VASTU

ଘରେ କର୍ପୁର ରଖିବା ଦ୍ଵାରା କଣ ଲାଭ ହୋଇଥାଏ ,ଆସନ୍ତୁ ଜାଣିବା ସେ ସମ୍ପର୍କରେ

ହିନ୍ଦୁଧର୍ମରେ ପୂଜା ସମୟରେ ଯଦି କର୍ପୁର ରଖିନଥାଉ ,ତାହାଲେ ପୂଜା ଅଧା ରହିଥାଏ । ଏହାର ବ୍ୟବହାର ଦ୍ଵାରା ଘର ଉପରେ ପଡୁଥିବା ଖରାପ ପ୍ରଭାବ ଦୂରହୋଇଥାଏ,ତାସହିତ ଏହା ଦେହ ପାଇଁ ବି ଔଷଧ ଭଳି କାମ ଦେଇଥାଏ। କର୍ପୁର ଆମ ପାଇଁ ବହୁତ ଲାଭଦାୟକ ଅଟେ ।  ବାସ୍ତୁଶାସ୍ତ୍ର ଅନୁସାରେ ,ଆମେ ବହୁତ ପରିଶ୍ରମ କରିବା ପରେ ବି ଆମକୁ ସଫଳତା ମିଳିନଥାଏ,ଧନ ଲାଭ ହୋଇନଥାଏ ,ତାହାଲେ ଆପଣ ଏକ ଚାନ୍ଦି ର ଗିନାରେ ନିୟମିତ ଭାବରେ କର୍ପୁର ଲଗାନ୍ତୁ ,ଏହାଦ୍ଵାରା ଆପଣଙ୍କ କାମ ଠିକସେ ଚାଲିବ।

ଘରେ ବାସ୍ତୁଦୋଷ ଥିଲେ, ଘରର ଶାନ୍ତି ଖଣ୍ଡନ ହୋଇଥାଏ। ଏଥିରୁ ମୁକୁଳିବା ପାଇଁ ଘରେ କର୍ପୁର ଲଗେଇରଖନ୍ତୁ ,ଯାହାଦ୍ୱାରା ଆପଣଙ୍କୁ ସୁଖଶାନ୍ତି ମିଳିପାରିବ ,ତାସହିତ ଧନ ମଧ୍ୟ ଲାଭ କରିପାରିବେ।

ଘରେ ପୂଜାପଠା ସମୟରେ କର୍ପୁର ଜଳେଇବା ଦ୍ଵାରା ,ଏହାର ବାସ୍ନା ସବୁଆଡେ ବ୍ୟାପୀଥାଏ ,ଯାହା ଦ୍ଵାରା ଘରେ ଥିବା ବାକ୍ଟେରିଆ ମରିଥାନ୍ତି ଆଉମଧ୍ୟ ବାତାବରଣ ଶୁଦ୍ଧ ହୋଇଥାଏ ।ପୋଷାକକୁ ସୁରକ୍ଷିତ ରଖିବାପାଇଁ କର୍ପୁର ବ୍ୟବାହାର କରାଯାଇଥାଏ।

କର୍ପୁରର ବାସ୍ନା ଶରୀର ଏବଂ ଦିମାଗ ଉପରେ ଭଲ ପ୍ରଭାବ ପକେଇଥାଏ । ହାତ ଜାଲିଯାଆଇଥିଲେ ,କିମ୍ବା ଶରୀରର କିଛି ଭାଗରେ କ୍ଷତ ହୋଇଯାଇଥିଲେ ,ଆପଣ କର୍ପୁର ବ୍ୟବହାର କରିପାରିବେ। ଏହା ଶରୀର ପାଇଁ ଲାଭଦାୟକ ଅଟେ।

ଯଦି ଆପଣ ରାତିଅନିଦ୍ରା ହେଇଛନ୍ତି ,ନିଦ ଆସୁନି ,ତାହେଲେ ଆପଣ  କର୍ପୁରର  ତେଲ କୁ ତାକିଆ ରେ ଦେଇ ଶୁଅନ୍ତୁ ,ଏହାଦ୍ଵାରା ଆପଣଙ୍କୁ ଭଲ ନିଦ ଆସିବ। ଆପଣଙ୍କୁ ଯଦି ଥଣ୍ଡାଶର୍ଦ୍ଧୀ ହୋଇଛି ନାକ ଫିଟୁନହିଁ ,ଗରମପାଣି ରେ କର୍ପୁର ପକେଇ ନିଶ୍ଵାସ ନିଅନ୍ତୁ ,ଦେଖିବେ ଆପଣଙ୍କୁ ଆରମ ମିଳିବ । ଯଦି ଆପଣଙ୍କର କୁଣ୍ଡିଆ ରୋଗ ଅଛି ,କର୍ପୁରକୁ ତେଲ ରେ ମିଶାଇ ଲଗାନ୍ତୁ ,ଏହା ଲାଭଦାୟକ ଅଟେ।

ଜୋତିଷ୍ୟଶାସ୍ତ୍ର ଅନୁସାରେ ,ଯଦି ଆପଣଙ୍କର ଧନ କ୍ଷେୟ ହେଉଛି ,ତାହେଲେ ଆପଣ ଗୋଲାପର ପାଖୁଡାରେ କର୍ପୁରରଖିନ୍ତୁ ,ଏହାକୁ ଜଳାଇ ଦୁର୍ଗମାଙ୍କୁ ଅର୍ପଣ କରନ୍ତୁ ଦେଖିବେ ଆପଣଙ୍କୁ ଲାଭ ମିଳିବ । ଆକସ୍ମିକ ଦୁର୍ଘଟଣା ରୁ ରକ୍ଷା ପାଇବାକୁ ,ସଧ୍ୟା ରେ ହନୁମାନ ଚାଳିଶା ପଢନ୍ତୁ ,ତାପରେ କର୍ପୁର ଜଳାଇ ଆରତୀ କରନ୍ତୁ।

camphor କର୍ପୁର ଘରେ କର୍ପୁର ରଖିବା ଦ୍ଵାରା କଣ ଲାଭ ହୋଇଥାଏ ,ଆସନ୍ତୁ ଜାଣିବା ସେ ସମ୍ପର୍କରେ camphor

ପଢନ୍ତୁ; କେଉଁ ସବୁ ରୋଗରୁ ଦୂରେଇ ରଖେ ଲାଲ୍ ଅଙ୍ଗୁର ଜାଣନ୍ତୁ ?

Related posts

ଗୁରୁବାର ଦିନ କରନ୍ତୁ ଏହି ସବୁ କାମ , ହୋଇପାରିବେ ଧନୀ

Krishna Kumar Manoj

ପୂର୍ଣ୍ଣିମାରେ କରନ୍ତୁ ଏହି ସବୁ କାର୍ଯ୍ୟ, ବଦଳିବ ଆପଣଙ୍କ ଭାଗ୍ୟ!

Krishna Kumar Manoj

ଆସନ୍ତୁ ଜାଣିବା ମଥାରେ ସିନ୍ଦୂର ଲଗାଇବା ପଛରେ ରହିଥବା ରହସ୍ୟ ସମ୍ପର୍କରେ !

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More