LIFESTYLE

ଅନେକ ରୋଗପାଇଁ ରାମବାଣ ପରି କାମ କରିଥାଏ “ତୁଳସୀ ପତ୍ର”, ଆସନ୍ତୁ ଜାଣିବା ଏହାର କିଛି ଔଷଧିୟଗୁଣ ସମ୍ପର୍କରେ

ତୁଳସୀ ପାତ୍ରର ଗୁଣବିଷୟରେ କାହାକୁ ବା ଜଣାନାହିଁ ! ଏହି ପତ୍ରକୁ ଜଡିବୁଟିର ମାଲିକ କୁହାଯାଇଥାଏ। ଏହାର ବହୁମୂଲ୍ୟ ଗୁଣ ଯୋଗୁ ଏହାକୁ ଘରେ ଘରେ ପୂଜା କରାଯାଏ କାରଣ ଏହାଦ୍ଵାରା ଘରେ ସୁଖ ସମୁର୍ଦ୍ଧୀ ବଜାଇରହିବା ଏବଂ ଶରୀର ଆରୋଗ ରହିବ। ଏହାର ଔଷଧୀୟ ଗୁଣଯୋଗୁ ଏହାକୁ ଘରେ ଲଗାଯାଇଥାଏ। ତୁଳସୀପତ୍ର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଅଟେ । ଅନେକ ରୋଗପାଇଁ ରାମବାଣ ପରି କାମ କରିଥାଏ ତୁଳସୀ ।

ତେବେ ଆସନ୍ତୁ ଜାଣିବା ତୁଳସୀ ପତ୍ରର ଔଷଧୀୟ ଗୁଣ ସମ୍ପର୍କରେ-

  • ଆଖି ବ୍ୟଥା ହେଉଥିଲେ ତୁଳସୀ ପତ୍ରର ରସ ଆଖିରେ ପକାଇଲେ, ବ୍ରଥା ଦୂର ହୋଇଥାଏ । ପ୍ରତି ରାତିରେ ଶୋଇବା ସମୟରେ ଦୁଇ ବେଳା କଳା ତୁଳସୀ ପତ୍ରର ରସ ଆଖିରେ ପକାଇଲେ, ତାହା  ଆଖି ପାଇଁ ବହୁତ ଉପକାରୀ ହୋଇଥାଏ।
  • ଦାନ୍ତରୋଗ ପାଇଁ ମଧ୍ୟ ତୁଳସୀ ଲାଭଦାୟକ । ତୁଳସୀ ପତ୍ରକୁ ଖରାରେ ରଖି ଶୁଖାଇ ଗୁଣ୍ଡ ତିଆରି କରନ୍ତୁ । ତା’ପରେ ଏହା ଦାନ୍ତମଞ୍ଜନ ସହିତ ମିଶାଇ ବ୍ୟବହାର କରିବା ଉଚିତ୍‌ ।
  • ଛୋଟପିଲାମାନଙ୍କର ସାଧାରଣ ରୋଗ ଯଥା କାଶ, ଥଣ୍ଡା, ଜ୍ୱର, ଡାଇରିଆ ଓ ବାନ୍ତି ଇତ୍ୟାଦି ମଧ୍ୟ ତୁଳସୀ ପତ୍ରରସରେ ଭଲହୋଇଥାଏ । ଏହାର ରକ୍ତକୁ ଶୁଦ୍ଧ କରିବା ସହିତ ଅନେକ ପ୍ରକାରର ରୋଗରୁ ମୁକ୍ତି ଦେଇଥାଏ ।
  • ତୁଳସୀ ପତ୍ର ଅନେକ  ରୋଗ ପାଇଁ ବହୁତ ଉପକାରୀ ଅଟେ  । ଏହାର ପତ୍ରକୁ ଅଦା ଓ ମହୁ ସହିତ ସମାନ ମାତ୍ରାରେ ମିଶାଇ ସେବନ କଲେ, ଶୁଖିଲା କାଶ, ଥଣ୍ଡା କାଶ ଓ ଜ୍ୱର ଆଦି ଭଲ ହୋଇଥାଏ ।
  •  ତୁଳସୀ ପତ୍ର, ଲବଙ୍ଗ ଓ ସାଧାରଣ ଲୁଣକୁ ଅଧାଲିଟର ପାଣିରେ ମିଶାଇ ଫୁଟାନ୍ତୁ । ଏହି ଫୁଟା ପାଣି ଅଧା ହୋଇଯିବା ପରେ ଓହ୍ଲାଇ ଦିଅନ୍ତୁ । ଏହି ପାଣି ଇନ୍‌ଫ୍ଲୁଏଞ୍ଜା ରୋଗ ପାଇଁ ଲାଭଦାୟକ ।
  • ହୃଦ୍‌ରୋଗ ପାଇଁ ଏହା ବହୁତ ଲାଭଦାୟକ ଅଟେ । ତୁଳସୀର ନିତ୍ୟ ସେବନ ଫଳରେ ରକ୍ତରେ କୋଲେଷ୍ଟ୍ରୋଲ୍‌ର ମାତ୍ରା ହ୍ରାସ ପାଇଥାଏ । ତୁଳସୀ ପତ୍ରର ରସ କାଛୁକୁଣ୍ଡିଆ ଆଦି ପାଇଁ ମଧ୍ୟ ବହୁତ ଭଲ ।

ପଢନ୍ତୁ ;

ଆପଣ ଜାଣିଛନ୍ତି କି ? ଶରୀରରେ ରୋଗ ପ୍ରତିରୋଧକାରୀ କ୍ଷମତାକୁ ବଢାଇବାରେ ସାହାଯ୍ୟ କରିଥାଏ କଞ୍ଚା କଦଳୀ ! ଜାଣନ୍ତୁ ଏହାର କିଛି ବିଶେଷ ଗୁଣ ବିଷୟରେ

Related posts

ଆପଣଙ୍କ ଜିଭ ଜିଭ ସିଝି ଯାଇଛିକି! ଜାଣିରଖନ୍ତୁ ଏଥିରୁ କିପରି ପାଇବେ ଉପଶମ

Ratnamani Moharana

ଆଖିରେ ଆଲୁଅ ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

ENO Beuro

ମାଇଗ୍ରେନ୍‌ ସମସ୍ୟାରୁ ଉପଶମ ପାଇବା ପାଇଁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

Leave a Comment