EnewsOdia.Com

ଭିକାରୀ ମୁକ୍ତ ହେବ ପୁରୀ ଏବଂ ଭୁବନେଶ୍ବର

ବିକାଶଶୀଳ ରାଷ୍ଟ୍ରରେ ଭିକାରିମାନଙ୍କୁ ଯେଭଳି ଥଇଥାନ କରାଯାଇଛି, ଠିକ୍ ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଭିକାରିମାନଙ୍କୁ ଥଇଥାନ କରାଯିବ। ରାଜଧାନୀ ଭୁବନେଶ୍ବର ଓ ପୁରୀର ପ୍ରମୁଖ ସ୍ଥାନଗୁଡିକରେ ଭିକାରିଙ୍କ ଦୟନୀୟ ଅବସ୍ଥା ଓଡ଼ିଶାର ବିକାଶ ଚିତ୍ରକୁ ମଳିନ କରୁଛି। ଆଗାମୀ ଦିନରେ ଏଥିପ୍ରତି ଗୁରୁତ୍ବ ଦେଇ ଭିକାରି ହଟାଇବା ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ଗୃହ ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏହି ନିର୍ଦେଶନାମାକୁ କାର୍ଯ୍ୟକାରୀ କରିବେ ବୋଲି ରାଜ୍ୟ ଉନ୍ନୟନ କମିଶନର ସୁରେଶ କୁମାର ମହାପାତ୍ର  କହିଛନ୍ତି।

ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକ ଅବସରରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ପୁରୀର ଭିକାରିମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ଥଇଥାନ କରାଯିବ। ଯେଉଁମାନେ ଯୋଜନା ପରିସରଭୁକ୍ତ ହେବେ ନାହିଁ ସେମାନଙ୍କୁ ବିଭିନ୍ନ ଜରାଶ୍ରମ ରେ ରଖାଯିବ। ମାତ୍ର ରାଜଧାନୀରେ ବାହାର ରାଜ୍ୟର ବହୁ ଭିକାରି ବୁଲୁଛନ୍ତି।  ଏଥିସହ ଭିକାରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ଏବଂ ସହାୟ ଯୋଜନାରେ ଥଇଥାନ କରାଯିବ ବୋଲି ସରକାର କହିଛନ୍ତି । ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ଉତର ଅନୁସାରେ ରାଜ୍ୟରେ ୬୩୯୦ ଜଣ ଭିକାରୀ  ଅଂଛନ୍ତି । ସେଥିମଧ୍ୟରୁ ୨୮୮୬ ଜଣ ଭିକାରୀଙ୍କୁ ସହାୟ ଯୋଜନାରେ ଥଇଥାନ କରାଯାଇଛି ।

ପଢନ୍ତୁ: ମେଲାଣି ନେଲେ ମା’ : ଟ୍ୱିନସିଟିରେ ସାରା ରାତି ଚାଲିଲା ଭସାଣି

ସମ୍ବନ୍ଧିତ ଖବର

ମୋଦି ସରକାରଙ୍କ ଫୋକସ୍‌ରେ CCC

Ratnamani Maharana

ବ୍ଲାକରୋଜ ଜାହାଜରେ ପିଟି ହୋଇ ବୁଡ଼ିଗଲା ଟ୍ରଲର

Ratnamani Maharana

ଚାରିଟି ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

Ratnamani Maharana

ଅହମଦାବାଦରେ ଟ୍ରମ୍ଫଙ୍କୁ ସ୍ୱାଗତ କରିବେ ୧କୋଟି ଲୋକ : ଟ୍ରମ୍ଫ

Ratnamani Maharana

କୋରୋନା ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ

Ratnamani Maharana

ଓଡ଼ିଶାରେ ମୋବାଇଲ୍ ସେବା କ୍ଷେତ୍ରରେ ଏକ ନମ୍ବର ସ୍ଥାନ ହାସଲ କଲା ଜିଓ

Ratnamani Maharana