼ା ସରିଥିବ କି ନାହିଁ ଏହାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ ।

ବାତ୍ୟା ଫୋନୀ ପୁରୀରେ ଲାଗିଥିବା ସିସି ଟିଭି କ୍ୟାମେରା କ୍ଷତିଗ୍ରସ୍ତ ହୋଇଛି । ଏହାକୁ ନଜରରେ ରଖି ଅସ୍ଥାୟୀଭାବେ ସିସିଟିଭି କ୍ୟାମେରା ଲଗାଯିବା ନେଇ ନିଷ୍ପତ୍ତି ହୋଇଛି ।

ଏଭଳି ସ୍ଥିତିରେ କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଶପଥ ଗ୍ରହଣ ପୂର୍ବରୁ ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ରଥଯାତ୍ରା ପୂର୍ବରୁ ପୁରୀ ସହରରେ ସବୁକିଛି ସଜଡ଼ା ହୋଇଯିବ ବୋଲି ପ୍ରଶାସନ ଆଶା ପ୍ରକାଶ କରୁଛି ।
ପଢନ୍ତୁ: ମୋଦିଙ୍କ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ ୩ ଜଣଙ୍କୁ ସ୍ଥାନ ମିଳିବା ସମ୍ଭାବନା

Related posts

ପଶ୍ଚିମବଙ୍ଗର ନାମ ବଦଳିବ

ENO Beuro

ଶୀତ ଅବକାଶ : ୨ରେ ଖୋଲିବ ହାଇକୋର୍ଟ

ENO Beuro

ଆଶା ସହାୟିକାଙ୍କ ତଦାରଖ ଗସ୍ତ ଖର୍ଚ୍ଚ ବୃଦ୍ଧିକୁ କ୍ୟାବିନେଟର ଅନୁମୋଦନ

ENO Beuro

1 comment

ନବୀନଙ୍କ ଶପଥପରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି May 29, 2019 at 1:04 pm

[…] ରଥଯାତ୍ରା ପୂର୍ବରୁ ପୁରୀକୁ ସ୍ଵାଭାବିକ କର… […]

Leave a Comment