News

ଭିକ୍ଷାବୃତ୍ତି ମନା: ହାଇଦ୍ରାବାଦ୍‌ରେ ଦୁର୍ଘଟଣା ରୋକିବା ପାଇଁ ପୁଲିସ୍‌ ଜାରି କଲା ନୋଟିସ

ଭିକ୍ଷାବୃତ୍ତି ମନା: ହାଇଦ୍ରାବାଦ୍‌ରେ ଦୁର୍ଘଟଣା ରୋକିବା ପାଇଁ ପୁଲିସ୍‌ ଜାରି କଲା ନୋଟିସ

ସମଗ୍ର ବିଶ୍ଵରେ ଭିକ୍ଷାବୃତ୍ତି ସଂଖ୍ୟା ଭାରତରେ ଅଧିକ । ଭାରତର ପ୍ରାୟ ସବୁ ଜାଗାରେ ରାସ୍ତା କଡରେ ଭିକ୍ଷୁକ ଦେଖିବାକୁ ମିଳନ୍ତି । ମାତ୍ର ହାଇଦ୍ରାବାଦ ସିଟି ପୁଲିସ୍‌ କମିସନର ଏମ୍‌ ମହେନ୍ଦ୍ର ରେଡ୍ଡି ସେଠାରେ ଭିକ୍ଷାବୃତିକୁ ମନ କରିଛନ୍ତି । ଦୁର୍ଘଟଣା ରୋକିବା ପାଇଁ ହାଇଦ୍ରାବାଦ ମୁଖ୍ୟ ରାସ୍ତା କଡ଼ରେ ବସି ଭିକ୍ଷାବୃତ୍ତି କରୁଥିବା ଭିକ୍ଷୁକମାନେ ଆଉ ସେଠାରେ ଭିକ୍ଷା ମାଗିପାରିବେ ନାହିଁ ବୋଲି ଆଜି ସକାଳ ୬ଟା ସମୟରେ ସିଟି ପୁଲିସ୍‌ କମିସନର ଏକ ନୋଟିସ୍‌ ଜାରି କରିଛନ୍ତି।

ତାଙ୍କ କହିବ ମୁତାବକ , କେତେ ବ୍ୟକ୍ତି ନିହାତି ଅଭଦ୍ରଙ୍କ ପରି ବେଶଭୂଷା ହୋଇ ଭିକ୍ଷା ବୃତ୍ତି କରୁଛନ୍ତି। ନିଜେ ଭିକ୍ଷା ମାଗିବା ସହ ଛୋଟପିଲା ଏବଂ ଦିବ୍ୟାଙ୍ଗଙ୍କୁ ବି ଭିକ୍ଷା ବୃତ୍ତିରେ ନିୟୋଜିତ କରୁଛନ୍ତି। ଏପରି ଅବାସ୍ତବ ଏବଂ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାପରେ ଯାନ ଚାଳକମାନେ ଅନ୍ୟମନସ୍କ ହୋଇ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଣୁ ଆଜିଠାରୁ ନେଇ ୨ ମାସ ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳରେ ଭିକ୍ଷୁକମାନେ ଭିକ୍ଷାବୃତ୍ତି କରିପାରିବେ ନାହିଁ।

ଏହି  ଯିଏ ଅବମାନନା କରିବାକୁ ଚେଷ୍ଟା କରିବେ ଭାରତୀୟ ପେନାଲ୍‌ କୋର୍ଡର ୧୮୮ ଧାରା ଅନୁଯାୟୀ ତାଙ୍କୁ ଦଣ୍ଡିତ କରାଯିବ।

ଭିକ୍ଷାବୃତ୍ତି ମନା: ହାଇଦ୍ରାବାଦ୍‌ରେ ଦୁର୍ଘଟଣା ରୋକିବା ପାଇଁ ପୁଲିସ୍‌ ଜାରି କଲା ନୋଟିସ

ପଢନ୍ତୁ, ସରକାରଙ୍କୁ ଘାରିଛି ସବୁଜିମା ଚିନ୍ତା , ମହାନଦୀ କୂଳରେ ସୃଷ୍ଟି ହେବ ନୂତନ ଜଙ୍ଗଲ

Related posts

୧୬ ଦିନ ପରେ ତୈଳ ଦର କମିଲା ମାତ୍ର ୧ ପଇସା !

ENO Beuro

ଦେଶର ନୂତନ ଉପରାଷ୍ଟ୍ରପତି ଭାବରେ ଭେଙ୍କୟା ନାଇଡୁ ଆଜି ଶପଥ ଗ୍ରହଣ କରିବେ

ENO Beuro

ହ୍ୟାଣ୍ଡସମ୍ ଏସପିଙ୍କୁ ଦେଖିବାକୁ ୧୨୦୦ କି.ମି ଯାତ୍ରା କଲେ ଏହି ଯୁବତୀ

ENO Beuro

Leave a Comment