EnewsOdia.Com

ପ୍ରତିବର୍ଷ କାର୍ତ୍ତିକ ପୁର୍ନିମାରେ ଆୟୋଜିତ ହୁଏ ଭିକ୍ଷୁକ ମେଳା

ସାଧାରଣତଃ ମନ୍ଦିର ଓ ବସ୍‌ଷ୍ଟାଣ୍ଡ ଆଦି ସ୍ଥାନରେ ଭିକ୍ଷୁକମାନଙ୍କୁ ଦେଖିବାକୁ ମିଳିଥାଏ । କାରଣ ଏସବୁ ସ୍ଥାନରେ ପ୍ରବଳ ଜନସମାଗମ ଥାଏ । ତେଣୁ ଅଧିକ ଟଙ୍କା ପାଇବା ଆଶାରେ ଏହି ସବୁ ସ୍ଥାନ ଗୁଡ଼ିକକୁ ଭିକ୍ଷୁକମାନେ ଯାଇଥାନ୍ତି। ଆଉ ଧର୍ମ ମାସ କାର୍ତ୍ତିକରେ ଲୋକେ ପୁଣ୍ୟ ଆଶାରେ ଦାନ ଧର୍ମ କରିଥାନ୍ତି । ଏହି ସମୟରେ ମନ୍ଦିର ଗୁଡିକରେ ପ୍ରତିଦିନ ଭିକ୍ଷୁକମାନଙ୍କୁ ଦେଖିବାକୁ ମିଳେ ।

ହେଲେ ଆପଣ ଜାଣନ୍ତି ଆମ ଓଡ଼ିଶାରେ ଏମିତି ଏକ ଯାଗା ଅଛି , ଯେଉଁଠି ଭିକ୍ଷୁକମାନଙ୍କର ମେଳା ଲାଗେ । ପ୍ରତିବର୍ଷ ଏହି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲେଶ୍ୱର ବାଲିଘାଟରେ ଚାଲେ ଏହି କାର୍ତ୍ତିକ ମେଳା । ଆଉ ଏହି ମେଳାର ଖାସ୍ କଥା ହେଉଛି ଏଠାରେ ଆୟୋଜିତ ଭିକ୍ଷୁକ ମେଳା।

ଏହି ବର୍ଷ ମଧ୍ୟ ସେଠାରେ ଭକ୍ଷୁକମାନଙ୍କ ସମାଗମ ହୋଇଛି । ଏହି ମେଳାରେ ସାମିଲ ହୋଇଛନ୍ତି ଓଡ଼ିଶା ସମେତ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ହଜାର ହଜାର ଭିକାରୀ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଶ୍ରଦ୍ଧାଳୁମାନେ ବୋଇତ ବନ୍ଦାଣ ପରେ ଭିକାରୀମାନଙ୍କୁ ଖାଦ୍ୟ, ବସ୍ତ୍ର ସାଙ୍ଗକୁ ଚାଉଳ ଓ ଟଙ୍କା ପ୍ରଦାନ କରିଛନ୍ତି।

ଉଲ୍ଲେଖନୀୟ ଯେ,  ଏହି ମେଳାରେ ଯୋଗ ଦେବା ପାଇଁ ପଡ଼ୋଶୀ ରାଜ୍ୟର ଭିକାରୀମାନେ ସପ୍ତାହେ ଆଗରୁ ଆସି ନିଜ ପାଇଁ ସ୍ଥାନ ସଂରକ୍ଷଣ କରିନିଅନ୍ତି। ଆଉ ପ୍ରତିବର୍ଷ ଠିକ୍‌ ଏହି କାର୍ତ୍ତିକମେଳାରେ ଆସି ଭିଡ଼ ଜମାନ୍ତି ।

ପଢନ୍ତୁ: ଲିମକା ରେକର୍ଡ ବୁକରେ ସ୍ଥାନ ପାଇଲା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଜଟିଳ ଅସ୍ତ୍ରୋପଚାର

ସମ୍ବନ୍ଧିତ ଖବର

ନଭେମ୍ବର ୨ୟ ସପ୍ତାହରେ ରାଜ୍ୟରେ ଅନୁଭୂତ ହେବ ଶୀତ

Ratnamani Maharana

ଆଜିଠାରୁ କମ୍ପିବ ଖଣ୍ଡଗିରି ମେଳା

Ratnamani Maharana

ଚିନିଶିଳ୍ପର ମୋଲାସିସ୍ ଟାଙ୍କି ଫାଟିବାରୁ ମୁଖ୍ୟରାସ୍ତାକୁ ଆସିଲା ତରଳ ଗୁଡ଼

Ratnamani Maharana

କରୋନା ଭୂତାଣୁ ସହ ଜନ୍ମ ନେଲେ ଚୀନର ନବଜାତ

Ratnamani Maharana

ଓଡ଼ିଶାର ବଡ଼ ପରିବାର; ୮୦ ବର୍ଷର ପୁରୁଣା ଘରେ ରହୁନ୍ତି ୧୨୩ ଜଣ ସଦସ୍ୟ

Ratnamani Maharana

ବନ୍ଦ ହେଲା ‘ଉଜ୍ଜଳା’, ୨ହଜାର ମହିଳାଙ୍କୁ ଗ୍ୟାସ ସଂଯୋଗ କେବେ?

Ratnamani Maharana