• Home
  • LIFESTYLE
  • ହୃଦରୋଗ ଜନିତ ରୋଗରୁ ସୁରକ୍ଷିତ ରଖିଥାଏ ପଣସ!
LIFESTYLE

ହୃଦରୋଗ ଜନିତ ରୋଗରୁ ସୁରକ୍ଷିତ ରଖିଥାଏ ପଣସ!

ପଣସ ଖାଇବାକୁ ଖାଲି ସ୍ଵାଦିଷ୍ଟ ନୁହେଁ ଏଥିରେ ମଧ୍ୟ ଅନେକ ଔଷଧୀୟ ଗୁଣ ଭରପୁର ରହିଥାଏ। କିନ୍ତୁ ଆଜମା ରୋଗୀ ମାନଙ୍କ ପାଇଁ ପଣସଠାରୁ ଭଲ ଔଷଧ ନାହିଁ। କେବଳ ଏତିକି ନୁହେଁ ହରମୋନକୁ ନିୟନ୍ତ୍ରିତ କରିବାରେ ମଧ୍ୟ ଏହା ଲାଭଦାୟକ ପ୍ରମାଣିତ ହୋଇଛି।ଏଥିରେ ଏମିତି କିଛି ପୋଷକ ତତ୍ୱ ଅଛି ଯାହା ଶରୀରର ବିଭିନ୍ନ ଆବଶ୍ୟକତାକୁ ପୂରା କରିଥାଏ। ଏଥିରେ ଭିଟାମିନ୍ ଏ, ସି, ଫାଇବର୍ ,କ୍ୟାଲସିୟମ୍, ଆଇରନ୍, ପୋଟାସିୟମ୍ ପ୍ରଚୁର ମାତ୍ରାରେ ଅଛି। ଏହା ହୃଦରୋଗ ପାଇଁ ବେଶ୍ ଲାଭଦାୟକ ମଧ୍ୟ।

ଜାଣନ୍ତୁ ପଣସର କିଛି ଔଷଧୀୟ ଗୁଣ ସମ୍ପର୍କରେ-

  • ପଣସରେ ପ୍ରଚୁର ପରିମାଣର ମ୍ୟାଗ୍ନେସିୟମ ଅଛି । ତେଣୁ ଏହାକୁ ଖାଇଲେ ଶରୀରର ହାଡ ମଜଭୂତ ହୋଇଥାଏ।
  • ପଣସରେ ଥିବା ଭିଟାମିନ୍ –ସି ପାଇଁ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ।
  • ପଣସରେ ଥିବା ପୋଟାସିୟମ୍ ହୃଦରୋଗ ଜନିତ ରୋଗରୁ ସୁରକ୍ଷିତ ରଖିଥାଏ। ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା ଖୁବ୍ ଲାଭଦାୟକ।
  • ଏଥିରେ ଥିବା ଆଇରନ୍ ଏନିମିଆ ରୋଗରୁ ରକ୍ଷା କରିଥାଏ। ଏହା ସହ ପଣସ ରକ୍ତ ସଂଚାଳନକୁ ମଧ୍ୟ ନିୟନ୍ତ୍ରିତ ରଖିଥାଏ।
  • ଆଜମା ରୋଗୀଙ୍କ ପାଇଁ ପଣସ ଖୁବ୍ ଭଲ ଔଷଧ ରୂପେ ବିବେଚିତ ହୋଇଛି। କଂଚା ପଣସକୁ କିଛି ସମୟ ପାଣିରେ ସିଝାଇ ବାହାର କରିଦିଅନ୍ତୁ। ଥାଣ୍ଡା ହୋଇଗଲା ପରେ ଏହି ପାଣିକୁ ପିଅନ୍ତୁ। ଏପରି ନିୟମିତ ରୂପେ କଲେ ଆଜମା ରୋଗରୁ ଆରାମ ମିଳିଥାଏ।

ହୃଦରୋଗ ଜନିତ ରୋଗରୁ ସୁରକ୍ଷିତ ରଖିଥାଏ ପଣସ! jackfruiit

ପଢନ୍ତୁ; ଝୁଣାକୁ ବ୍ୟବହାର କରି ଘରୁ କିପରି ବାସ୍ତୁ ଦୋଷ ଦୂର କରିପାରିବେ? ଆସନ୍ତୁ ଜାଣିବା

Related posts

ଉଜ୍ଜଳ ତ୍ଵଚା ଓ ସୁନ୍ଦର କେଶ ପାଇଁ ପାଚିଲା କଦଳୀ ର ବ୍ୟବହାର ବିଷୟରେ ଜାଣନ୍ତୁ

Krishna Kumar Manoj

ଜିରା ଓ ଗୁଡ଼ ମିଶ୍ରିତ ପାନୀୟ ପିଇବା ଦ୍ଵାରା କି କି ଲାଭ ମିଳେ ଆସନ୍ତୁ ଜାଣିବା

Krishna Kumar Manoj

ଖରାଦିନେ କେଉଁ ସବୁ ପରିବାଠୁ ଦୂରେଇ ରହିବା ସ୍ୱାସ୍ଥ୍ୟ ପାଇଁ ଭଲ ଜାଣନ୍ତୁ? 

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More