କାଶ ଏବଂ କଫରୁ ମୁକ୍ତି ଦେଇଥାଏ ଅମରପୋଇ ପତ୍ର! ଜାଣନ୍ତୁ ଏହାର ଔଷଧିୟ ଗୁଣ

amar

ଔଷଧୀୟ ବୃକ୍ଷ ମଧ୍ୟରୁ ଅମରପୋଇ ବୃକ୍ଷ ଅନ୍ୟତମ। ଏହି ଗଛର ପତ୍ରରୁ ଗଜାବାହାରେ, ଏହାର ମୃତ୍ୟୁ ନାହିଁ। ସେଥିପାଇଁ ଏହାକୁ ଅମରେପାଇ ବୋଲି କୁହାଯାଏ।

ତେବେ ଆସନ୍ତୁ ଜାଣିବା ଏହି ବୃକ୍ଷର ଉପକାରିତା ସମ୍ପର୍କରେ-

କାଶ ଓ କଫ ହେଉଥିଲେ ଅମରପୋଇ ପତ୍ର ଏବଂ ମୂଳର ଗୁଣ୍ଡକୁ ଏକ ଚାମଚ ମହୁରେ ମିଶାଇ ଖାଆନ୍ତୁ। ଏହା ଦ୍ୱାରା କାଶ ବା କଫ ସମସ୍ୟାରୁ ମୁକ୍ତି ମିଳିଥାଏ।

ପରିସ୍ରା ପୋଡ଼ା ହେଉଥିଲେ ଗୋଟେ ଗ୍ଲାସ୍‌ କ୍ଷୀରରେ ଏକ ଚାମଚ ଅମରପୋଇ ଡାଳର ଗୁଣ୍ଡ ପକାଇ ପିଇଲେ ଆରାମ ମିଳିଥାଏ। ମହୁ ସହ ଏହାର ରସ ଦିନକୁ ଦୁଇ ଥର ପିଇଲେ ମଧ୍ୟ ଉପକାର ମିଳେ।

amar

ଏହା ପେଟ ଜନିତ ସମସ୍ୟା ମଧ୍ୟ ଦୂର କରିଥାଏ। ପେଟରେ ଷ୍ଟୋନ୍‌ ହୋଇଥିଲେ ଏହାର ପତ୍ର, ଫୁଲ, ଡାଳକୁ ପାଣିରେ ବାଟି ସେହି ପାଣିକୁ ଦିନରେ ୩ ଥର ପିଅନ୍ତୁ। ଏହା ଦ୍ୱାରା ଷ୍ଟୋନ୍‌ ଆପେ ଆପେ ମିଳେଇଯାଇଥାଏ। ଶିଳାଜିତ୍‌ ସହ ଏହାର ପ୍ରୟୋଗ ଆହୁରି ଲାଭଦାୟକ।

ଯଦି ପେଟ ଦରଜ ହେଉଥାଏ ତା’ ହେଲେ ଦୁଇ ତିନୋଟି ଅମରପୋଇ ପତ୍ରକୁ ଲୁଣ ସହ ଖାଆନ୍ତୁ। ଏହାର ପତ୍ରର ରସ ବାହାର କରି ମଧ୍ୟ ଗୋଟେ ଚାମଚ ପିଇଲେ ପେଟ ଦରଜରୁ ଆରମ ମିଳିଥାଏ।

.ଛୋଟ ପିଲାଙ୍କର ଦାନ୍ତ ଉଠିବାରେ ଯଦି ବିଳମ୍ବ ହେଉଥାଏ ତେବେ ଏହି ପତ୍ରକୁ ଦାନ୍ତ ମୂଳରେ ଘସନ୍ତୁ। ଏହା ଦ୍ୱାରା ଦାନ୍ତ ଶୀଘ୍ର ଉଠିଯିବ।

ପଢନ୍ତୁ; ପୁଣି ନିର୍ଯ୍ୟାତନା: ଯୌତୁକ ପାଇଁ ଜିଅନ୍ତା ଜାଳିଦେଲେ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More