LIFESTYLE

ସକାଳୁ ପାଚିଲା ଅମୃତଭଣ୍ଡା ଖାଇବା ଦ୍ଵାରା ଦୂର ହୋଇଥାଏ ଅନେକ ଶାରୀରିକ ସମସ୍ୟା! ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ

ବାଡିବଗିଚାରେ ସହଜରେ ମିଳୁଥିବା ପରିବାଟି ହେଲା ଅମୃତଭଣ୍ଡା । ଏହାକୁ ଉଭୟ କଞ୍ଚା ଓ ପାଚିଲା ଖାଇହୁଏ ଓ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ । ଭିଟାମିନ ଏ, ବି, ସି ଓ ଫାଇବରରେ ଭରପୁର ଥିବାରୁ ଏହା ଆଖି ଓ ତ୍ୱଚା ପାଇଁ ବହୁତ ଉପକାରୀ । ଏହା ବ୍ୟତିତ ଅମୃତଭଣ୍ଡାରେ ଆଇରନ, ପ୍ରୋଟିନ, ପୋଟାସିୟମ, ଆଣ୍ଟିଅକ୍ସିଡାଂଟ ଆଦି ମହଜୁଦ ଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ।

ଆସନ୍ତୁ ଜାଣିବା ଏହି ପରିବାଟି କେତେ ଉପକାରୀ ଓ ଶରୀରକୁ ନିରୋଗ ରଖିବାରେ ଏହାର ଭୂମିକା କଣ ?

୧. ଅମୃତଭଣ୍ଡା ଖାଇବା ଦ୍ଵାରା ପାଚନ କ୍ରିୟା ଭଲ ରହେ । ଏହାକୁ ପ୍ରତିଦିନ ଖାଇଲେ ମଳକଣ୍ଟକ ରୋଗରୁ ମଧ୍ୟ ରକ୍ଷା ମିଳେ ।

୨. ଅମୃତଭଣ୍ଡା ଯକୃତ ପାଇଁ ମଧ୍ୟ ବହୁତ ଭଲ, କାରଣ  ଏହା ଶରରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ ।

୩. ପାଚିଲା ଅମୃତଭଣ୍ଡାକୁ ଶରୀରରେ ଲଗାଇବା ଦ୍ଵାରା ତ୍ଵଚା ଉଜ୍ଜଳ ଓ ପରିଷ୍କାର ହୁଏ । ଏହାକୁ ଖାଲି କିମ୍ବା ବେସନ ଓ ମହୁ ସହ ମିଶାଇ ଲଗାଯାଇପାରିବ ।

୪. ଅମୃତଭଣ୍ଡାରେ ଥିବା ଭିଟାମିନ ଏ ଆଖି ପାଇଁ ବହୁତ ଭଲ। ଅମୃତଭଣ୍ଡାରେ କ୍ୟାଲସିୟମ , କେରୋଟିନ , ଭିଟାିମନ ଏ ଓ ବି, ସି ଥାଏ ଯାହା ଚକ୍ଷୁଗତ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

୫. ନିୟମିତ ଭାବେ ସକାଳୁ ଖାଲି ପେଟରେ ଅମୃତଭଣ୍ଡାକୁ ଖାଆନ୍ତୁ । ଏହା ଶରୀରରୁ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ସକାଳୁ ପାଚିଲା ଅମୃତଭଣ୍ଡା ଖାଇବା ଦ୍ଵାରା ଦୂର ହୋଇଥାଏ ଅନେକ ଶାରୀରିକ ସମସ୍ୟା! ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ ସକାଳୁ ପାଚିଲା ଅମୃତଭଣ୍ଡା ଖାଇବା ଦ୍ଵାରା ଦୂର ହୋଇଥାଏ ଅନେକ ଶାରୀରିକ ସମସ୍ୟା! ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ pp

ପଢନ୍ତୁ; ଅଣ୍ଟା ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ସରଳ ଉପାୟ

Related posts

ଖରାଦିନେ ତ୍ଵଚାର ଯତ୍ନ କିପରି ନେବେ ଜାଣନ୍ତୁ ?

ENO Beuro

ମସଲା ଭାବରେ ନିତ୍ୟ ବ୍ୟବହୃତ ଡାଲଚିନି ର ଅନେକ ଔଷଧିୟ ଗୁଣ ବିଷୟରେ ଆସନ୍ତୁ ଜାଣିବା

ENO Beuro

ନିଜକୁ ଫିଟ ରଖିବାକୁ ଚାହୁଁଛନ୍ତି କି ?ତେବେ କରନ୍ତୁ ବ୍ରଜାସନ

ENO Beuro

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More