LIFESTYLE

ମଧୁମେହ ଏବଂ ମେଦବହୁଳତାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ କ୍ୟାପ୍ସିକମ୍!

ମଧୁମେହ ଏବଂ ମେଦବହୁଳତା ରୋଗ ଦିନକୁ ଦିନ ବଢିବାରେ ଲାଗିଛି। ଏହି ଦୁଇ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ରହିଛି ଅନେକ ଉପାୟ। ଔଷଧ ସହିତ ସଠିକ୍ ଖାଦ୍ୟାଭ୍ୟାସ ଏହି ଦୁଇଟି ରୋଗର ନିୟନ୍ତ୍ରଣ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ।

ଯେଉଁମାନେ ମେଦବହୁଳତା ଓ ଡାଇବେଟିସର ଶିକାର ହୋଇଛନ୍ତି ସେମାନେ କ୍ୟାପ୍ସିକମକୁ ସେମାନଙ୍କର ଦୈନନ୍ଦିନ ଭୋଜନରେ ସାମିଲ କରିବା ନିହାତି ଆବଶ୍ୟକ ଅଟେ। ଅନେକ ଲୋକଙ୍କୁ କ୍ୟାପ୍ସିକମ୍ ଖାଇବାକୁ ଭଲ ଲାଗିନଥାଏ। କିନ୍ତୁ ଭଲ ନ ଲାଗିଲେ ମଧ୍ୟ ଏହାକୁ ପ୍ରତିଦିନ ଖାଇବାକୁ ଅଭ୍ୟାସ କରନ୍ତୁ। କାରଣ ଏହା ଆପଣଙ୍କ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ। ମେଦବହୁଳତା ଓ ଡାଇବେଟିସକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଛି କ୍ୟାପ୍ସିକମରେ। ନାଲି, ହଳଦିଆ ଓ ସବୁଜ ରଙ୍ଗ କ୍ୟାପ୍ସିକମରେ ରହିଛି ଏହି ଗୁଣ।

କ୍ୟାସ୍ପିକମରେ ଦୁଇ ପ୍ରକାର ଏନଜାଇମ ରହିଛି ଯାହା ଶରୀର ମେଦକୁ ହ୍ରାସ କରିପାରିବାର କ୍ଷମତା ରଖୁଛି।

ସେଗୁଡ଼ିକ ହେଲେ ଆଲ୍ଫା-ଗ୍ଲୁକୋସାଇଡେଜ୍ ଓ ଲିପିଡ୍ ଏଜଜାଇମ। ଏଗୁଡ଼ିକ ମେଦ ହ୍ରାସ କରିବା ସହିତ ଏହାକୁ ନିୟନ୍ତ୍ରଣ କରିଥାଏ। ତେଣୁ ମେଦବହୁଳତାର ଶିକାର ଲୋକେ ସେମାନଙ୍କ ଖାଦ୍ୟରେ ପ୍ରତିଦିନ କ୍ୟାପ୍ସିକମ ରଖିବା ଉଚିତ। ଏହାକୁ ସାଲାଡ କରି ଖାଇ ପାରିବେ ଅବା ରାନ୍ଧି କି ଖାଇପାରିବେ ବୋଲି ବୈଜ୍ଞାନିକଙ୍କ ମତ।

ଦେହରୁ ଚର୍ବି ହ୍ରାସ କରିବାର କ୍ଷମତା ରଖୁଥିବା କ୍ୟାପ୍ସିକମ୍ ସୁଗାର ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିବା ସାମର୍ଥ ରଖୁଛି। ତେଣୁ ଏହା ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ପାଇଁ ବି ଭାରି ଉପଯୋଗୀ ହେବ ବୋଲି ଇଣ୍ଡିଆନ ଇଷ୍ଟିଚୁ୍ୟଟ ଅଫ୍ କେମିକାଲ ଟେକ୍ନୋଲୋଜୀ ଏବଂ ସିଏସଆଇର ବୈଜ୍ଞାନିକମାନେ କହିଛନ୍ତି।

ମାନସିକଚାପ ଓ ହୃଦରୋଗକୁ ମଧ୍ୟ ନିୟନ୍ତ୍ରଣ କରିବାର କ୍ଷମତା କ୍ୟାପ୍ସିକମରେ ରହିଛି।

ପଢନ୍ତୁ;  ବାସ୍ତୁଶାସ୍ତ୍ର ଅନୁସାରେ ଘରର କେଉଁ ଦିଗରେ ଲାଫିଙ୍ଗ ବୁଦ୍ଧ ରଖିଲେ କ’ଣ ଲାଭ ମିଳେ ଜାଣନ୍ତୁ ?

Related posts

ଆସନ୍ତୁ ଜାଣିବା କଦଳୀ ଚୋପାର ଔଷଧୀୟ ଗୁଣ ବିଷୟରେ

ENO Beuro

ଏହି ସବୁ କାମ ପରେ ସ୍ନାନ କରିବା ଆବଶ୍ୟକ ଅଟେ ! ଜାଣନ୍ତୁ ;

ENO Beuro

ଛାତିରେ କେଶ ଥିବା ବ୍ୟକ୍ତି ହୋଇଥାନ୍ତି ଅଧିକ ଭାଗ୍ୟଶାଳୀ,ଜାଣନ୍ତୁ ଏହାର କାରଣ

ENO Beuro

Leave a Comment