LIFESTYLE

ଲବଙ୍ଗରୁ ପ୍ରସ୍ତୁତ ଲବଙ୍ଗ ତେଲରେ ରହିଛି ଭରପୂର ଔଷଧୀୟ ଗୁଣ ! ଆସନ୍ତୁ ଜାଣିବା ଏହି ତେଲର କିଛି ଅନ୍ୟ ଉପକାରିତା ବିଷୟରେ

ଭାରତରେ ପ୍ରଚୁର ପରିମାଣରେ ଲବଙ୍ଗ ଉତ୍ପାଦନ ହୋଇଥାଏ। ଏହାକୁ ଖାଦ୍ୟ ପ୍ରସ୍ତୁତିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ରୋଗର ଉପଶମ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ଲବଙ୍ଗରୁ ପ୍ରସ୍ତୁତ ଲବଙ୍ଗ ତେଲ ଔଷଧୀୟ ଗୁଣରେ ଭରପୂର ଥାଏ। ଏହି ତେଲରେ ଅନେକ ପ୍ରକାରର ଖଣିଜ ପଦାର୍ଥ ସହ କ୍ୟାଲସିୟମ୍‌, ଆଇରନ୍‌, ସୋଡିୟମ୍‌, ପୋଟାସିୟମ୍‌, ଭିଟାମିନ୍‌ ଏ ଏବଂ ଭିଟାମିନ ସି ଆଦି ପର୍ଯ୍ୟାପ୍ତ ମାତ୍ରାରେ ମିଳିଥାଏ।ଏହା ବ୍ରଣ ଦୂର କରିବା, କାଶ, ଆସ୍ତମା ଆଦିର ଉପଚାରରେ ବିଶେଷକରି ବ୍ୟବହୃତ ହୋଇଥାଏ।

ଆସନ୍ତୁ ଜାଣିବା ଏହି ତେଲରେ ଥିବା ଉପକାରିତା ବିଷୟରେ-

  • ମଧୁମେହ ରୋଗକୁ ନିୟନ୍ତ୍ରଣ  : ଲବଙ୍ଗ ତେଲ ଶରୀରରେ ରକ୍ତ ଶର୍କରା ପରିମାଣକୁ ନିୟନ୍ତ୍ରିତ କରେ। ଏହାଦ୍ୱାରା ମଧୁମେହକୁ ନିୟନ୍ତ୍ରଣ କରାଯାଇଥାଏ। ଏଥିଯୋଗୁ ଏହାର ଉପଚାର କ୍ଷେତ୍ରରେ ଏହି ତେଲକୁ ବ୍ୟବହାର କରାଯାଇଥାଏ।
  • ଅବଷାଦ ଏବଂ ମୁଣ୍ଡବିନ୍ଧା ଦୂର କରିବା ପାଇଁ: ଏହି ତେଲରେ ଅଳ୍ପ ଲୁଣ ମିଶାଇ ମୁଣ୍ଡରେ ମାଲିସ କରିବା ଦ୍ୱାରା ଆରାମ ମିଳିଥାଏ। ସେହିପରି ରକ୍ତ ସଞ୍ଚାଳନକୁ ତୀବ୍ର କରିବାରେ ଏହା ସହାୟକ ହୋଇଥାଏ।
  • ପାଚନକ୍ରିୟାକୁ ତ୍ୱରାନ୍ବିତ କରିବାରେ: ଖାଦ୍ୟ ହଜମ ଶିଥିଳ ହେବାକୁ ନେଇ ଉପୁଜୁଥିବା ସମସ୍ୟାଗୁଡିକୁ ସୁଧାରିବା ଦିଗରେ ଏହା ବ୍ୟବହୃତ ହୋଇଥାଏ। ଏହାକୁ ସେବନ କରିବା ଦ୍ୱାରା ଡାଇରିଆ, ବାନ୍ତି, ଅନ୍ତ୍ରଜନିତ ସମସ୍ୟା ଦୂର ହୋଇଥାଏ। ଏହାସହ ହେକୁଟି ଏବଂ ପ୍ରାତଃ ସମୟର ଅସୁସ୍ଥତାବୋଧକୁ କମ୍‌ କରିହୁଏ।
  • ବ୍ରଣ ସମସ୍ୟାରୁ ମୁକ୍ତି: ଲବଙ୍ଗ ତେଲ ବ୍ରଣ ସମସ୍ୟାକୁ ରୋକିବାରେ ସକ୍ଷମ ହୋଇଥାଏ। ଏହା ତ୍ୱଚାରେ ରକ୍ତ ସଞ୍ଚାଳନ ସୁଧାରିଥାଏ। ଫଳରେ ବ୍ୟକ୍ତିଙ୍କୁ ଏଥିଯୋଗୁ ହେଉଥିବା କଷ୍ଟରୁ ମୁକ୍ତି ମିଳିଥାଏ।
  • ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ: ଲବଙ୍ଗ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହିପରି ଏହାର ତେଲ ଶରୀରରେ ପାଚନକ୍ରିୟାକୁ ତ୍ୱରାନ୍ବିତ କରି ସମସ୍ତ ପ୍ରକାର ରୋଗ ସହ ଲଢ଼ିବାରେ ସହାୟକ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡେଣ୍ଟସ୍‌ ଅଧିକ ମାତ୍ରାରେ ଥାଏ। ଏହା ହୃଦୟ ପାଇଁ ମଧ୍ୟ ବେଶ ଲାଭକାରୀ ହୋଇଥାଏ। ଏପରି କି ଏହା ଶରୀରରେ କ୍ୟାନ୍ସରର କୋଷ ବୃଦ୍ଧିକୁ ରୋକିଥାଏ।

ପଢନ୍ତୁ;

ବୈବାହିକ ଜୀବନର ସଫଳତା ପାଇଁ ତ୍ୟାଗର ଭୂମିକା କଣ ରହିଛି ? ଆସନ୍ତୁ ଜାଣିବା

Related posts

ବିଶେଷଜ୍ଞଙ୍କ ମତ : ମଧୁମେହ ରୋଗୀଙ୍କ ପାଇଁ ଭେଣ୍ଡି କେତେ ଉପଯୋଗୀ ଜାଣନ୍ତୁ

ENO Beuro

କେଶ ଝଡିବା ବନ୍ଦ କରିବାରେ ସହାୟକ ହୋଇଥାଏ ପିଜୁଳି ପତ୍ର! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ENO Beuro

ମାନସିକ ଚିନ୍ତାରୁ କିପରି ମୁକ୍ତି ପାଇବା ଆସନ୍ତୁ ଜାଣିବା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More