LIFESTYLE

ସକାଳେ ଖାଲି ପେଟରେ ପିଅନ୍ତୁ ଖଜୁରୀ ପାଣି,ମିଳିବ ଅନେକ ଫାଇଦା

dates

ଖଜୁରୀ ଏକ ସ୍ବାଦିଷ୍ଟ ଫଳ। ଏହାକୁ ଯେକୌଣସି ଋତୁରେ ଖିଆଯାଇପାରେ। ହେଲେ ଶୀତଦିନେ ଏହାକୁ ଖାଇବା ଦ୍ୱାରା ଶରୀର ବିଭିନ୍ନ ରୋଗ କବଳରୁ ମୁକ୍ତି ପାଇଥାଏ। ଏହା ବ୍ୟତୀତ ଏଥିରେ ମହଜୁଦ ଥିବା ତତ୍ତ୍ୱ ହାଡକୁ ଶକ୍ତ କରିଥାଏ। ପ୍ରତିଦିନ ଖଜୁରୀ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ପ୍ରତିଦିନ ଖଜୁରୀ ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ମଧ୍ୟ ବଢିଥାଏ । ତେବେ ପ୍ରତିଦିନ ସକାଳୁ ଖଜୁରୀ ପାଣି ପଇଲେ ଅନେକ ଫାଇଦା ମଧ୍ୟ ମିଳିଥାଏ।

ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ-

ଖଜୁରୀରେ କ୍ୟାଲସିୟମ ଥିବାରୁ ଏହା ଅସ୍ଥି ମଜଭୁତ କରିବାରେ ସହାୟକ ହୁଏ। ଖଜୁରୀରେ ଥିବା ସେଲୋନିୟମ, ମାଙ୍ଗାନିଜ୍‌ ଓ କପର୍‌ ବିଭିନ୍ନ ରୋଗରୁ ଶରୀରକୁ ସୁରକ୍ଷା ଦେଇଥାଏ। ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ। ପ୍ରତିଦିନ ଖଜୁରୀ ଖାଇବା ଦ୍ୱାରା ମୁହଁରେ ବୟସ ଜନିତ ରେଖା ଓ ଦାଗ ଦୂର ହୋଇଥାଏ ।

ଖଜୁରୀ କୋଳିରେ ଭିଟାମିନ, ଆଇରନ, ମିନେରାଲ, କ୍ୟାଲସିୟମ, ଆମିନୋଏସିଡ୍‌, ଫସ୍‌ଫରସ୍‌ ଓ ଭିଟାମିନ୍‌ ସି’ ଥାଏ। ଡାଇବେଟିସ୍‌ ରୋଗ ପାଇଁ ଏହା ମହୌଷେଧୀ ଭଳି କାର୍ଯ୍ୟ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଖଜୁରୀ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ଏଥିରେ ଫ୍ୟାଟ୍‌ ନ ଥିବାରୁ ସଂପୂର୍ଣ୍ଣ ସ୍ବାସ୍ଥ୍ୟ ସୁରକ୍ଷା ଦେବା ସହିତ ଶକ୍ତି ବୃଦ୍ଧି କରେ। ଶରୀରର ଓଜନ ଅପେକ୍ଷାକୃତ ଭାବେ କମ୍‌ ରହିଥିବା ବ୍ୟକ୍ତିଙ୍କ ପାଇଁ ଖଜୁରୀ ଖାଇବା ବେଶ ଲାଭଦାୟକ ହୋଇଥାଏ। ଏଥିରେ ଥିବା ପ୍ରୋଟିନ୍‌ ଓଜନ ବୃଦ୍ଧି କରେ।

ପଢନ୍ତୁ;  ଇସ୍ତଫା ଦେଲେ ଭିମ୍‌ସାର ନିର୍ଦ୍ଦେଶକ ଡା. ଅଶ୍ୱିନୀ ପୂଜାହାରୀ

Related posts

ସାକ୍ଷାତକାର ରେ ସଫଳତା ପାଇବା ପାଇଁ ଆପଣାନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ କଥା

ENO Beuro

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ENO Beuro

N ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଲୋକଙ୍କ ମଧ୍ୟରେ ଥାଏ ଏହି ବିଶେଷ ଗୁଣ

Ratnamani Moharana

Leave a Comment