LIFESTYLE

ତ୍ୱଚାର ଉଜ୍ଜ୍ୱଳତା ଆଣିବାରେ ସହାୟକ ହୋଇଥାଏ ଘିକୁଆଁରି! ଆସନ୍ତୁ ଜାଣିବା ଏହାର ଅନେକ ଉପକାରୀ ଗୁଣ ସମ୍ପର୍କରେ

ଘିକୁଆଁରି ଆମ ତ୍ଵଚା ପାଇଁ ବେଶ ଉପକାରୀ। ଏହା ଆମପାଇଁ ବିଭିନ୍ନ ରୋଗର ଔଷଧଭାବେ କାମ କରିଥାଏ। ଏହାର ରସକୁ ସେବନ କରିବାଦ୍ଵାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ।

ଆସନ୍ତୁ ଜାଣିବା ଘିକୁଆଁରିର ଉପକାରୀ ଗୁଣ ସମ୍ପର୍କରେ-

  • ପ୍ରଥମତଃ ତ୍ୱଚାରେ କୌଣସି ପ୍ରତିକ୍ରିୟା ଦେଖା ଦେଉଥିଲେ ଏହାକୁ ଘଷିଲେ ତାହା ଭଲ ହୋଇଯାଏ। ଶୁଷ୍କ ତ୍ୱଚାଲାଗି ଏହା ମଶ୍ଚରାଇଜର ଭଳି କାମ କରିଥାଏ। ମୁହଁରେ ବ୍ରଣ ଉଠୁଥିଲେ ବି ଘିକୁଆଁରି ପତ୍ର ବା ତାର ରସ ଲଗାଇଲେ ସେଥିରୁ ମୁକ୍ତି ମିଳିଥାଏ।
  • ମୁହଁରେ ଦାଗ ଦେଖାଗଲେ ସେଥିରୁ ବି ମୁକ୍ତ ଦେଇଥାଏ ଘିକୁଆଁରି ।ଖାଲି ସେତିକି ନୁହେଁ ଘିକୁଆଁରି ମୁଖର ଏବଂ ତ୍ୱଚାର ଉଜ୍ଜ୍ୱଳତା ଆଣିବାରେ ମଧ୍ୟ ସହାୟକ ହୋଇଥାଏ। ଏକଜିମା ହୋଇଥିଲେ ବି ଏହା କାମରେ ଲାଗେ।
  • ଏହା ଜଳାପୋଡାରେ ମଲମ ଭଳି କାମ କରିଥାଏ। ରୋଷେଇ ଘରେ କାମ କରୁଥିବା ବେଳେ ଶରୀରରେ କୌଣସି ଚେଙ୍କ ଲାଗିଗଲେ ବି ପ୍ରଥମେ ଖୋଜା ପଡ଼େ ଘିକୁଆଁରି ପତ୍ର। କୌଣସି କୀଟ ଯଦି ଶରୀରରେ କ୍ଷତ ସୃଷ୍ଟି କରେ ତାହା ହେଲେ ଏହା କାମରେ ଆସେ। ଖେଳାଳୀଙ୍କ ପାଦରେ ଏହାକୁ ଘଷିଲେ ତାହା ଅଧିକ ଶକ୍ତ ହୋଇଥାଏ।

ପଢନ୍ତୁ; ଗରମ ଦିନେ ଫେସ୍‌ର ଇନ୍‌ଷ୍ଟାଣ୍ଟ ଗ୍ଲୋ ପାଇଁ ଆପଣାନ୍ତୁ ଏହି ଉପାୟ

Related posts

ଏବେ ମଣିଷକୁ ମଶା କାମୁଡିଲେ ମରିବେ ମଶା

ENO Beuro

କେଶ ଓ ଚର୍ମ ଜନିତ ବିଭିନ୍ନ ସମସ୍ୟାର ସମାଧାନ କରେ ଏହି ତେଲ

ENO Beuro

କେଉଁ ସବୁ ଖାଦ୍ୟ ଖାଇଲେ ଚେହେରା ଓ ଶରୀରରେ ଆସିଥାଏ ଚମତ୍କାର ପରିବର୍ତ୍ତନ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More