LIFESTYLE

ସକାଳୁ ଉଠି ଖାଲି ପେଟରେ ପିଅନ୍ତୁ ଲେମ୍ବୁ ପାଣି, ମିଳିବ ଅନେକ ଫାଇଦା

By Krishna Kumar Manoj

July 13, 2018

ଲେମ୍ବୁ ପାଣି ଔଷଧିୟ ଗୁଣରେ ଭରପୁର ହୋଇଥାଏ। ସକାଳୁ ସକାଳୁ ଖାଲି ପେଟରେ ଲେମ୍ବୁ ପାଣି ପିଇବାଦ୍ୱାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ ।

ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ-

ଲେମ୍ବୁରେ ଅଧିକ ମାତ୍ରାରେ ପୋଟାସିୟମ ରହିଥାଏ । ଯାହା ହାଇ ବ୍ଲଡପ୍ରେସର, ମୁଣ୍ଡ ବୁଲାଇବା ଭଳି ସମସ୍ୟା ,ବାନ୍ତି, ମାନସିକ ଚାପ ଏବଂ ବିଷାଦ ମଧ୍ୟ ଦୂର ହୋଇଥାଏ।

ଲେମ୍ବୁ ପାଣିରେ ସାଧାରଣତଃ ଭିଟାମିନ୍ ବି, କ୍ୟାଲସିୟମ, କାର୍ବୋନିୟମ, ମାଗ୍ନେସିୟମ, କାର୍ବୋହାଇଡ୍ରେଟ୍ ମିଳିଥାଏ ।ଲେମ୍ବୁ ପାଣି ଲିଭରକୁ ଠିକ୍ ରଖିଥାଏ । ଯାହାଦ୍ୱାରା ଖାଦ୍ୟ ଆରାମରେ ହଜମ ହୋଇଯାଇଥାଏ।

ଲେମ୍ବୁ ପାଣି ପିଇବାଦ୍ୱାରା ଶରୀରର ଓଜନ ହ୍ରାସ ପାଇବା ସହିତ ତ୍ୱଚା ଆକର୍ଷଣୀୟ ଦେଖା ଯାଇଥାଏ ।ସକାଳୁ ସକାଳୁ ଲେମ୍ବୁ ପାଣି ପିଇବାଦ୍ୱାରା ପାଚନ କ୍ରିୟା ନିୟନ୍ତ୍ରିତ ରହିଥାଏ ଏବଂ ପେଟ ଜନିତ କୌଣସି ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଏହାବ୍ୟତୀତ ଏହି  ପାଣି ପିଇବାଦ୍ୱାରା ଶରୀରରେ ହେଉଁଥିବା ଯନ୍ତ୍ରଣା ଦୂର ହୋଇଥାଏ ।ଏହାସହିତ ଲେମ୍ବୁ ପାଣି ପିଇବାଦ୍ୱାରା ମଧ୍ୟ ଶରୀରରେ ରକ୍ତଶୋଧକ ଏବଂ ବଳବର୍ଦ୍ଧକ ହୋଇଥାଏ।

ଲେମ୍ବୁ ଶରୀରରକୁ ଶୀତଳତା ପ୍ରଦାନ କରିଥାଏ ଏଥିପାଇଁ ଗରମ ଦିନରେ ପ୍ରତିଦିନ ଲେମ୍ବୁ ପାଣି ପିଇବା ଆବଶ୍ୟକ ।ଅନେକ ସମୟରେ ପେଟରେ ହେଉଥିବା ଯନ୍ତ୍ରଣା କିମ୍ବା ଗ୍ୟାସ୍ , ଗଳାରେ ଜଳାପଡା ଆଦି ସମସ୍ୟାକୁ ମଧ୍ୟ ଦୂର ହୋଇଥାଏ।

ପଢନ୍ତୁ; ସକାଳୁ ପାଚିଲା ଅମୃତଭଣ୍ଡା ଖାଇବା ଦ୍ଵାରା ଦୂର ହୋଇଥାଏ ଅନେକ ଶାରୀରିକ ସମସ୍ୟା! ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ