LIFESTYLE

ସକାଳୁ ତେଜପତ୍ର ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ତେଜପତ୍ରକୁ ମସଲା ଭାବରେ ବ୍ୟବହାର କରାଯାଏ। ତେଜ ପତ୍ରରେ ପ୍ରତୁର ପରିମାଣର କପର୍, ପଟାସିୟମ୍ , କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ସେଲେନିୟମ୍ ଏବଂ ଆଇରନ୍ ଅଛି। ଲୋକମାନେ ତେଜପତ୍ରକୁ ଯଦିଓ ମସଲା ଭାବରେ ବ୍ୟବହାର କରନ୍ତି କିନ୍ତୁ ଏଥିରେ ରହିଛି ଅଗଣିତ ଔଷଧୀୟ ଗୁଣ। ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ଅନେକ ରୋଗକୁ ମାତ୍ର କିଛି କ୍ଷଣ ମଧ୍ୟରେ ଭଲ କରିଦିଏ ତେଜପତ୍ର । ତା ସହ ସକାଳୁ ତେଜପତ୍ର ପାଣି ପିଇବା ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ।

ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ-

ନିତ୍ୟକର୍ମ ପରେ ରାତିରୁ ପାଣିରେ ଭିଜା ଯାଇଥିବା ତେଜପତ୍ର ପାଣି ନିୟମିତ ପିଇଲେ ପେଟରେ ଥିବା ଚର୍ବି କମିବାକୁ ଆରମ୍ଭ କରିଥାଏ। ଏହା ମେଦବହୁଳ ରୋଗୀଙ୍କ ପାଇଁ ମହୋଷଧୀ ସଦୃଶ କାର୍ଯ୍ୟ କରିଥାଏ।

ତେଜପତ୍ର ପାଣିର ପ୍ରଭାବ ମନୁଷ୍ୟ ଶରୀର ଉପରେ କିଭଳି ପଡ଼ିଥାଏ ସେନେଇ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ବାୟୋଲୋଜି ଆଣ୍ଡ ହ୍ୟୁମାନିଟି ବିଭାଗର ଗବେଷକ ଦୀର୍ଘଦିନ ଧରି ଗବେଷଣା ଜାରି ରଖିଥିଲେ। ଏହାର ରିପୋର୍ଟରେ ଦର୍ଶାଯାଇଛି ଯେ, ତେଜପତ୍ର ପାଣିରେ ପ୍ରଚୁର ପରିମାଣରେ ଫୋଲିକ୍‌ ଏସିଡ୍‌, ଆଣ୍ଟି-ଅକ୍ସିଡାଣ୍ଟ୍‌, ଫାଇଟୋ ନ୍ୟୁଟ୍ରେଣ୍ଟସ୍‌, ସାଲିସାଇଲେଟ୍‌, କ୍ୟାଫିକ୍‌ ଏସିଡ୍‌, ଭିଟାମିନ୍‌ ତଥା ଖଣିଜ ପଦାର୍ଥ ରହିଥାଏ।

ଏହାଦ୍ୱାରା ଡାଇବେଟିସ୍‌, ହୃଦ୍‌ ସମସ୍ୟା, ରତୁସ୍ରାବ ସମସ୍ୟା ଆଦି ଦୂର ହୋଇଥାଏ। ଥଣ୍ଡା ଏବଂ କାଶ ନିରାକରଣ କ୍ଷେତ୍ରରେ ଏହା ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ତେଣୁ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ପ୍ରତିଦିନ ଅଧ କପ୍‌ ଉଷୁମ ତେଜପତ୍ର ପାଣି ପିଇବା ଆବଶ୍ୟକ ବୋଲି ଗବେଷକ ସୂଚିତ କରିଛନ୍ତି।

ପଢନ୍ତୁ;  ଜାପାନରେ ଭୟଙ୍କର ଭୂମିକମ୍ପ:୬.୧ ତୀବ୍ରତାରେ ଥରିଲା ପୂରା ସହର

Related posts

ଆପଣ ଚାଇନିଜ୍ ଫୁଡ୍ ଖାଉଛନ୍ତି କି ?ବିଭିନ୍ନ ରୋଗର ଶିକାର ହୋଇପାରନ୍ତି

ENO Beuro

ବିବାହ କରିବାକୁ ମନ ବଳାଇଛନ୍ତି କି ? ଜାଣନ୍ତୁ ବିବାହ କରିବାର ସଠିକ ବୟସ

ENO Beuro

ଜିରା ଓ ଗୁଡ଼ ମିଶ୍ରିତ ପାଣି ପିଇବା ଦ୍ଵାରା ଦୂର ହୋଇଥାଏ ଅନେକ ରୋଗ! ଜାଣିରଖନ୍ତୁ ଏହି ପାନୀୟ ପିଇବା ଦ୍ଵାରା ଶରୀରରୁ କେଉଁ ସମସ୍ୟା ଦୂରହୋଇଥାଏ?

ENO Beuro

3 comments

Leave a Comment