ଅମ୍ଲ ସମସ୍ୟା ଦୂର କରିବାକୁ ଚାହୁଁଛନ୍ତି କି? ତେବେ ନିୟମିତ ଖାଆନ୍ତୁ ବାଇଗଣ

brinjal

ବାଇଗଣରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଥିବା ବେଳେ ଅନ୍ୟାନ୍ୟ ଫାଇବର ଓ ପୋଷକତତ୍ତ୍ଵମଧ୍ୟ ରହିଛି। ଦୈନିକ ବାଇଗଣ ଖାଇବା ଶରୀର ପାଇଁ ଭଲ ବୋଲି ନିକଟରେ ଆମେରିକୀୟ ଗବେଷକଗଣ ପ୍ରକାଶ କରିଛନ୍ତି।

ଆସନ୍ତୁ ଜାଣିବା ବାଇଗଣ ଖାଇବାର ଉପକାରିତା ସମ୍ପର୍କରେ-

  • ହୃଦରୋଗୀଙ୍କ ପାଇଁ ଏହା ଉତ୍ତମ ପରିବା ଅଟେ। ଏହି ପରିବା ଖାଇଲେ ହୃଦରୋଗର ଆଶଙ୍କା ମଧ୍ୟ କମ୍ ହୋଇଥାଏ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ ଦେଇଛନ୍ତି।
  • ବାଇଗଣ ସୁପରେ ହେଙ୍ଗୁ ଓ ରସୁଣ ସମପରିମାଣର ମିଶାଇ ପିଇଲେ ଅମ୍ଲ ରୋଗରୁ ମୁକ୍ତି ମିଳେ।
  • ମଧୁମେହ ରୋଗୀଙ୍କ ନିମନ୍ତେ ଏହା ଏକ ସର୍ବୋତ୍କୃଷ୍ଟ ପରିବା। ଏଥିରେ ଖାଦ୍ୟ ତନ୍ତୁ ପ୍ରଚୁର ପରିମାଣରେ ଥାଏ। ମଧୁମେହ ରୋଗୀ ଏହାକୁ ନିୟମିତ ଖାଇଲେ ଶରୀରରେ ଶର୍କରା ନିୟନ୍ତ୍ରଣରେ ରହେ।
  • ଆଣ୍ଠୁଗଣ୍ଠି ବିନ୍ଧା ହେଉଥିବା ରୋଗୀ ନିୟମିତ ଭାବେ ବାଇଗଣ ବ୍ୟଞ୍ଜନ ଖାଇବା ଖୁବ୍ ଉପକାରୀ । ପ୍ରତ୍ୟହ ସେମାନେ ଏହା ଖାଇଲେ ହାଡ଼ ଓ ଗଣ୍ଠିକୁ ଶକ୍ତି ମିଳିଥାଏ ।

ପଢନ୍ତୁ;   ଫେବୃଆରୀରେ କୋରାପୁଟ ଆସିବେ ପ୍ରିୟଙ୍କା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More