LIFESTYLE

ସକାଳେ ପିଅନ୍ତୁ ଗୋଟାଏ ଗ୍ଲାସ କାକୁଡ଼ି ଜୁସ୍‌,ମିଳିବ ଅନେକ ଫାଇଦା

juice

କାକୁଡି ଖାଇବା ଶରୀର ପାଇଁ ବେଶ ଲାଭଦାୟକ। ଆପଣ ହୁଏତ ଏକଥା ନିଶ୍ଚୟ ଜାଣିଥିବେ ଯେ ଯେଉଁମାନେ ଡାଏଟ୍‌ରେ ରୁହନ୍ତି ସେମାନେ ନିଜର ଖାଦ୍ୟ ତାଲିକାରେ କକୁଡ଼ି ନିଶ୍ଚୟ ସାମିଲ୍‌ କରନ୍ତି। ଚର୍ବି ଖସାଇବା ପାଇଁ ଏହା ଖୁବ୍‌ ଭଲ ହୋଇଥାଏ।

ସକାଳେ ଅଧାକପ୍‌ କାକୁଡ଼ି ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ନିୟମିତ ଏହାକୁ ପିଇଲେ ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇ ହାର୍ଟ ଆଟାକ୍‌ ଆଶଙ୍କା କମ୍‌ ହୋଇଥାଏ।

juice

କାକୁଡ଼ିରେ କ୍ଷାର ପରିମାଣ ୬୪.୫ ପ୍ରତିଶତ ଓ ଏସିଡ଼ ସୃଷ୍ଟିକାରୀ ଖଣିଜ ପଦାର୍ଥ ୩୫.୯୫ ପ୍ରତିଶତ ରହିଛି। କ୍ଷାରଯୁକ୍ତ ହୋଇଥିବାରୁ ଏହା ମୂତ୍ରାବରୋଧ ଦୂର କରିଥାଏ।

ଏହା ର୍ଶକରାସ୍ତରକୁ ମଧ୍ୟ ନିୟନ୍ତ୍ରିତ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ଏଥିରେ ୯୬.୪ ଭାଗ ଜଳ, ୨.୫ ଭାଗ ଶ୍ୱେତସାର,୦.୧ ଭାଗ ସ୍ନେହସାର, ପୁଷ୍ଟିସାର ୦.୪ ଭାଗ, ତନ୍ତୁଜ ୦.୪ ଭାଗ ରହିଛି। ଏହାଛଡ଼ା ପ୍ରତି ୧୦୦ ଗ୍ରାମ କାଗୁଡ଼ିରେ ୨୫ ମିଲିଗ୍ରାମ ଫସଫରସ୍‌, ୧୦ ମିଲିଗ୍ରାମ୍‌ କ୍ୟାଲସିୟମ, ୧.୫ ମିଲିଗ୍ରାମ ଲୌହ ରହିଛି।

କାକୁଡ଼ି କୋଷ୍ଠକାଠିନ୍ୟ ଦୂର କରିବାରେ ବେଶ ଲାଭଦାୟକ। ଦୈନିକ ଖାଦ୍ୟ ସହିତ କାକୁଡ଼ି ଖାଇଲେ ପେଟ ପରିଷ୍କାରର ଓ ଥଣ୍ଡା ରହେ। ପେଟ ଗଣ୍ଡଗୋଳ ଦୂର ହୁଏ।

ପଢନ୍ତୁ; ହକି ବିଶ୍ଵକପ: ଆଜି ଅଭିଯାନ ଆରମ୍ଭ କରିବ ଅଷ୍ଟ୍ରେଲିଆ

Related posts

ହୃଦରୋଗ ଜନିତ ରୋଗରୁ ସୁରକ୍ଷିତ ରଖିଥାଏ ପଣସ!

ENO Beuro

ମଧୁମେହ ରୋଗରେ ପୀଡିତ ହୋଇଥିଲେ ଖାଆନ୍ତୁ “କଞ୍ଚା ଆମ୍ବ” ,ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ବନ୍ଧରେ…

ENO Beuro

ରୋଗରୁ ମୁକ୍ତି ପାଇବାକୁ ଚାହୁଛନ୍ତି କି ? ତେବେ ଏହି ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ

ENO Beuro

Leave a Comment