LIFESTYLE

ରକ୍ତ ସମ୍ୱନ୍ଧୀୟ ରୋଗରୁ ମୁକ୍ତି ଦେଇଥାଏ “ଖଜୁରୀ”,ଜାଣନ୍ତୁ ଏହାକୁ ପ୍ରତିଦିନ ଖାଇବା ଦ୍ଵାରା କେଉଁ ସମସ୍ୟା ଦୂର ହୋଇଥାଏ

ଖଜୁରୀ ଏପରି ଏକ ଫଳ ଯାହାକୁ ଖାଇବା ଶରୀର ପାଇଁ ବେଶ ଲାଭଦାୟକ। ଖଜୁରୀରେ ଏମିତି ଅନେକ ଗୁଣ ରହିଛି ଯାହାକୁ ଗୁଡ଼ାଏ ସମସ୍ୟାକୁ ଦୂରେଇ ଦେଇପାରେ। ଆପଣ ଦୈନିକ ଅତି କମରେ ୧୦ଟି ଖଜୁରୀ ଖାଇଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ।

ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ-

  • ଯଦି ଆପଣଙ୍କୁ ଥଣ୍ଡା ହୋଇଛି ତେବେ ୩ଟି ଖଜୁରୀ, ୨ରୁ୪ଟି ଗୋଟା ଗୋଲମରିଚ ଏବଂ ଗୋଟେ ଗୁଜୁରାତି ଖଣ୍ଡକୁ ପାଣିରେ ଫୁଟାଇ ଏହି ଫୁଟା ପାଣିକୁ ରାତିରେ ଶୋଇବା ପୂର୍ବରୁ ପିଇ ଶୋଇଲେ ଥଣ୍ଡା ସମସ୍ୟା ଦୂର ହୁଏ।
  • ହୃତତ୍ପିଣ୍ଡ ଜନିତ ସମସ୍ୟା ଥିଲେ ପ୍ରତିଦିନ ଖଜୁରୀ ଖାଆନ୍ତୁ। ଏଥିରେ ଥିବା ଫାଇବର ହୃତ୍ପିଣ୍ଡକୁ ସୁସ୍ଥ ରଖେ ଓ ହୃଦ୍ ସ୍ପନ୍ଦନରେ ନିୟନ୍ତ୍ରଣ ରୁହେ। ଖଜୁରୀରେ ଗ୍ଲୁକୋଜ, ସୁକ୍ରୋଜ ଏବଂ ଫ୍ରୁକ୍ଟୋଜ ମିଳିଥାଏ ଯାହା ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ। ଏହା କୋଲେଷ୍ଟ୍ରୋଲ ମାତ୍ରାକୁ କମ୍‌ କରିଥାଏ। ଯାହା ଫଳରେ ହୃଦୟ ଜନିତ ରୋଗର ଭୟ ରହିନଥାଏ।
  • ଖଜୁରୀରେ ପୋଟାସିୟମ ବହୁତ ମାତ୍ରାରେ ମିଳିଥାଏ ଏବଂ ସୋଡ଼ିୟମର ମାତ୍ରା କମ୍‌ ରହିଥାଏ। ଯାହା ସ୍ନାୟୁ ବିଭାଗ ପାଇଁ ବେଶ ଲାଭଦାୟକ ହୋଇଥାଏ। ଖଜୁରୀରେ ଥିବା ଆଇରନ୍‌ ରକ୍ତ ସମ୍ୱନ୍ଧୀୟ ରୋଗରୁ ମୁକ୍ତି ଦେଇଥାଏ।
  • ବହୁ ସମୟ ଧରି ଉପାସ ରହିବା ପରେ ଅନ୍ୟ କିଛି ଖାଇବା ପୂର୍ବରୁ ଖଜୁରୀ ୪ ରୁ ୫ଟି ଖାଆନ୍ତୁ। କାରଣ ଏହା ଆପଣଙ୍କ ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରିବ। ଯେଉଁମାନେ ଶରୀର ଓଜନ ହ୍ରାସ କରିବାକୁ ଚାହାଁନ୍ତି ସେମାନେ ସକାଳ ଜଳଖିଆରେ ୫ ରୁ ୬ଟି ଖଜୁରୀ ଖାଇଲେ ଭୋକ ଲାଗିବ ନାହିଁ ଓ ତା’ସହ ଶରୀରକୁ ଦରକାର ମୁତାବକ ଶକ୍ତି ମିଳେ।

ପଢନ୍ତୁ; ୫୧ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷୀତ୍‌!

Related posts

କଦଳୀ ପତ୍ରରେ ଭୋଜନ କରିବା ଦ୍ଵାରା କଣ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା

ENO Beuro

ସୁନା ପାଉଁଜିକୁ ପାଦରେ ପିନ୍ଧାଯାଏ ନାହିଁ କାହିଁକି ? ଜାଣନ୍ତୁ ଏହାର କାରଣ କ’ଣ

ENO Beuro

ଅଧିକ ଲୁଣ ଖାଉଛନ୍ତି କି? ଜାଣିରଖନ୍ତୁ ପ୍ରତିଦିନ କେତେ ଲୁଣ ଖାଇବା ଶରୀର ପାଇଁ ଭଲ?

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More