LIFESTYLE

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ

ଲେମ୍ବୁ ପାଣି ପିଇଲେ ଓଜନ ହ୍ରାସ ହୋଇଥାଏ । ଏକଥା ଆମ ସମସ୍ତଙ୍କୁ ଜଣାଥାଏ । କିନ୍ତୁ ଏହା ଛଡା ଏହାର ମଧ୍ୟ ଅନେକ ଉପକାରିତା ଅଛି । ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ ।

ଆସନ୍ତୁ ଜାଣିବା ସେ ସଂପର୍କରେ-

ଲେମ୍ବୁରେ ଥିବା ଭିଟାମିନ୍‌ ସି ଏବଂ ପୋଟାସିୟମ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା କାମ କରେ। ଖାଲି ପେଟରେ ଲେମ୍ବୁ ପାଣି ପିଇବା ଫଳରେ ପୋଷକତତ୍ତ୍ବ ଅବଶୋଷଣ ଭଲ ଭାବେ ହୋଇପାରେ। ଏହାଫଳରେ ଶରୀର ସାରା ଦିନ ପୋଷକତତ୍ତ୍ବକୁ ଭଲ ଭାବେ ଅବଶୋଷଣ କରି ଏହାର ସମ୍ପୂର୍ଣ୍ଣ ଲାଭ ଉଠାଇପାରେ।

କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବା ଲାଗି ଗରମ ପାଣିରେ ଲେମ୍ବୁ ରସ ମିଶାଇ ପିଇବା ପେଟ ପାଇଁ ବହୁତ ଭଲ। ଆପଣଙ୍କୁ ପେଟ ସହିତ ଜଡ଼ିତ କୌଣସି ସମସ୍ୟା ରହିଥିଲେ, ଲେମ୍ବୁ ପାଣି ପିଇବା ବହୁତ ଲାଭଦାୟକ ହୋଇପାରେ।

lemon ଲେମ୍ବୁ ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ lemon

ଓଜନ ହ୍ରାସ କରିବା କଥା ଆସିଲେ, ପ୍ରଥମେ ଗରମ ଲେମ୍ବୁ ପାଣି କଥା ମନକୁ ଆସେ। ଗରମ ଲେମ୍ବୁ ପାଣି ମେଟାବଲିଜମ୍‌ ମଧ୍ୟ ବଢ଼ାଏ ଏବଂ ଫ୍ୟାଟ୍‌ ବର୍ଣ୍ଣ ମଧ୍ୟ ହୋଇଥାଏ। ଯାହାଫଳରେ ଓଜନ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ। ସକାଳୁ ଉଠି ଚା’ କଫି ପିଇବା ଫଳରେ ଶରୀରରେ କୋଲେଷ୍ଟ୍ରଲ ମାତ୍ରା ବଢ଼ାଇବା ସହିତ ସୁଗାର ଲେବଲ ଉପରେ ପ୍ରଭାବ ପକାଏ।

ଗରମ ଲେମ୍ବୁ ପାଣି ପିଇବା ଦ୍ବାରା ଲିଭର ସଫା ରହେ। ଲିଭର ସାରା ରାତି ସକ୍ରିୟ ରହେ ଏବଂ ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ବାରା ଲିଭରର ଶକ୍ତି ପୁର୍ନର୍ବାର ଚାଲିଆସେ।

ପଢନ୍ତୁ; ଶ୍ରୀଅଙ୍ଗକୁ ବିପଦ ମୂଷା:ଯନ୍ତା ବସୁଛି,ଧରାପଡୁନାହାନ୍ତି

Related posts

ତେଜପତ୍ର ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ, ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

କେଉଁ ବୃତ୍ତିର ପୁରୁଷଙ୍କୁ ବିବାହ କରିବାକୁ ମହିଳାମାନେ ଅଧିକ ଆକୃଷ୍ଟ ହୋଇଥାନ୍ତି ? ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ଅଣ୍ଡାର କେଉଁ ଅଂଶ ଖାଇବା ଶରୀର ପାଇଁ କ୍ଷତିକାରକ ଏବଂ ଏହା ଦ୍ଵାରା କେଉଁ ସବୁ ରୋଗ ହୋଇଥାଏ ଜାଣନ୍ତୁ ?

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More