LIFESTYLE

ସକାଳେ ପିଅନ୍ତୁ ରସୁଣ ଚା’,ମିଳିବ ଏହି ସବୁ ଫାଇଦା

garlic

ରସୁଣରେ ପ୍ରଚୁର ପରିମାଣର ଆଣ୍ଟିଂ ବାୟୋଟିକ୍ ରହିଥାଏ । ଏହାକୁ ଖାଇବା ଫଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ରସୁଣକୁ ଆପଣ କଞ୍ଚା ଖାଇଥିବେ ହେଲେ ଏହାର ଚା ମଧ୍ୟ ତିଆରି କରିହୁଏ । ପ୍ରଚୀନ ଗ୍ରୀସରେ ଏହି ରସୁଣ ଚା’ ର ଅନେକ ବ୍ୟବହାର କରାଯାଉଥିଲା । ଯାହା ପରବର୍ତ୍ତୀ ସମୟରେ ଚାରିଆଡେ ବ୍ୟାପି ଚାଲିଲା ।

ଆସନ୍ତୁ ଜାଣିବା ଏହାର ଅନେକ ଫାଇଦା ସମ୍ପର୍କରେ-

ନିୟମିତ ୨ଟି ରସୁଣ କୋଲାକୁ ପାଣିରେ ଫୁଟାଇ ଛାଣି ଏହାକୁ ଚା’ପରି ପିଇଲେ ଉଚ୍ଚ ରକ୍ତଚାପ, ମାନସିକ ଚାପ, କର୍କଟ, ହାର୍ଟ ଆଟାକ୍‌ ଆଦିରୁ ସହଜରେ ମୁକ୍ତି ମିଳିଥାଏ। ଏହା ରକ୍ତ ସଫା କରିବା ସହିତ ଥଣ୍ଡାରୁ ଦୂରେଇ ରଖେ।

ସକାଳୁ ଖାଲି ପେଟରେ ରସୁଣ ଚା’ ପିଇଲେ ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ କୋଲଷ୍ଟଲର ପରିମାଣ ହ୍ରାସ ପାଏଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ହାର୍ଟ ଆଟାକ୍‌ରେ ଏହା ମହୌଷଧୀ ଭଳି କାମ କରେ।

garlic

ରସୁଣରେ ପ୍ରଚୁର ପରିମାଣରେ ଭିଟାମିନ୍‌-‘ଏ’, ‘ବି’, ‘ସି’, ଆଣ୍ଟି-ଅକ୍ସିଡାଣ୍ଟ, କ୍ୟାଲସିୟମ୍‌, ଜିଙ୍କ୍‌, ଲୌହ, ମ୍ୟାଗ୍ନେସିୟମ୍‌, ଫସଫରସ୍‌ ପ୍ରଭୃତି ରହିଥାଏ।

ଆଜ୍‌ମା ରୋଗୀ ଏହି ଚା’କୁ କିଛି ଦିନ ପିଇଲେ ଆରାମ ମିଳେ। ଏହା ଚ୍ବତା ଓ କେଶ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

ପଢନ୍ତୁ;  ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ପୁଦିନା ରାଇସ୍’

Related posts

ଆପଣଙ୍କ ନଖକୁ ସୁନ୍ଦର କରିବାକୁ ଚହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ସରଳ ଉପାୟ

ENO Beuro

ପେଟ ରୋଗକୁ ଦୂର କରିଥାଏ “ବେଲ ପଣା” ! ଜାଣନ୍ତୁ ଏହା ଆଉ କେଉଁ ରୋଗ ପାଇଁ ରାମବାଣ ସଦୃଶ୍ୟ କାମ କରିଥାଏ

ENO Beuro

ଆପଣ ଜାଣିଛନ୍ତି କି ଜୋତା ପିନ୍ଧାରୁ ଜାଣିହେବ ମହିଳାଙ୍କ ସ୍ଵଭାବ କେମିତି ?

ENO Beuro

Leave a Comment