LIFESTYLE

ଉଚ୍ଚ ରକ୍ତଚାପରୁ ମୁକ୍ତି ଚାହୁଁଛନ୍ତି କି? ତେବେ ନିୟମିତ ଖାଆନ୍ତୁ ଗାଜର

ଗାଜର ଖାଇବା ଆମ ଶରୀର ପାଇଁ ଜରୁରୀ ଅଟେ ଏହା ଏବଂ ତନ୍ତୁ ଜାତୀୟ ଖାଦ୍ୟ। ଗାଜରରେ ଥିବା ଔଷଧୀୟ ଗୁଣ ଆମ ଶରୀରକୁ ସୁସ୍ଥ ରଖିଥାଏ। ଶୀତ ଦିନେ ଗାଜର ମିଳିଥାଏ। ନିୟମିତ ଭାବେ ଗାଜର ଖାଇବା ଦ୍ୱାରା ଆମ ଶରୀରରେ ରକ୍ତ ସଂଚାଳନ ଠିକ୍‍ ରୂପେ ହୋଇଥାଏ। ଏବଂ ଯେଉଁ ବ୍ୟକ୍ତି ମାନଙ୍କର ଉଚ୍ଚ ରକ୍ତଚାପ ଅଛି ସେମାନେ ଗାଜର ସବୁ ଦିନ ଖାଇବା ଉଚିତ।

ଆଣ୍ଟି-ଅକ୍ସିଡାଣ୍ଟ୍‌ସରେ ଭରପୂର ଥିବା ଗାଜର କ୍ୟାନ୍ସର ଏବଂ ବୟସର ଛାପ ରୋକିବାରେ ବିଶେଷ ସହାୟକ ହୋଇଥାଏ। କେବଳ ଏତିକି ନୁହେଁ, ଗାଜରରେ ଫାଇବର ମଧ୍ୟ ମିଳିଥାଏ। ଏହା କୋଲେଷ୍ଟରଲ କମ୍‌ କରିଥାଏ। ଏକ ଅଧ୍ୟୟନ ମୁତାବକ, ଯଦି ଜଣେ ଲୋକ ଅତି କମ୍‌ରେ ୩ ସପ୍ତାହ ପର୍ଯ୍ୟନ୍ତ ଲଗାତର ଗୋଟିଏ କପ୍‌ ଗାଜର ରସ ସେବନ କରିଥାଏ ତେବେ ତାଙ୍କର ରକ୍ତରେ କୋଲେଷ୍ଟରଲ୍‌ ମାତ୍ରା ବହୁତ କମ୍‌ ହୋଇଥାଏ।

gajar

ଗାଜରରେ ଅଧିକ ପରିମାଣରେ ଫାଇବର ଥାଏ। ଏହା ପାଚନକ୍ରିୟାକୁ ତ୍ୱରାନ୍ବିତ କରିବା ସହ ପାଚନତନ୍ତ୍ର ମଜଭୁତ କରିଥାଏ।

ଗାଜରରେ ଥିବା ଆଣ୍ଟି-ଅକ୍ସିଡାଣ୍ଟସ୍‌ ହୃଦୟଜନିତ ରୋଗ ରୋକିବାରେ ସହାୟକ ହୋଇଥାଏ। ଏହାସହ ଏହା ବୟସର ଛାପ ପ୍ରକ୍ରିୟାକୁ କମ୍‌ କରିଥାଏ।

ଗାଜରକୁ ନିୟମିତ ସେବନ କରିବା ଦ୍ୱାରା ଅନେକ ପ୍ରକାରର କ୍ୟାନ୍ସର ସମ୍ଭାବନା କମ୍‌ ହୋଇଥାଏ।

ପଢନ୍ତୁ; ଉତ୍ତର ପ୍ରଦେଶ: କୁମ୍ଭ ମେଳାରେ ବୁଡ ପକାଇଲେ ୨.୨୫ କୋଟି ଶ୍ରଦ୍ଧାଳୁ

Related posts

ରାତ୍ରିଭୋଜନ ପରେ କରନ୍ତୁ ନାହିଁ ଏହି ସବୁ କାମ,ନଚେତ ହୋଇପାରନ୍ତି ଅସୁବିଧାର ସମ୍ମୁଖୀନ!

ENO Beuro

ସ୍ତନକର୍କଟ, ମଳାଶୟକର୍କଟ ଏବଂ ମୁଖକର୍କଟରୁ ରକ୍ଷାକରିଥାଏ ପିଆଜ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ENO Beuro

ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ପିଉଛନ୍ତି କି?ତେବେ ଆସନ୍ତୁ ଜାଣିବା ଏହା ଶରୀର ପାଇଁ କେତେ ଉପଯୋଗୀ

ENO Beuro

Leave a Comment