LIFESTYLE

ଆପଣ ଜାଣିଛନ୍ତି କି ? କ୍ଷୀରକୁ ନିୟମ ଅନୁସାରେ ପିଇଲେ ଏହା ସ୍ୱାସ୍ଥ୍ୟକୁ ଦେଇଥାଏ ବହୁତ ଫାଇଦା ! କେଉଁ ସମୟରେ ପିଇବେ କ୍ଷୀର ଜାଣନ୍ତୁ

କ୍ଷୀର ପିଇବାକୁ କେତେକ ଲୋକଙ୍କୁ ଭଲଲାଗେ ଆଉ କେତେକ ଲୋକଙ୍କୁ ଭଲ ଲାଗିନଥାଏ। କିନ୍ତୁ କ୍ଷୀରରେ ଭରପୂର ମାତ୍ରାରେ ରହିଛି ସମସ୍ତ ପ୍ରକାର ଭିଟାମିନ୍। ଏଥିରେ ପ୍ରୋଟିନ୍, ଫ୍ୟାଟ୍, କାର୍ବୋହାଇଡ୍ରେଟ୍ ସହିତ ବିଭିନ୍ନ ପ୍ରକାର ଭିଟାମିନ ଓ ମିନେରାଲ୍ସ ରହିଛି, ଯାହାକି ଶରୀର ପାଇଁ ବହୁତ ଲାଭକାରୀ।ଏହା ଶରୀରକୁ ଶକ୍ତି ଦେଇଥାଏ। ଏହି କାରଣରୁ ଛୋଟ ଛୁଆମାନଙ୍କୁ ଡାଏଟରେ କ୍ଷୀର ଦିଆଯାଏ । କିନ୍ତୁ କ୍ଷୀରକୁ ନିୟମ ଅନୁସାରେ ପିଇଲେ ଏହା ସ୍ୱାସ୍ଥ୍ୟକୁ ବହୁତ ଫାଇଦା ଦେଇଥାଏ। ବିଶେଷ କରି ଠିକ୍ ସମୟରେ ପିଇବା ଏହାକୁ ନିହାତି ଆବଶ୍ୟକ ଅଟେ। ତେବେ କେଉଁ ସମୟରେ କ୍ଷୀର ପିଇଲେ ଏହା ଶରୀର ପାଇଁ ଭଲ ହୋଇଥାଏ।

ତେବେ ଆସନ୍ତୁ ଜାଣିବା କ୍ଷୀର ପିଇବାର କେତୋଟି ନିୟମ-

  • କ୍ଷୀରକୁ ଅଶ୍ୱଗନ୍ଧା ଓ ତ୍ରିଫଳା ସହ ପିଇଲେ ଆରାମ ଲାଗିଥାଏ, ଓ ଭଲ ନିଦ ହୁଏ ।ଏହାଦ୍ୱାରା ଆମର ଦୃଷ୍ଟିଶକ୍ତି ମଧ୍ୟ ଭଲ ରୁହେ।
  • କେତେକ ଲୋକଙ୍ କ୍ଷୀର ପିଇଲେ ସେମାନଙ୍କର ହଜମ ହେଉନଥାଏ। ତେବେ ସକାଳେ କ୍ଷୀର ପିଅନ୍ତୁ । ଆଉ ହଁ ସକାଳେ ଯୋଗ ପରେ କ୍ଷୀର ପିଆନ୍ତୁ ନାହିଁ ,ଏସିଡିଟ ହେବାର ଆଶଙ୍କା ରହିଛି।
  • କଦଳୀ ସାଥିରେ କ୍ଷୀର ପିଇବା ଅନୁଚିତ୍ । କଦଳୀ ଓ କ୍ଷୀର ଏକାଠି ଖାଇଲେ ଆମ ଶରୀରରେ ଟକ୍ସିସ୍ ଜମା ହୁଏ।
  • ଆୟୁର୍ବେଦ ଅନୁସାରେ ମିଲ୍କ ସେକ୍ ପିଇବା ଅନୁଚିତ୍ । କ୍ଷୀରକୁ ଖଟାଫଳ କଦଳୀ, ଆମ୍ବ ଆଦିରେ ମିଶାଇ ପିଇବା ଅନୁଚିତ୍
    କୁହାଯାଏ ରାତିରେ କ୍ଷୀର ପିଇଲେ ଏହା ବହୁତ ହିତକାରୀ। କ୍ଷୀରରେ ସେଡେଟିଭ ଗୁଣ ରହିଛି । ତେଣୁ ରାତିରେ କ୍ଷୀର ପିଇବା ଦ୍ୱାରା ଏଥିରେ ଥିବା ସେରୋଟୋନିନ ମନକୁ ଶାନ୍ତ କରିଥାଏ, ଫଳରେ ଆମକୁ ଭଲ ନିଦ ହୋଇଥାଏ।
  • ରାତିରେ କ୍ଷୀର ପିଇବା ଦ୍ୱାରା ଶରୀରକୁ କ୍ୟାଲସିୟମ ମିଳିଥାଏ।
  • ଯଦି ଆପଣ ମାଂସପେଶୀକୁ ସୁଦୃଢ କରିବାକୁ ଚାହୁଁଛନ୍ତି , ତେବେ ରାତିରେ କ୍ଷୀର ପିଅନ୍ତୁ। କ୍ଷୀରରେ ଥିବା ପ୍ରୋଟିନ୍ ଶରୀର ପାଇଁ ବହୁତ ଉପକାରୀ। ଯଦି ଆପଣ ଓଜନ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଦିନରେ କ୍ଷୀର ପିଅନ୍ତୁ। ଏବଂ ଯଦି ଆପଣ ଓଜନ ହ୍ରାସ କରାଇବାକୁ ଚାହୁଁଛନ୍ତି, ତେବେ ରାତିରେ କ୍ଷୀର ପିଅନ୍ତୁ।

ପଢନ୍ତୁ;

ଘରୁ ବାହାରିବା ସମୟରେ କରନ୍ତୁ ଏହି କାମ ! ବଦଳିପାରେ ଆପଣଙ୍କ ଭାଗ୍ୟ

Related posts

ବିୟର ଆପଣଙ୍କ କେଶ ପାଇଁ କେତେ ଲାଭ ଦାୟକ ଏବଂ ଏହାକୁ କିପରି ବ୍ୟବହାର କରିବେ ଜାଣନ୍ତୁ

ENO Beuro

ପ୍ରତିଦିନ ପୂଜା କଲାବେଳେ ଏହି ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ

ENO Beuro

ଫଳ ଓ ପନିପରିବା ରସ ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଜାଣନ୍ତୁ

ENO Beuro

Leave a Comment