LIFESTYLE

କଞ୍ଚା ଆମ୍ବ ଖାଇବାଦ୍ଵାରା କଣ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା!

ସାଧାରଣତଃ ଆମ୍ବ ସମସ୍ତଙ୍କୁ ଖାଇବାକୁ ଭଲ ଲାଗିଥାଏ। କିନ୍ତୁ କଞ୍ଚା ଆମ୍ବ ଖାଇବା ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ। ଅନେକ ଲୋକ କଞ୍ଚା ଆମ୍ବକୁ ଘରେ ଚଟଣି କରି ଖାଇଥାନ୍ତି। ଏହି ଆମ୍ବରେ ଅନେକ ଔଷଧିୟ ଗୁଣ ଭରପୁର ରହିଥାଏ।

ତେବେ ଆସନ୍ତୁ ଜାଣିବା କଞ୍ଚା ଆମ୍ବ ଖାଇଲେ କଣ ଫାଇଦା ମିଳିଥାଏ-

  • କଞ୍ଚା ଆମ୍ବକୁ ଲୁଣ ସହିତ ମିଶାଇ ଖାଇଲେ ଶରୀରରେ ପାଣିର ହ୍ରାସତ ଅନୁଭବ ହୁଏ ନାହିଁ। ଏଥିସହିତ ଉଚ୍ଚ ତାପମାତ୍ରାରୁ ଶରୀରକୁ ରକ୍ଷା କରିଥାଏ।
  • କଞ୍ଚା ଆମ୍ବରେ ପ୍ରଚୁର ମାତ୍ରାରେ ଭିଟାମସିନ୍‌ ମିଳିଥାଏ। ଏହା ରକ୍ତକୁ ପରିଷ୍କାର ରଖିଥାଏ।
  • କଞ୍ଚା ଆମ୍ବ ତ୍ୱଚା ସମ୍ବନ୍ଧୀୟ ସମସ୍ତ ରୋଗକୁ ଦୂରେଇ କରିଥାଏ। କଞ୍ଚା ଆମ୍ବରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ସି ରହିଥାଏ।
  • ଆପଣଙ୍କୁ ଗ୍ୟାସ କିମ୍ବା ଛାତି ଜଳିବା ଭଳି ସମସ୍ୟା ଥିଲେ ପ୍ରତିଦିନ କଞ୍ଚା ଆମ୍ବ ଖାଆନ୍ତୁ। ଏହି ସମସ୍ୟା ଦୂର ହୋଇଯିବ।
  • ଗରମ ଦିନେ ଶରୀରରେ ଘିମିରି ହୋଇଥିଲେ ଆମ୍ବ ଖାଇବା ଦ୍ୱାରା ଏହା ଦୂର ହେଇଥାଏ। କଞ୍ଚା ଆମ୍ବରେ ଏଭଳି ତତ୍ତ୍ୱ ଅଛି ଯାହା ସୂର୍ଯ୍ୟଙ୍କ ପ୍ରଭାବରୁ ଶରୀରକୁ ରକ୍ଷା କରିଥାଏ। କେବଳ ଏତିକି ନୁହେଁ ଏହା ରୋଗପ୍ରତିରୋଧକ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ। ଶରୀରର ଓଜନ ବୃଦ୍ଧି ହେବାକୁ ଦିଏ ନାହିଁ।
  • ମଧୁମେହ ରୋଗୀଙ୍କ ପାଇଁ କଞ୍ଚା ଆମ୍ବ ଖାଇବା ଲାଭଦାୟକ ହୋଇଥାଏ। ଶରୀରରୁ ସୁଗାର ମାତ୍ରା କମ୍‌ କରିବାକୁ ହେଲେ କାଞ୍ଚା ଆମ୍ବୁକୁ ଦହି କିମ୍ବା ଭାତରେ ଖାଇ ପାରିବେ।

ପଢନ୍ତୁ; ନିଜକୁ ଫିଟ୍‌ ରଖିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

Related posts

ବଦହଜମି ପାଇଁ ଚିନ୍ତିତ? ଆପଣାନ୍ତୁ ଏହି ସବୁ ପ୍ରାକୃତିକ ଘରୋଇ ଉପାୟ

ENO Beuro

କେଉଁ ସମୟରେ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଜାଣନ୍ତୁ

ENO Beuro

ପ୍ରତିଦିନର ଭୋଜନ କେମିତି କରିବେ ତା ଉପରେ କିଛି ବିଶେଷ ତଥ୍ୟ

ENO Beuro

1 comment

Leave a Comment