LIFESTYLE

ହାର୍ଟ ଜନିତ ସମସ୍ୟା ପାଇଁ ଖାଆନ୍ତୁ ଏହି ଫଳ ! ପାଇପାରିବେ ଅନେକ ଉପକାରିତା

ଏହି ଫଳ ଉପରକୁ ଆବୁଡା ଖାବୁଡା ଦେଖାଯାଉଥାଏ କିନ୍ତୁ ଭିତରୁ ବହୁତ କୋମଳ ଏବଂ ଖାଇବା ପାଇଁ ବହୁତ ଭଲ ଲାଗିଥାଏ। ଏହାର ଉପକାରିତା ସମ୍ପର୍କରେ ଜାଣିଲା ପରେ କେହି ମଧ୍ୟ ଏହାକୁ ନ’ଖାଇ ରହିପାରିବେ ନାହିଁ । ଆଜିକାଲି ହାର୍ଟ ଜନିତ ସମସ୍ୟା ପ୍ରାୟତଃ ସମସ୍ତଙ୍କ ପାଖରେ ଦେଖାଯାଉଛି, ଏହି ସମସ୍ୟା ପାଇଁ “ଡ୍ରେଗନ୍’ ଫଳ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଅଟେ।

ଏହି ଫଳ ଖାଇବା ଦ୍ଵାରା ଆପଣଙ୍କୁ ଶୀଘ୍ର ବାର୍ଦ୍ଧକ୍ୟ ଗ୍ରାସ ମଧ୍ୟ କରିନଥାଏ।ଏହି ଫଳ ପିତାୟା କିମ୍ନା ଷ୍ଟ୍ରବେରୀ ପିୟର ନାମରେ ମଧ୍ୟ ସମସ୍ତଙ୍କ ପାଖରେ ପରିଚିତ।

ଫ୍ରିରେଡିକଲସ୍ ଏବଂ କ୍ୟାନସର ତିଆରି କରୁଥିବା ତତ୍ୱରୁ ଶରୀରକୁ ବଂଚାଇବା ପାଇଁ ଏହିଫଳ ଖାଇବା ନିହାତି ଦରକାର । କାରଣ ଏହି ଫଳରେ ଆଂଟି ଅକ୍ସିଡେଂଟର ପରିମାଣ ଅଧିକ ରହିଥାଏ ଏବଂ ଏହା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।

ଏହି ଫଳ ଶରୀର ମଧ୍ୟରେ କୋଲେଷ୍ଟ୍ରଲର ପରିମାଣକୁ କମାଇଥାଏ । “ଡ୍ରେଗନ୍’ ଫଳ ଶରୀର ମଧ୍ୟରେ ସୁଗରର ପରିମାଣକୁ ଠିକ୍ ରଖିବାରେ ସାହାଯ୍ୟ କରେ । ଏହି ଫଳରେ ଥିବା ଫାଇବର ବ୍ଲଡ୍ ସୁଗରର ପରିମାଣକୁ ଶରୀର ମଧ୍ୟରେ ସନ୍ତୁଳିତ ରଖିଥାଏ । ଏହାବ୍ୟତିତ ଏହା ଆମର ପାଚନକ୍ରୀୟାକୁ ମଧ୍ୟ ଠିକ୍ ରଖିଥାଏ।

ଫଳରେ ଆଂଟିଅକ୍ସିଡେଂଟର ପରିମାଣ ଅଧିକ ରହିଥିବାରୁ ଅସମୟରେ ବାର୍ଦ୍ଧକ୍ୟ ଗ୍ରାସ କରିପାରେ ନାହିଁ । ଏହିଫଳ ସହିତ ମହୁକୁ ମିଶାଇ ଫେସପ୍ୟାକ୍ ତିଆରି କରି ତାକୁ ନିୟମିତ ବ୍ୟବଧାନରେ ମୁହଁରେ ଲଗାଇଲେ ଏହା ଚେହେରାରୁ ଫାଇନ୍ ଲାଇନକୁ କାଢିଦେଇଥାଏ, ଏବଂ ଏହାଦ୍ୱାରା ଚେହେରାରେ ଚମକ ଆସିଥାଏ।

ପଢନ୍ତୁ;

ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇଲେ କିଡ୍‌ନିରେ ଜମିରହିଥାଏ ଷ୍ଟୋନ୍‌!

Related posts

ବ୍ଲଡ୍‌ ଗ୍ରୁପ୍‌ ଅନୁଯାୟୀ କେଉଁ ଖାଦ୍ୟ ଖାଇବା ଉଚିତ୍ ଜାଣନ୍ତୁ ?

ENO Beuro

କେଶ ଝଡ଼ିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ତେବେ ଆପଣାନ୍ତୁ ଏହି ଦୁଇଟି ବ୍ୟାୟାମ ପାଇପାରିବେ ଲମ୍ବା ଓ ଘନ କେଶ

ENO Beuro

ସକାଳୁ ଉଠିବା ପରେ କେଉଁ କାମ କରିବା ଅନୁଚିତ୍ ଏବଂ ଏହାର କାରଣ କ’ଣ ଜାଣନ୍ତୁ

ENO Beuro

1 comment

Leave a Comment