News

ଭିକ ମାଗିବା ପାଇଁ ଚୀନର ଡିଜିଟାଲ୍ ଭିକାରୀ ବ୍ୟବହାର କରୁଛନ୍ତି QR କୋର୍ଡ

Untitled 1

ବିମୁଦ୍ରାକରଣ ପରେ ଭାରତରେ ବଢିଯାଇଛି ଡିଜିଟାଲ୍ ପେମେଣ୍ଟର ଚଳନ । ଏହି ଡିଜିଟାଲ୍ ପେମେଂଟର ପ୍ରଭାବ ଆଉ କାହା ଉପରେ ପଡୁ କି ନପଡୁ କିନ୍ତୁ ଭିକାରୀମାନଙ୍କ ଉପରେ ଏହାର ପ୍ରଭାବ ଜୋରରେ ପଡିଛି । କାରଣ ଡିଜିଟାଲ ପେମେଂଟ୍ ଯୋଗୁଁ ଏବେ ପାଖରେ ଆଉ ରହୁନି ଖୁଚୁରା । ତେଣୁ ଲୋକ ବାହାନା କରି ଭିକ ଦେବାକୁ ମନା କରିଦେଉଛନ୍ତି । ଯାହା ଫଳରେ ଦିନକୁ ୧୦୦୦ ରୁ ୧୫୦୦ ଯାଏଁ ରୋଜଗାର କରୁଥିବା ଭିକାରୀଙ୍କ ଆୟ  ଏବେ ୫୦୦ ଟଙ୍କାରେ ସୀମିତ ହୋଇଯାଇଛି । ଭିକ ମାଗିବା ପାଇଁ QR କୋଡ  ବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି ଚୀନର ଭିକାରୀ । ଏବେ ଚୀନର ଲୋକ ଖୁଚୁରା ନଥିବା ବାହାନା କରି ଭିକାରୀଙ୍କୁ ଭିକ ଦେବାକୁ ମନା କରିପାରିବେନି । ଅନ୍ୟପଟେ ଏହି ଟ୍ରେଣ୍ଡ ଗ୍ରେ ବ୍ୟବସାୟକୁ ଜନ୍ମ ଦେଇଛି । କିଛି ଭିକାରୀ QR କୋଡ୍ ସ୍କାନ୍ କରି ପେମେଣ୍ଟ କରୁଥିବା ଲୋକଙ୍କ ଡାଟା ଏକାଠି କରି ବିକ୍ରି କରୁଛନ୍ତି ।

ସୂଚନାଯୋଗ୍ୟ, QR Code System ଆବିଷ୍କାର ୧୯୯୪ରେ ଜାପାନର ଏକ କମ୍ପାନୀ Denso Wave କରିଥିଲା । ଯାହାର ଲକ୍ଷ ଥିଲା ମାନ୍ୟୁଫାକ୍ଚର କରାଯାଉଥିବା ବାହନକୁ ଟ୍ରାକ୍ କରିବା । ଧୀରେ ଧୀରେ ଏହି କୋଡିଂ ସିଷ୍ଟମ ଦକ୍ଷିଣ କୋରିଆ ଏବଂ ଜାପାନରେ ଅନଲାଇନ୍ ପେମେଣ୍ଟ ପାଇଁ ବ୍ୟବହାର କରାଗଲା । ଆଉ ପରେ ପୁରା ଦୁନିଆ ଏହାକୁ ବ୍ୟବହାର କରିବାକୁ ଲାଗିଲା । କିନ୍ତୁ ଏହି ପେମେଣ୍ଟ ସିଷ୍ଟମକୁ ଚୀନ ଏମିତି ବ୍ୟବହାର କରିବ ତାହା କେହି ଚିନ୍ତା କରିନଥିଲେ ।

ପଢନ୍ତୁ: ମନ୍ତ୍ରୀଙ୍କ କଥା ବାଧିବାରୁ କାଲିଠାରୁ ଖାଇ ନାହାନ୍ତି ପ୍ରଦୀପ ମହାରଥୀ!

Related posts

ଇ-ଟିକିଟ୍‌ ବୁକ୍‌ ପାଇଁ ଆଇଆର୍‌ସିଟିସି ଆକାଉଣ୍ଟ୍‌ ସହ ଆଧାର କେମିତି ଲିଙ୍କ୍‌ କରିବେ ଯାଣନ୍ତୁ

ENO Beuro

ପୂରା ଦେଶ ପାଳନ କରୁଛି ନେତାଜୀ ଜୟନ୍ତୀ,୨୩ ଜାନୁଆରୀକୁ ‘ଦେଶପ୍ରେମ’ ଦିବସ ଭାବେ ଘୋଷଣା କରାଯାଉ।

ENO Beuro

ଚୀନ ବିରୋଧ ନକଲେ ଅନ୍ତଃରାଷ୍ଟ୍ରୀୟ ଆତଙ୍କୀ ଘୋଷିତ ହୋଇପାରେ ମସୁଦ ଆଜହର

ENO Beuro

Leave a Comment