ହୃତପିଣ୍ଡର ସ୍ପନ୍ଦନରେ ସୁଧାର ଆଣିଥାଏ “ଗୁଜୁରାତି “, ଆସନ୍ତୁ ଜାଣିବା ଏହାର ଉପକାରୀ ଗୁଣ ବିଷୟରେ

ଗୁଜୁରାତିକୁ ସଧାରଣତଃ ଆମେ ମସଲା ରୂପେ ବ୍ୟବହାର କରିଥାଉ । ଏହା ସୁଗନ୍ଧ ଯୁକ୍ତ ଏବଂ ସ୍ୱାସ୍ଥ୍ୟକର ମଧ୍ୟ । ଗୁଜୁରାତି ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଲୋକମାନେ ଗୁଜୁରାତିକୁ ମସଲାରେ ବ୍ୟବହାର କରୁଥିଲେ ବି ଏହାର ଉପକାରୀ ଗୁଣ ବିଷୟରେ ବିଶେଷ କିଛି ଜାଣିନଥାନ୍ତି ।

ଆସନ୍ତୁ ଜାଣିବା ଗୁଜୁରାତି ଖାଇବାର ଅନେକ ଫାଇଦା ବିଷୟରେ –

ଆଜିକାଲି ହୃଦରୋଗ ସାଧାରଣ ରୋଗ ହୋଇଗଲାଣି । ଅନେକ ଥର ଲୋକଙ୍କର ହୃତପିଣ୍ଡର ସ୍ପନ୍ଦନ କମ ହୋଇଯାଏ । ଏଥିପାଇଁ ଛୋଟ ଅଳେଇଚ ଖାଇବା ହିତକର ହୋଇଥାଏ । ଗୁଜୁରାତିରେ ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ ପରି ଖଣିଜପଦାର୍ଥ ଭରପୁର ଥାଏ । ଶରୀରରେ ଥବା ତରଳ ଓ ପେଶୀର ମୁଖ୍ୟ ତତ୍ୱ ପୋଟାସିୟମ ହୋଇଥାଏ । ତେଣୁ ଗୁଜୁରାତି ଖାଇବା ଦ୍ୱାରା ଶରୀରକୁ ପୋଟାସିୟମ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ ।

ଗୁଜୁରାତି ଖାଇବା ଦ୍ୱାରା ଫୁସଫୁସରେ ରକ୍ତ ସଂଚାଳନ ଭଲ ଭାବେ ହୋଇଥାଏ । ଫଳରେ ପ୍ରଶ୍ୱାସ ନେବା ସମସ୍ୟା ଯଥା ଆଜମା, ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ । ଆୟୁର୍ବେଦ ଅନୁସାରେ ଗୁଜୁରାତିକୁ ଏକ ଗରମ ମସଲା ରୂପେ ବ୍ୟବଦାର କରାଯାଏ । ଯାହା ଶରୀରକୁ ଗରମ କରିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ଶରୀରରେ ଥଣ୍ଡାର ପ୍ରଭାବ କମ ହୋଇଥାଏ ।

ଗୁଜୁରାତି ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ । ମନୁଷ୍ୟ ଶରୀରରେ ଅନେକ ରୋଗ ଉଚ୍ଚ ରକ୍ତଚାପ କାରଣରୁ ସୃଷ୍ଟି ହୋଇଥାଏ । ୨-୩ଟି ଗୁଜୁରାତି ପ୍ରତ୍ୟେକ ଦିନ ଖାଇବା ଦ୍ୱାରା ସାରାଜୀବନ ରକ୍ତଚାପ ନିୟନ୍ତ୍ରଣ ରହିବ ।

ଯଦି କୋଷ୍ଠକାଠିନ୍ୟ ସମସ୍ୟା ଥାଏ ତେବେ ଗୁଜୁରାତିକୁ ଖାଇବା କିମ୍ବା ଗୁଜୁରାତିକୁ ପାଣିରେ ଫୁଟାଇ ସେହି ପାଣିକୁ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଏହା ପାଚନକ୍ରିୟାକୁ ସହଜ କରିହା ସହିତ କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ ।

ଗୁଜରାତି ସ୍ୱାଦ ବଢାଉବା ସହିତ ମାଉଥ ଫ୍ରେସନର ପରି ମଧ୍ୟ କାମ କରିଥାଏ । ଏହାକୁ ଖାଇବା ଦ୍ୱାରା ମୁହଁର ଦୁର୍ଗନ୍ଧ ଦୂର ହୋଇଥାଏ।

ପଢନ୍ତୁ ;

ପେଟରେ ଥିବା ଷ୍ଟୋନ ଦୂରେଇବାରେ ସାହାଯ୍ୟ କରିଥାଏ ଏହି ପରିବା! ଜାଣନ୍ତୁ

ଗୁଜୁରାତି ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ - 4.7

93%

ଗୁଜରାତି ସ୍ୱାଦ ବଢାଉବା ସହିତ ମାଉଥ ଫ୍ରେସନର ପରି ମଧ୍ୟ କାମ କରିଥାଏ । ଏହାକୁ ଖାଇବା ଦ୍ୱାରା ମୁହଁର ଦୁର୍ଗନ୍ଧ ଦୂର ହୋଇଥାଏ। - 4.4

87%
4.5/5

Very Good!

ହୃତପିଣ୍ଡର ସ୍ପନ୍ଦନରେ ସୁଧାର ଆଣିଥାଏ "ଗୁଜୁରାତି ", ଆସନ୍ତୁ ଜାଣିବା ଏହାର ଉପକାରୀ ଗୁଣ ବିଷୟରେ

ଗୁଜୁରାତିକୁ ସଧାରଣତଃ ଆମେ ମସଲା ରୂପେ ବ୍ୟବହାର କରିଥାଉ । ଏହା ସୁଗନ୍ଧ ଯୁକ୍ତ ଏବଂ ସ୍ୱାସ୍ଥ୍ୟକର ମଧ୍ୟ । ଗୁଜୁରାତି ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଲୋକମାନେ ଗୁଜୁରାତିକୁ ମସଲାରେ ବ୍ୟବହାର କରୁଥିଲେ ବି ଏହାର ଉପକାରୀ ଗୁଣ ବିଷୟରେ ବିଶେଷ କିଛି ଜାଣିନଥାନ୍ତି ।

No Votes Yet

You're not rated yet