LIFESTYLE

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ତାହାଲେ ଆପଣାନ୍ତୁ ଏହି ଉପାୟ

ସମସ୍ତେ ଭଲଭାବେ ଜାଣନ୍ତି ଯେ , ନିୟମିତ ସାଲାଡ଼ ଖାଇଲେ,ବ୍ୟାୟାମ କରିଲେ ଏବଂ ଭଲ ନିଦ ଗଲେ ଆମେ ଫିଟ୍‌ ରହିପାରିବା। ଏଥିପାଇଁ ଏହା ଉପରେ ଗୁରୁତ୍ୱ ଦେଇଥାଉ। କେତେକ ଲୋକ ଫିଟ୍‌ ରହିବା ସାଙ୍ଗକୁ ନିଜର ଓଜନ ହ୍ରାସ କରିବା ପାଇଁ ଚାହାଁନ୍ତି।ଏଥିପାଇଁ କେହି କେହି ସକାଳେ ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ପିଇଥା’ନ୍ତି ତ ଆଉ କେତେକ ଜିରା ଜଳ ପାନ କରିଥା’ନ୍ତି।

ଫିଟ ରହିବା ପାଇଁ , ପିଅନ୍ତୁ ଏହି ପାନୀୟ;

କେତେକ ଲୋକଙ୍କର  ଇଚ୍ଛା ସେମାନେ ଜିମ୍‌ ଯିବେ ନାହିଁ କି ବ୍ୟାୟାମ କରିବେ ନାହିଁ। ଏପରିକି ଖାଇବା ପିଇବାରେ ବି ନିୟନ୍ତ୍ରଣ ରଖିବେ ନାହିଁ। କିନ୍ତୁ ନିଜର ଓଜନ କମ୍‌ କରିବେ ବୋଲି ଭାବନ୍ତି। ଯେଉଁମାନେ ଏଭଳି ଚିନ୍ତା କରୁଛନ୍ତି,ସେମାନଙ୍କ ପାଇଁ ଏକ ମହୌଷଧି ହେଲା ଜୁଆଣି ଜଳ ପିଇବା।ଏଥିପାଇଁ ଏକ ଗ୍ଲାସ ଜଳରେ ଏକ ଚାମଚ ଜୁଆଣି ରାତିରେ ଭିଜାଇ ରଖନ୍ତୁ। ଏହାକୁ ରାତିସାରା ରଖିବାପରେ ସକାଳେ ତାକୁ ଫୁଟାନ୍ତୁ। ତା’ପରେ ସେହି ଫୁଟା ପାଣିକୁ ଛାଣି ପିଅନ୍ତୁ। ଆହୁରି ଏକଥା ବି ମନେ ରଖିବା ଆବଶ୍ୟକ ଯେ,ଜୁଆଣି ଜଳ ପିଇବାର ଘଣ୍ଟାକ ଯାଏଁ କୌଣସି ଖାଦ୍ୟ ଗ୍ରହଣ କରିବା ଅନୁଚିତ।

ଆପଣ ନିୟମିତ ଭାବେ ୨ ସପ୍ତାହ ଯାଏଁ ଏପରି ଉପାୟରେ ଜୁଆଣି ଜଳ ପିଇଲେ ନିଜର ଓଜନ ୬ କିଲୋଗ୍ରାମ୍‌ ଯାଏଁ ହ୍ରାସ କରି ପାରିବେ। ଖାଲିସେତିକି ନୁହେଁ,ଏହା ଦ୍ୱାରା ଆପଣଙ୍କର ହଜମ କ୍ରିୟା ମଧ୍ୟ ସୁସ୍ଥ ରହିବ।

ପଢନ୍ତୁ ;

ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଉପରକୁ ଜୋତାମାଡ଼ ! ଅଭିଯୁକ୍ତକୁ ଗିରଫ କଲା ପୋଲିସ୍

 

Related posts

ଆସନ୍ତୁ ଜାଣିବା ଲେମନ ଟି ପିଇବା ଦ୍ୱାରା କି କି ଫାଇଦା ମିଳିଥାଏ ?

ENO Beuro

ଗାଢ କଳା କେଶ ଚାହୁଁଛନ୍ତି କି ? ତେବେ ଜାଣିରଖନ୍ତୁ କେଶକୁ ଗାଢ କଳା କରିବା ପାଇଁ କ’ଣ କ’ଣ ଆବଶ୍ୟକ ହୋଇଥାଏ ?

ENO Beuro

ଖରାଦାଉରୁ ଚର୍ମ ଏବଂ କେଶକୁ ରକ୍ଷା କରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର!

ENO Beuro

1 comment

Leave a Comment