ପ୍ରତିଦିନ ସକାଳେ ପିଅନ୍ତୁ ଲବଙ୍ଗ ଚା’, ମିଳିବ ଏହି ସବୁ ଫାଇଦା

tea

ସକାଳୁ ସକାଳୁ ଦିନର ଆରମ୍ଭ ଯଦି ଏକ କପ୍ ଗରମ ଚା’ରୁ ହୁଏ, ତେବେ କଥା ନିଆରା । ଚା’ ପ୍ରେମୀ ହିଁ ଏହାର ଅସଲ ମଜା ଜାଣିପାରିବେ । ବେଳେବେଳେ ଚା’ ଦ୍ବାରା ଛୋଟ ଛୋଟ ରୋଗରୁ ଉପଶମ ମିଳିଥାଏ । ଚା’ର ଗୁରୁତ୍ବକୁ ନଜରରେ ରଖି ବର୍ତ୍ତମାନ ବଜାରରେ ବିଭିନ୍ନ ପ୍ରକାର ଚା’ ଉପଲବ୍ଧ । ସେସବୁ ମଧ୍ୟରୁ ଲବଙ୍ଗ ଚା’ ହେଉଛି ଅନ୍ୟତମ ।

ତେବେ ଆସନ୍ତୁ ଜାଣିବା ଲବଙ୍ଗ ଚା’ ପିଇଲେ ଶରୀରକୁ କଣ ଫାଇଦା ମିଳିଥାଏ-

ଆଣ୍ଠୁଗଣ୍ଠିରେ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲବଙ୍ଗ ଚା’ କୁ ଦିନକୁ ଦୁଇରୁ ତିନି ଥର ପିଇଲେ ସୁଫଳ ମିଳେ । ଏହାଦ୍ୱାରା ଅଳ୍ପ ଦିନ ମଧ୍ୟରେ ଆଣ୍ଠୁଗଣ୍ଠି ଜନିତ ରୋଗ, ଗୋଡ ଫୁଲିବା ଆଦି ସମସ୍ୟାରୁ ମିଳିଥାଏ ମୁକ୍ତି। ଲବଙ୍ଗ ଚା’ରେ ମ୍ୟାଗ୍ନେସିୟମ୍‌ ଏବଂ ଭିଟାମିନ୍‌ ଇ’ ରହିଥାଏ। ଜ୍ୱରରେ ଏହା ମହୋଷଧୀ ଭଳି କାମ କରିଥାଏ। ଏହାଦ୍ୱାରା ଶରୀରର ତାପମାତ୍ରା ସଙ୍ଗେସଙ୍ଗେ କମି ଯାଇଥାଏ।

କଫ ସମସ୍ୟା ଦୂର କରିବା ପାଇଁ ମଧ୍ୟ ଲବଙ୍ଗ ଚା’ ଖୁବ୍‌ ଉପକରୀ। ଯଦି ଆପଣ ସାଇନସ୍‌ରେ ଆକ୍ରାନ୍ତ, ତେବେ ପ୍ରତିଦିନ ସକାଳୁ ଲବଙ୍ଗ ଚାହା ପିଇବା ଦ୍ୱାରା ଇନ୍‌ଫେକ୍‌ସନ୍‌ କମି ଯାଇଥାଏ ଓ ସାଇନସ୍‌ରୁ ମୁକ୍ତି ମିଳେ। ଲବଙ୍ଗ, କଫ ଜମାଟ ପାଇଁ ହେଉଥିବା ଛାତି ଯନ୍ତ୍ରଣାରୁ ମଧ୍ୟ ଆରାମ ଦେଇଥାଏ।

ଆମେ ସମସ୍ତେ ଜାଣିଛେ ଲବଙ୍ଗ ତେଲ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। କିନ୍ତୁ ଜାଣିଛନ୍ତି ଲବଙ୍ଗ ଚାହା ମଧ୍ୟ ଦାନ୍ତ ବିନ୍ଧା କଷ୍ଟକୁ ଦୂର କରିଥାଏ।

ପଢନ୍ତୁ; ଋଷି କୁମାର ଶୁକ୍ଲା ହେଲେ ସିବିଆଇର ନୂଆ ନିର୍ଦ୍ଦେଶକ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More