LIFESTYLE

ନିୟମିତ ପିଅନ୍ତୁ ଲାଉ ରସ,ଦୂର ହେବ ଅନେକ ସମସ୍ୟା

ଲାଉ ଖାଇବା ଶରୀର ପାଇଁ ବେଶ ଲାଭଦାୟକ। ଏହି ପରିବାଟିରେ ପ୍ରାୟ ୯୦ ପ୍ରତିଶତ ଜଳ ରହିଛି। ଅତ୍ୟଧିକ ଜଳ ଥିବା କାରଣରୁ ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ। ସେଥିପାଇଁ ଗ୍ରୀଷ୍ମଦିନରେ ଝାଳ ବାହାରି ଶରୀରରେ ଜଳଶୁଷ୍କତା ଦେଖା ଯାଇଥା। ତେବେ ଲାଉ ଖାଉଥିବା ଏବଂ ଏହାର ଜୁସ ପିଉଥିବା ବ୍ୟକ୍ତିଠାରେ ଜଳ ଶୁଷ୍କତା ଦେଖାଯାଇ ନଥାଏ।

ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ-

  • ସକାଳୁ ଖାଲି ପେଟରେ ଲାଉରସ ପିଇଲେ ସମସ୍ତ ପ୍ରକାରର ପେଟ ରୋଗ ଦୂର ହୋଇଥାଏ ଓ ପେଟ ଥଣ୍ଡା ରହିଥାଏ। ଗରମ ଯୋଗୁଁ ଗଳା ଜ୍ୱଳନରୁ ମୁକ୍ତି ଦିଏ ଲାଉରସ। ଏହା ଯୋଗୁଁ କୋଷ୍ଠକାଠିନ୍ୟତାରୁ ଉପଷମ ମିଳେ।
  • ଲାଉରସକୁ ଦହି ସହିତ ମିଶାଇ ପିଇଲେ ବାନ୍ତି ହୁଏନାହିଁ। ଲାଉକୁ ଛୋଟ ଛୋଟ ଖଣ୍ଡରେ କାଟି ତାହାକୁ ସିଝାଇ, ତାହାର ପାଣି ସହ ଲୁଣ ଓ ଜୀରାଗୁଣ୍ଡ ମିଶାଇ ପିଇଲେ ବଦହଜମୀ ଦୂର ହୋଇଥାଏ। ଲାଉ ରାଇତା ଖାଇଲେ ଶରୀରରୁ ଜଳୀୟ ଅଂଶ କମେ ନାହିଁ।
  • ଲାଉକୁ କାଟି ତଳି ପାଦରେ ଘଷିବା ଦ୍ୱାରା ଟାଇଫଏଡ୍ ଜ୍ୱର କମିଯାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରହୁଥିବାରୁ ଏହା ବ୍ୟକ୍ତିକୁ ଆରାମ ଦିଏ।
  • ନିୟମିତ ଏକ ଗ୍ଲାସ୍‌ ଲାଉ ରସ ସକାଳୁ ଖାଲି ପେଟରେ ପିଇଲେ ହଜମ ଶକ୍ତି ବୃଦ୍ଧି, ଓଜନ ହ୍ରାସ, ହୃଦ୍‌ରୋଗରୁ ମୁକ୍ତି ଓ ବିଭିନ୍ନ କେଶ ସମସ୍ୟାରୁ ମୁକ୍ତି ମିଳେ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ ଦିଅନ୍ତି। ଏଥିରେ ଜଳ ପରିମାଣ ଅଧିକ ଥିବାରୁ ଏହା ମସ୍ତିଷ୍କକୁ ଚାପମୁକ୍ତ ରଖେ।
  • ବିଭିନ୍ନ ମୁତ୍ର ଜନିତ ସମସ୍ୟା ତଥା ନିଦ୍ରାହୀନତା ରୋଗରେ ଏହା ସୁଫଳ ପ୍ରଦାନ କରିଥାଏ। ସେହିପରି ଏହା ଯକୃତକୁ ସୁସ୍ଥ ରଖେ। ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ।

ନିୟମିତ ପିଅନ୍ତୁ ଲାଉ ରସ,ଦୂର ହେବ ଅନେକ ସମସ୍ୟା ନିୟମିତ ପିଅନ୍ତୁ ଲାଉ ରସ,ଦୂର ହେବ ଅନେକ ସମସ୍ୟା lauki juice

ପଢନ୍ତୁ; ପେଟ୍ରୋଲ ଡିଜେଲ ପରେ ବଢ଼ିଲା ରନ୍ଧନ ଗ୍ୟାସ୍‌ ମୂଲ୍ୟ

Related posts

ଘରେ ଝିିଟିପିଟି, ଅସରପା, ମାଛି, ମଶା ଓ ଜୀବାଣୁ ଙ୍କ ଠାରୁ ରକ୍ଷା ପାଇବାପାଇଁ ଜାଣନ୍ତୁ କିଛି ଘରୋଇ ଉପାୟ

ENO Beuro

ନିଜକୁ ଫିଟ୍‌ ରହିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

ENO Beuro

ସୁସ୍ଥ ଶରୀର ଏବଂ ଓଜନ ନିୟନ୍ତ୍ରଣରେ ରଖିବା ପାଇଁ କେଉଁ ସବୁ ଫଳ ଖାଇବା ଉଚିତ୍ ଜାଣନ୍ତୁ ?

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More