LIFESTYLE

ମାଛ ଖାଇବା ଦ୍ଵାରା ବଢିଥାଏ ଶିଶୁଙ୍କ ସ୍ମୃତିଶକ୍ତି ! ଜାଣନ୍ତୁ ମାଛ ଖାଇବାଦ୍ଵାରା ଆଉ କେଉଁ ଫାଇଦା ମିଳିଥାଏ?

ଆପଣଙ୍କୁ ଜଣା ନଥିବ ବୋଧେ ମାଛ ଖାଇବା ଆମ ଶରୀର ଶରୀର ପାଇଁ କେତେ ଲାଭଦାୟକ ଅଟେ। ଏଥିରେ ଥିବା ପୋଷାକତତ୍ଵ ଆମ ଶରୀର ପାଇଁ ବହୁତ ଫାଇଦାମୟ ହୋଇଥାଏ। ଏଥିପାଇଁ ସପ୍ତାହରେ ଥରେ ମାଛ ଖାଇବା ଜରୁରୀ ଅଟେ। ବୈଜ୍ଞାନିକଙ୍କ ମତ ଅନୁଯାୟୀ ଶିଶୁଙ୍କ ସ୍ମୃତିଶକ୍ତି ପାଇଁ ମାଛ ବିଶେଷ ଉପକାରୀ। ଖାଦ୍ୟରେ ସପ୍ତାହରେ ୨ କିମ୍ବା ୩ ଥର ମାଛ ଖାଉଥିବା ଶିଶୁଙ୍କ ସ୍ବୃତିଶକ୍ତି ପ୍ରଖର ହୋଇଥାଏ। ମାଛରେ ଥିବା ଓମେଗା-୩-ଏସ୍‌ ଫ୍ୟାଟି ଏସିଡ୍‌ ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ। ମାତ୍ର ସାଧାରଣତଃ ମାଛରେ କଣ୍ଟା ରହିଥିବାରୁ ଏହାକୁ ଖାଇବା ପାଇଁ ଶିଶୁ ଆଗ୍ରହ ପ୍ରକାଶ କରି ନ ଥାନ୍ତି। ଶିଶୁଙ୍କ ବୌଦ୍ଧିକ ବିକାଶରେ ମାଛ କିଭଳି ସହାୟକ ହୋଇଥାଏ।

ଏବେ ଆପଣଙ୍କୁ ଜଣାଉଛୁ ମାଛ ଖାଇଲେ କଣ ଫାଇଦା ମିଳିଥାଏ-

  1. ନିୟମିତ ମାଛ ଖାଇଲେ ଦୂର ହୋଇଥାଏ କ୍ୟାନସର ରୋଗ। କାରଣ ଏଥିରେ ଆମେଗା ୩ଫଟି ଭରପୁର ମାତ୍ରାରେ ଥାଏ।
  2. ମାଛ ଖାଇବା ଦ୍ଵାରା ମୋଟାପଣ ଦୁରହୋଇଥାଏ। ଏଥିପାଇଁ ମାଛ ଖାଇବା ନିହାତି ଜରୁର ଅଟେ।
  3. ସ୍ମରଣ ଶକ୍ତି  ବୃଦ୍ଧି କରିବାରେ  ସାହାଯ୍ୟ କରିଥାଏ ମାଛ।
  4. ମଧୁମେହ ରୋଗ ପାଇଁ ମାଛ ଖାଇବା ନିହାତି ଜରୁରୀ ଅଟେ। ଏଥିରେ ମଧ୍ୟ କୋଲେଷ୍ଟର କମିଥାଏ।
  5.  ମାଛରେ ଭିଟାମିନ ଏ ଭରପୁର ରହିଥାଏ। ଯାହାଦ୍ୱାରା ଆମ ଆଖି ରୋଗ ଦୂର ହୋଇଥାଏ।
  6. ମାଛ ଖାଉ ନ ଥିବା ପିଲାଙ୍କ ଏକାଗ୍ରତା ବାରମ୍ବାର ଭଙ୍ଗ ହୋଇଥିବାର ଦେଖାଯାଏ। ଏହି ମର୍ମରେ ପେନ୍ନସ୍‌ ପେରେଲ୍‌ମ୍ୟାନ୍‌ ସ୍କୁଲର ନିର୍ଦ୍ଦେଶକ ପିଣ୍ଟୋ ମାରର୍ଟିନ୍‌ କୁହନ୍ତି ମାଛ ଖାଇବା ଦ୍ୱାରା ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ଅନୁଭୁତ ହୋଇଥାଏ।
  7. ମାଛ ଖାଇବା ଦ୍ଵାରା ଶିଶୁଙ୍କ ମସ୍ତିଷ୍କର ବୌଦ୍ଧିକସ୍ତରକୁ ବିକଶିତ କରିଥାଏ। ଫଳରେ ପାରିପାର୍ଶ୍ୱିକ ସ୍ଥିତି, ପାଠପଢ଼ା, ରାସ୍ତାଘାଟ, ଘରର ଠିକଣା ଆଦି ଶିଶୁ ସହଜରେ ମନେ ରଖିପାରିଥାଏ।

ପଢନ୍ତୁ;

କୋମଳ ଓ ସୁନ୍ଦର ତ୍ଵଚା ଚାହୁଁଛନ୍ତି କି ? ତେବେ ଲଗାନ୍ତୁ ମୁଲତାନୀ ମାଟି

Related posts

ପ୍ରତିଦିନର ଭୋଜନ କେମିତି କରିବେ ତା ଉପରେ କିଛି ବିଶେଷ ତଥ୍ୟ

ENO Beuro

ଘରୋଇ ଉପାୟରେ ଆପଣାନ୍ତୁ ଆଖି ତଳୁ କଳା ଦାଗ ଦୂର କରିବା ପାଇଁ ମୁଲତାନ ମିଟି

ENO Beuro

ରକ୍ତଚାପଜନିତ ଅସୁବିଧାକୁ ଦୂର କରିବାକୁ ଖାଆନ୍ତୁ “ରାଶି ଲଡୁ” ,ଜାଣନ୍ତୁ ଏହାକୁ ଖାଇବା ଦ୍ଵାରା କେଉଁ କେଉଁ ସମସ୍ୟା ଦୂର ହୋଇଥାଏ?

ENO Beuro

Leave a Comment