LIFESTYLE

ହୃଦରୋଗରେ ପୀଡ଼ିତ ଥିବା ଲୋକମାନେ ଖାଆନ୍ତୁ ଚକୋଲେଟ୍‌ । ଆସନ୍ତୁ ଜାଣିବା କେଉଁ ଚକୋଲେଟ୍‌ ଖାଇଲେ କେଉଁ ଉପକାର ମିଳେ ।

ଚକୋଲେଟ୍ ଖାଇବା ପାଇଁ  ସମସ୍ତଙ୍କୁ ଭଲ ଲାଗେ । ପିଲା ହୁଅନ୍ତୁ କି ବୁଢ଼ା, ସମସ୍ତେ ଚକୋଲେଟ୍‌  ଖାଇବାକୁ ଇଚ୍ଛା କରନ୍ତି । କିନ୍ତୁ ପ୍ରଶ୍ନ ଉଠେ କେଉଁ ଚକୋଲେଟ୍‌ ଦେହ ପାଇଁ କେତେ ଭଲ ? ଡାକ୍ତରଙ୍କ କହବା ଅନୁସାରେ  ହୃଦରୋଗରେ ପୀଡ଼ିତ ଥିବା ଲୋକମାନେ ଚକୋଲେଟ୍‌ ଖାଇବା ଭଲ । ଆସନ୍ତୁ ଜାଣିବା କେଉଁ ଚକୋଲେଟ୍‌ ଖାଇଲେ କେଉଁ ଉପକାର ମିଳେ ;

ଡ଼ାର୍କ ଚକୋଲେଟ ଖାଆନ୍ତୁ ;  ଆଣ୍ଟି ଅକ୍ସିଡ଼ାଣ୍ଟରେ ଭରପୂର ଥିବା ଡ଼ାର୍କ ଚକୋଲେଟ୍‌ରେ ଚିନି, କୋକୋ ବଟର, କୋକୋ ସଲିଡ୍‍ ଏବଂ ବହୁତ କମ୍‌ ମାତ୍ରରେ ଖିର ରହିଥାଏ । ଏହାକୁ ଖାଇଲେ ଟିକେ ମିଠା ଏବଂ ଟିକେ ପିତା ମଧ୍ୟ ଲାଗେ । ୧୦୦ ଗ୍ରାମ ଡ଼ାର୍କ ଚକୋଲେଟ୍‌ରେ ୭୦ରୁ ୮୫ ପ୍ରତିଶତ କୋକୋ ପାଉଡ଼ର ଥିବାବେଳେ ୧୧ ଗ୍ରାମ ଫାଇବର, ଆଇରନ, ମ୍ୟାଗ୍ନେସିଅମ, କପର ଏବଂ ମାଙ୍ଗାନିଜ ରହିଥାଏ । ଏହା ଆଣ୍ଟି ଅକ୍ସିଡ଼ାଣ୍ଟର କାମ କରିଥାଏ । ଏହା ରକ୍ତଚାପକୁ ଠିକ୍‌ ରଖିବା ସହିତ ହୃଦୟ ଜନିତ ରୋଗରୁ ରକ୍ଷା କରିଥାଏ । ପରୀକ୍ଷାରୁ ଜଣାପଡ଼ିଛି ଯେ ଏହା ରକ୍ତକୁ ଧମନୀରେ ପହଞ୍ଚାଇବା ପାଇଁ ସହାଯ୍ୟ କରିଥାଏ ।

ସୂର୍ଯ୍ୟ କିରଣରୁ ନିଜ ତ୍ୱଚାକୁ ସୁରକ୍ଷା ଦେବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ  । ଥରେ ଚକୋଲେଟରେ  ଫେସିଆଲ କରି ଦେଖନ୍ତୁ, ଦେଖିବେ ଆପଣଙ୍କର ସ୍କିନ ଗ୍ଳୋ କରିବା ଆରମ୍ଭ କରିବ। ଆପଣ ଦେଖୁଥିବେ ଏବେ ଚକୋଲେଟ ଓା୍ଵକ୍ସିଙ୍ଗ୍‌ମଧ୍ୟ ଲୋକ କରିବାକୁ ପସନ୍ଦ କରୁଛନ୍ତି । ଏହା ଦ୍ୱାରା ସ୍କିନ୍‌ ଗ୍ଲୋ କରିିବା ସହିତ କେଶ ତୁରନ୍ତ ଉଠି ନଥାଏ ।

ହ୍ଵାଇଟ ଚକୋଲେଟ୍‌ ଖାଆନ୍ତୁ  ଏହା ଦ୍ଵାରା ଯଦି ଆପଣ ମୋଟା ହେବାକୁ ଚାହାନ୍ତି ତା ହେଲେ ହ୍ଵାଇଟ ଚକୋଲେଟ୍‌ ଖାଇବା ଆରମ୍ଭ କରନ୍ତୁ । ଏଥିରେ ଫ୍ୟାଟ୍‌ ପରିମାଣ ଭରପୂର ଥିବା ବେଳେ ଚକୋଲେଟ୍‌ ନଥାଏ । ଏହାକୁ କୋକୋ ବଟର, ମିଲ୍‌କ ଫ୍ୟାଟ, ମିଲ୍‌କ ପାଉଡ଼ର ଏବଂ ଚିନିରେ ତିଆରି କରାଯାଇଥାଏ । ଏଥିରେ ଲେସିଥିନ ନାମକ ପଦାର୍ଥ ଥାଏ ଯାହାକି ଓଜନ ବଢ଼ାଇବାରେ ସହାଯ୍ୟ କରେ।

ଡ଼ାର୍କ ଚକୋଲେଟ୍‌ ଭଳି ମିଲ୍‌କ ଚକୋଲେଟ ମଧ୍ୟ ଦେହ ପାଇଁ ଉପକାରୀ ଅଟେ  । ଏଥିରେ ଚର୍ବି ଏବଂ ଖିରନ୍ତୁଳିତ ପରିମାଣ ଅଧିକ ଥାଏ ଯାହାକି ମସ୍ତିଷ୍କ ପାଇଁ ଅତ୍ୟନ୍ତ ଭଲ।

ହୃଦରୋଗରେ ପୀଡ଼ିତ ଥିବା ଲୋକମାନେ ଖାଆନ୍ତୁ ଚକୋଲେଟ୍‌ । ଆସନ୍ତୁ ଜାଣିବା କେଉଁ ଚକୋଲେଟ୍‌ ଖାଇଲେ କେଉଁ ଉପକାର ମିଳେ । chocolate

ପଢନ୍ତୁ ;

କେଶରେ ଅଧିକ ରୁପି ପାଇଁ ଚିନ୍ତିତ ଅଛନ୍ତି କି ? କେତୋଟି ଖାଦ୍ୟ ପ୍ରତି ଗୁରୁତ୍ୱ ଦିଅନ୍ତୁ ଏବଂ ପ୍ରାକୃତିକ ଉପାୟରେ ଏହି ସମସ୍ୟା ଦୂର କରନ୍ତୁ

 

Related posts

ଘରକୁ ଆସିଥିବା ଅତିଥିଙ୍କୁ ଖାଇବାକୁ ଦେବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ?

Krishna Kumar Manoj

ଏହି ଲୋକଙ୍କ ଆଗରେ ନିଜର ଗୁପ୍ତାକଥା କୁହନ୍ତୁ ନାହିଁ

Krishna Kumar Manoj

ଆଖୁ ରସ ପିଇବା ଦ୍ୱାରା ଶରୀରକୁ କ’ଣ ସବୁ ଫାଇଦା ମିଳିଥାଏ ଜାଣନ୍ତୁ ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More