LIFESTYLE

କ୍ଷୀରରେ ଗୁଡ ମିଶାଇ ପିଇବାଦ୍ଵାରା ମିଳିଥାଏ ଏହିସବୁ ଫାଇଦା! ଜାଣନ୍ତୁ

milk

ନିୟମିତ କ୍ଷୀର ପିଇବା ଶରୀର ପାଇଁ ବେଶ ଲାଭଦାୟକ। କ୍ଷୀରକୁ ଯଦି ଆପଣ ନିୟମିତ ଭାବେ ସେବନ କରୁଥାନ୍ତି, ତେବେ ସେଥିରେ କିଛି ଗୁଡ଼ ମିଶାଇ ପିଅନ୍ତୁ। ଏହା ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ।

ଆସନ୍ତୁ ଜାଣିବା କ୍ଷୀରରେ ଗୁଡ ମିଶାଇ ପିଇଲେ କଣ ଫାଇଦା ମିଳିଥାଏ-

  • କ୍ଷୀର ଓ ଗୁଡ଼ରେ ଭରପୂର ମାତ୍ରାରେ ଆଇରନ୍‌ ଥାଏ। ଏହା ଶରୀରର ହିମୋଗ୍ଲୋବିନ୍‌ ପରିମାଣକୁ ବଢ଼ାଇଥାଏ। ଫଳରେ ଏନିମିଆ ପରି ରୋଗ ହେବାର ସମ୍ଭାବନା ନ ଥାଏ। ଏହା ଶରୀରରେ ଥିବା ଅନ୍ୟ ବିଷାକ୍ତ ପଦାର୍ଥକୁ ନଷ୍ଟ ମଧ୍ୟ କରିଥାଏ।
  • କ୍ଷୀର ଓ ଗୁଡ଼ରେ ଥିବା ଆଣ୍ଟି-ଷ୍ଟ୍ରେସ୍‌ ଏଜେଣ୍ଟ ଚିନ୍ତା କମ୍‌ କରିବାରେ ସହାୟକ ହୋଇଥାଏ। ରାତିରେ ଶୋଇବା ପୂର୍ବରୁ ଏହାକୁ ପିଇବା ଦ୍ୱାରା ମାଂସପେଶୀରେ ହେଉଥିବା ଯନ୍ତ୍ରଣା ଲାଘବ ହୋଇଥାଏ। ଭଲ ନିଦ ହୁଏ।
  • କ୍ଷୀରରେ ଗୁଡ଼ ମିଶାଇ ପିଅନ୍ତୁ। ଏଥିରେ ଥିବା ପୋଟାସିୟମ୍‌ ପାଚନକ୍ରିୟାକୁ ତ୍ୱରାନ୍ବିତ କରିଥାଏ। ଏହାସହ ଇଲେକ୍ଟୋଲାଇଟ୍‌କୁ ମଧ୍ୟ ନିୟନ୍ତ୍ରଣ କରିଥାଏ।
  • କ୍ଷୀର ଓ ଗୁଡ଼ରେ ଥିବା ପ୍ରୋଟିନ୍‌, କ୍ୟାଲ୍‌ସିୟମ୍‌ ଏବଂ ଲାକ୍ଟିକ୍‌ ଏସିଡ୍‌ ପାଚନତନ୍ତ୍ରକୁ ମଜଭୂତ କରିଥାଏ। ଫଳରେ ପାଚନକ୍ରିୟା ସ୍ବାଭାବିକ ହୋଇଥାଏ।

ପଢନ୍ତୁ; ଆହୁରି ବଢିବ ତାତି,୧୨ଟି ସହରର ତାପମାତ୍ରା ୩୫ ଡିଗ୍ରି ଟପିଲାଣି

Related posts

ଖରାରେ ନିଅନ୍ତୁ ଘରୋଇ ଉପାୟରେ ତ୍ବଚାର ଯତ୍ନ

Ratnamani Moharana

ରାତିରେ କାକୁଡି ଖାଉଥିଲେ ଜାଣିନିଅନ୍ତୁ ଏହାର କୁପ୍ରଭାବ ବିଷୟରେ

Ratnamani Moharana

ଜାଣନ୍ତୁ ହାତର ଆକୃତିରୁ ବ୍ୟକ୍ତିର ବ୍ୟକ୍ତିତ୍ୱ

ENO Beuro

Leave a Comment