ନିଜ ଦୈନନ୍ଦିନ ଜୀବନରେ ଏମିତି କିଛି ଖାଦ୍ୟକୁ ଯୋଡ଼ନ୍ତୁ, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଶରୀର ପାଇଁ ପ୍ରୋଟିନ୍ର ବିଶେଷ ଆବଶ୍ୟକତା ରହିଛି। ଅଧିକାଂଶ ଖାଦ୍ୟରେ ପୌଷ୍ଟିକ ତତ୍ତ୍ୱ କମ୍ ରହୁଥିବାରୁ ଅନେକ ଲୋକ ରୋଗଗ୍ରସ୍ତ ହୋଇ ଯାଉଛନ୍ତି। ଏହାପରେ ଔଷଧ ସେବନ କରୁଛନ୍ତି। ଯାହା ପରବର୍ତ୍ତି ସମୟରେ ଶରୀରରେ ନାନା ସମସ୍ୟା ସୃଷ୍ଟି କରୁଛି। ହେଲେ ସକାଳୁ ଖାଲି ପେଟରେ ପାଣିରେ ଭିଜା ଯାଇଥିବା ଚଣା ଖାଇଲେ ଅନେକ ସମସ୍ୟା ଦୂର ହୋଇଥାଏ।
ଆସନ୍ତୁ ଜାଣିବା ଏହାର ଫାଇଦା ସମ୍ପର୍କରେ-
- ସକାଳୁ ଖାଲି ପେଟରେ ଭିଜା ଚଣା ଖାଇଲେ ଶରୀରକୁ ଭରପୂର ମାତ୍ରାରେ ପୋଷକ ତତ୍ତ୍ୱ ଓ ନ୍ୟୁଟ୍ରିଏଣ୍ଟସ୍ ମିଳିଥାଏ। ଏହା ଦିନସାରା ଶକ୍ତି ବା ଏନର୍ଜି ଯୋଗାଇଥାଏ।
- ଡାଇବେଟିସ୍ ବା ସୁଗାର ସମସ୍ୟା ଥିଲେ ନିୟମିତ ଭିଜା ଚଣା ଖାଇଲେ ଏହା ନିୟନ୍ତ୍ରଣରେ ରହିଥାଏ। ଶରୀରର ଓଜନ କମ୍ ଥିଲେ ବା ଦୁର୍ବଳ ଲାଗୁଥିଲେ ନିୟମିତ ଭିଜା ଚଣା ଖାଇଲେ ଦୁର୍ବଳତା ଦୂର ହୋଇଥାଏ।
- ଚଣାରେ କୋଲେଷ୍ଟ୍ରଲ୍ ସ୍ତର ବହୁତ କମ୍ ଥାଏ। ଏହା ହୃଦ୍ରୋଗରୁ ବଞ୍ଚାଇଥାଏ। ଏଥିରେ ଆଲ୍ଫାଲିନୋଲେନିକ ଏସିଡ୍ ଏବଂ ଓମେଗା ୩ ଫ୍ୟାଟି ଏସିଡ୍ ମଧ୍ୟ ରହିଛି। ଯାହା ହୃଦ୍ରୋଗ, ରକ୍ତଚାପ, କୋଲେଷ୍ଟ୍ରଲ ଭଳି ସମସ୍ୟାରୁ ମୁକ୍ତିଦିଏ।
- ଚଣାରେ ରହିଛି ପ୍ରଚୁର ପରିମାଣର ଫାଇବର। ଅର୍ଥାତ ପେଟରୋଗ ଥିବା ଲୋକଙ୍କ ପାଇଁ ଏହା ରାମବାଣ ସଦୃଶ। ପ୍ରତ୍ୟେକ ଦିନ ସକାଳୁ ଭିଜା ଯାଇଥିବା ଚଣା ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ। ଏଥିସହିତ ଏହା ହଜମ ଶକ୍ତି ବୃଦ୍ଧି କରେ।
- ଖାଲି ପେଟରେ ସକାଳୁ ଭିଜା ଚଣା ଖାଇଲେ ଗ୍ୟାସ ଓ ଏସିଡିଟି ସମସ୍ୟା ଦୂର ହୁଏ। ଏହାଛଡା ପାଚନତନ୍ତ୍ରକୁ ଏହା ମଜଭୂତ କରିଥାଏ।