LIFESTYLE

ଆପଣ ଜାଣିଛନ୍ତି କି ? ଗର୍ଭବତୀ ମହିଳାଙ୍କ ପାଇଁ ମାଠିଆ ପାଣି ଅତ୍ୟନ୍ତ ଉପାଦେୟ ! ଜାଣନ୍ତୁ ଏହାର କିଛି ଉପକାରିତା ବିଷୟରେ

ଅତ୍ୟଧିକ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କିନ୍ତୁ ଯଦି ଏହି ପାଣି ଖରାପ ବା ଦୁଷିତ ହୋଇଥାଏ ତେବେ ଏହା ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଏଥିପାଇଁ ପାଣି ପିଇବା ସମୟରେ ଆମକୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡିବ ।

ତେବେ ଆସନ୍ତୁ ଜାଣିବା ଏଥିପାଇଁ କିପରି ହେବେ ସାବଧାନ-

  1. ଫ୍ରିଜ ପାଣି ଅଧିକ ଥଣ୍ଡା ହୋଇଥାଏ । ଅଧିକ ଥଣ୍ଡାପାଣି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । କାରଣ ପାଣି ଏବଂ ମଣିଷ ଶରୀରର ତାପମାତ୍ରାରେ ବହୁତ ଫରକ୍ ଥାଏ । ତେଣୁ କେବେହେଲେ ଶରୀରର ତାପମାତ୍ରା ଅନୁସାରେ ବହୁତ ଅଧିକ କିମ୍ବା କମ୍ ତାପମାନ ଥିବା ଖାଦ୍ୟପେୟ ଗ୍ରହଣ କରିବା ଅନୁଚିତ । କାରଣ ଏହା ସ୍ୱାସ୍ଥ୍ୟପ୍ରତି ଅତ୍ୟନ୍ତ କ୍ଷତିକାରକ ଅଟେ।
  2. ପ୍ରତିିଦିନ ମାଠିଆ ପାଣି ପିଇବାଦ୍ୱାରା ପାଚକତନ୍ତ୍ର ସୁସ୍ଥ ରହିଥାଏ । ପ୍ଲାଷ୍ଟିକ ବୋତଲ ପାଣିରେ ପ୍ଲାଷ୍ଟିକର ଅଂଶ ମଧ୍ୟ ମିଶିକରି ଥାଏ । ଏଥିପାଇଁ ପ୍ଲାଷ୍ଟିକ୍ ବୋତଲରେ ରଖାଯାଇଥିବା ପାଣି ସ୍ୱାସ୍ଥ୍ୟ ପାଣି ଖରାପ ଅଟେ । ମାଠିଆ ପାଣିରେ ଅଧିକମାତ୍ରାରେ ରୋଗପ୍ରତିରୋଧକ କ୍ଷମତା ଉପଲବ୍ଧ ହୋଇଥାଏ।
  3. ମାଠିଆରେ ପାଣି ରଖିବାଦ୍ୱାରା ଏହାର ତାପମାନ ନିୟନ୍ତ୍ରଣ ରଖିଥାଏ । ନା ଅଧିକ ନା କମ୍।
  4. ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ମାଠିଆ ପାଣି ଅତ୍ୟନ୍ତ ଉପାଦେୟ ଅଟେ । କାରଣ ଅଧିକ ଥଣ୍ଡା ପାଣି ଗର୍ଭସ୍ଥ ଶିଶୁ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ମାଠିଆ ପାଣିରେ ଥିବା ସନ୍ତୁଳିତ ତାପମାନ କାରଣରୁ ଉଭୟ ମାଆ ଏବଂ ଶିଶୁର ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ।
  5. ମାଠିଆ ପାଣିରୁ ଶୀତଳତା ମିଳିଥାଏ । କିନ୍ତୁ ଗଳା ବସିବା କିମ୍ବା ସର୍ଦ୍ଦି ହେବାର କୌଣସି ଆଶଙ୍କା ନଥାଏ । ଏଥିପାଇଁ ଯଦି ଆପଣଙ୍କର ଅଧିକ ଥଣ୍ଡା ପାଣି ପିଇବାକୁ ଇଚ୍ଛା ହେଉଛି ତେବେ ମାଠିଆ ପାଣି ହିଁ ପିଅନ୍ତୁ, କାରଣ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ଅଟେ।

ପଢନ୍ତୁ ;

ଆପଣ ଜାଣନ୍ତି କି ? ଗରମ ଦିନରେ ଛତୁଆ ଖାଇବା ଶରୀରପ୍ରତି ଲାଭଦାୟକ ହୋଇଥାଏ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ଆସନ୍ତୁ ଜାଣିବା ଖାଦ୍ୟ ଖାଇବା ପରେ ମିଠା ଖାଇବା ଦ୍ଵାରା କଣ ଲାଭ ମିଳିଥାଏ ?

ENO Beuro

ବର୍ଷାଦିନେ କିପରି ଆଣିବେ ତ୍ଵଚାରେ ଚମକ? ଜାଣନ୍ତୁ କିଛି ଘରୋଇ ଟିପ୍ସ

ENO Beuro

ସୁସ୍ଥ, ସୁନ୍ଦର ଓ ଘନ କେଶ ପାଇବାକୁ ଚାହାନ୍ତି ? ବ୍ୟବହାର କରନ୍ତୁ କଞ୍ଚା ପିଆଜ ରସ

ENO Beuro

1 comment

Leave a Comment