• Home
  • LIFESTYLE
  • ଷ୍ଟୋନ ଜନିତ ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ କଲରା ! ଆସନ୍ତୁ ଜାଣିବା ଏଥିରେ ରହିଥିବା କେତେକ ଔଷଧିୟ ଗୁଣ ସମ୍ବନ୍ଧରେ
LIFESTYLE

ଷ୍ଟୋନ ଜନିତ ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ କଲରା ! ଆସନ୍ତୁ ଜାଣିବା ଏଥିରେ ରହିଥିବା କେତେକ ଔଷଧିୟ ଗୁଣ ସମ୍ବନ୍ଧରେ

କଲରା ଖାଇବାକୁ ପିତା ଲାଗିଥାଏ। ସାଧାରଣତଃ କଲରା ଖାଇବାକୁ କେତେକ ପିଲା ପସନ୍ଦ କରନ୍ତି ନାହଁ । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।

 ଜାଣନ୍ତୁ କଲରାରେ ରହିଥିବା କେତେକ ଔଷଧିୟ ଗୁଣ ସମ୍ବନ୍ଧରେ-

  • ଦାଗ ଲିଭିଯାଏ – ଯଦି ଆପଣଙ୍କ ତ୍ୱଚାରେ କିଛି ଦାଗ ରହିଥାଏ । ଦାଗକୁ ଦୂର କରିବାରେ କଲରା ବହୁ ସାହାଯ୍ୟ କରିଥାଏ । କିଛି କଲରା ପତ୍ର ନିଅନ୍ତୁ । ସେଥିରେ କିଛି ପରିମାଣର ମୁଲତାନୀ ମାଟି ମିଶାଇ ପ୍ରସ୍ତୁତ କରନ୍ତୁ । ତା’ପରେ ମୁହଁରେ ଏହାକୁ ଲଗାନ୍ତୁ । ମୁଲତାନୀ ମାଟି ନ ମିଳିଲେ କଲରା ରସକୁ ତୁଳାରେ ବୁଢାଇ ତ୍ୱଚାରେ ଲଗାନ୍ତୁ । ଫଳରେ ସବୁ ଦାଗ ହଟିବା ସହିତ ତ୍ୱଚା ସୁନ୍ଦର ହୋଇଥାଏ ।
  • କୃମି ସମସ୍ୟା – ଯଦି ଆପଣଙ୍କ ଘରେ କୌଣସି ପିଲାର କୃମି ସମସ୍ୟା ଦେଖାଯାଏ । ତାହା ହେଲେ କଲରାକୁ ଜୁସ କରି ଖାଲି ପେଟରେ ସେବନ କରନ୍ତୁ । ଏହିପରି ସକାଳୁ ସପ୍ତାହ ପର୍ଯ୍ୟନ୍ତ ପିଅନ୍ତୁ । ଦେଖିବେ କୃମି ଜନିତ ସମସ୍ୟାରୁ ଆପଣ ମୁକ୍ତି ପାଇଯିବେ।
  • ଆଣ୍ଠୁ ସମସ୍ୟାରୁ ମୁକ୍ତି ଦିଏ – କେକେତ କଂଚା କଲରା ନିଅନ୍ତୁ । ଏହାକୁ ନିଆଁରେ ଭଲ ଭାବରେ ପୋଡି ଦିଅନ୍ତୁ । ତା’ ପରେ ଭଲ ଭାବରେ ବାଟି ଦିଅନ୍ତୁ । ଏହା ପରେ ତୁଳା କିମ୍ବା ସଫା ସୂତା କପଡାରେ ରଖି ଆଣ୍ଠୁ ଉପରେ ପଟି ବାନ୍ଧି ଦିଅନ୍ତୁ । ଦେଖିବେ ଆଣ୍ଠୁ ଯନ୍ତ୍ରଣା ଦୂର ହୋଇଯିବ।
  • ଷ୍ଟୋନ ସମସ୍ୟାରୁ ଲାଭ ମିଳିବ- ସାଧାରଣତଃ କଲରାକୁ ଆମେ ରୋଷେଇ କରି ସେବନ କରିଥାଉ । ଯଦି ଆମେ ଏହି କଲରାକୁ ଜୁସ କରି ସେବନ କରିବା ତାହା ହେଲେ ଏହା ଷ୍ଟୋନ ଜନିତ ସମସ୍ୟାକୁ ନିୟନ୍ତ୍ରଣ କରିବାରେ ବହୁ ସାହାଯ୍ୟ କରିଥାଏ।
  • ଯନ୍ତ୍ରଣାକୁ ଦୂର କରେ – ପ୍ରଥମେ କିଛି ତାଜା କଲରା ପତ୍ର ନିଅନ୍ତୁ । ଏହା ପରେ ଏହାକୁ ବାଟନ୍ତୁ । ତା’ପରେ ଏହାକୁ ମୁଣ୍ଡରେ ଲଗାଇ ଦିଅନ୍ତୁ । ଦେଖିବେ ଆପଣଙ୍କ ମୁଣ୍ଡବ୍ୟଥା ସମସ୍ୟା ଧିରେ ଧିରେ ଦୂର ହୋଇଯିବ।
  • ଘା’କୁ ଭଲ କରେ – କିଛି କଲରା ଚେର ନିଅନ୍ତୁ । ଏହାକୁ ବାଟି ଦିଅନ୍ତୁ । ତା’ପରେ ଘା’ ହୋଇଥିବା ସ୍ଥାନରେ ଲେପ ଦେଇ ଦିଅନ୍ତୁ । ଦେଖିବେ ଘା’ ଶୀଘ୍ର ପାଚି ଯାଇ ପୂଜ ବାହାରି ଯିବ । ଯାହା ଫଳରେ ଘା’ ଧିରେ ଧିରେ ଶୁଖିଯିବ।

ଷ୍ଟୋନ ଜନିତ ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ କଲରା ! ଆସନ୍ତୁ ଜାଣିବା ଏଥିରେ ରହିଥିବା କେତେକ ଔଷଧିୟ  ଗୁଣ ସମ୍ବନ୍ଧରେ biiter ground

ପଢନ୍ତୁ;

ଶ୍ରୀନଗରର ମହାରାଜ ହରି ସିଂ ହସପିଟାଲରେ ହୋଇଛି ବଡ ଆତଙ୍କବାଦୀ ଆକ୍ରମଣ : ଜଣେ ପୋଲିସ ଅଧିକାରୀଙ୍କର ମୃତ୍ୟୁ

Related posts

ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ନବଦମ୍ପତିଙ୍କୁ ଖାଇବା ମନା

Krishna Kumar Manoj

ପପକର୍ଣ୍ଣ ଖାଇବା ଦ୍ୱାରା କଣ କଣ ଲାଭ ମିଳିଥାଏ ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Krishna Kumar Manoj

ଶୋଇବା ପୂର୍ବରୁ କେତେ ପାଣି ପିଇବା ଦରକାର ଏବଂ ଏଥିରୁ କ’ଣ ଲାଭ ମିଳିଥାଏ ? ଜାଣନ୍ତୁ ସେ ସମ୍ପର୍କରେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More