LIFESTYLE

କ୍ଷୀର ଚା’ ଅପେକ୍ଷା କଳା ଚା’ ଶରୀର ପାଇଁ ବେଶ ଲାଭଦାୟକ! ଜାଣନ୍ତୁ ଏହାର କାରଣ

blacktea

କଳା ଚା’ ଅପେକ୍ଷା କ୍ଷୀର ଚା’ ପିଇବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି। ତେବେ ଆପଣ ଜାଣିନଥିବେ କ୍ଷୀର ଚା’ ଠାରୁ ଅନେକ ଗୁଣରେ ଉପକାରୀ ହୋଇଥାଏ କଳା ଚା’। ଏହା ଆପଣଙ୍କ ଶରୀରକୁ ସୁସ୍ଥ ଏବଂ ସୁନ୍ଦର ରଖିବା ସହ ବିଭିନ୍ନ ପ୍ରକାର ରୋଗରୁ ଦୂରେଇ ରଖିଥାଏ ।

ତେବେ ଆସନ୍ତୁ ଜାଣିବା କଳା ଚା’ ପିଇବା ଦ୍ଵାରା କଣ ଲାଭ ମିଳିଥାଏ-

କଳା ଚା’ ମନୁଷ୍ୟକୁ ଚାପମୁକ୍ତ ରହିବାରେ ସାହାଯ୍ୟ କରିଥାଏ । ଏହା ମସ୍ତିଷ୍କକୁ ସତେଜ ରଖିବା ସହ ସ୍ମରଣ ଶକ୍ତି ବୃଦ୍ଧି କରିଥାଏ । ଏହାକୁ ସେବନ କରିବା ଦ୍ୱାରା ପାଚନ ପ୍ରକ୍ରିୟା ମଧ୍ୟ ସଠିକ୍‌ ହୋଇଥାଏ । ଏହା ଦ୍ୱାରା ଗ୍ୟାସ ,କୋଷ୍ଠକାଠିନ୍ୟ ଆଦି ପେଟ ଜଡ଼ିତ ସମସ୍ୟା ଦୂର ହୋଇଥାଏ।

blacktea

କଳା ଚା’ ରେ ପ୍ରଚୁର ପରିମାଣର ଫ୍ଲୋବେନାଏନ୍ସ ଏଲଡିଏଲ୍‌ ରହିଥାଏ, ଯାହା କୋଲେଷ୍ଟ୍ରଲକୁ ନିୟନ୍ତ୍ରିତ ରଖିଥାଏ । ତେଣୁ ପ୍ରତିଦିନ କଳା ଚା ପିଇବା ଦ୍ୱାରା ହୃଦଜନିତ ସମସ୍ୟା ଦୂର ହୋଇଥାଏ।

ଏହା ସହ ଶରୀରରେ ଉପୁଜୁଥିବା କର୍କଟ ସମ୍ବନ୍ଧୀୟ କୋଷର ସଂପୂର୍ଣ୍ଣ ଭାବେ ବିନାଶ କରିଥାଏ କଳା ଚା । ଏଣୁ କର୍କଟ ଭଳି ରୋଗରୁ ନିଜକୁ ରକ୍ଷା କରିବା ପାଇଁ ନିୟମିତ କଳା ଚା ପିଇବା ଆବଶ୍ୟକ ।

କଳା ଚା ପିଇବା ଦ୍ଵାରା ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ଦିନ ଯାକର ଥକାପଣକୁ ଦୂର କରିବା ସହ ଏହା ଶରୀରରେ କୋଲେଷ୍ଟ୍ରଲର ମାତ୍ରା ନିୟନ୍ତ୍ରିତ ରଖିଥାଏ ଏବଂ ମେଦହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ ।

ପଢନ୍ତୁ;ଅନ୍ତର୍ଜାତୀୟ ଦୃଷ୍ଟିହିନ କ୍ରିକେଟ: ଆଜି ଭାରତ-ଶ୍ରୀଲଙ୍କା ଟକ୍କର

Related posts

ନିୟମିତ ଲିପଷ୍ଟିକ୍ ବ୍ୟବହାର କରୁଛନ୍ତି କି? ତେବେ ଜାଣିରଖନ୍ତୁ ଏହାକୁ ବ୍ୟବହାର କରିବାର ସଠିକ୍ ପ୍ରଣାଳୀ

ENO Beuro

ଉତ୍ତମ ସ୍ୱାସ୍ଥ୍ୟ ଚାହୁଁଛନ୍ତି କି? ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା!

ENO Beuro

ମନକୁ ସ୍ଥିର ତଥା ନିୟନ୍ତ୍ରଣ କରିବା ପାଇଁ ଆପଣାନ୍ତୁ ଏହି ପାଞ୍ଚଟି ଉପାୟ

ENO Beuro

Leave a Comment