ଆପଣଙ୍କର ମଧୁମେହ ସମସ୍ୟା ରହିଛି କି? ତେବେ ଖାଆନ୍ତୁ ଜାମୁକୋଳି

jamun

ଜାମୁକୋଳିକୁ ଆମେ ଖୁବ୍‍ ଆଗ୍ରହ ସହକାରେ ଖାଇଥାଉ। କ’ଣ ଆପଣ ଜାଣନ୍ତି ଯେ, ଏହା ଯେତିକି ସୁସ୍ୱାଦୁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ? ଜାମୁକୋଳିରେ ପୋଷକ ତତ୍ତ୍ୱ ଭରି ରହିଛି। ଏଥିରେ ଆଇରନ୍, କ୍ୟାଲ୍ସିୟମ୍, ଭିଟାମିନ୍ ସି’ ଏବଂ ବି’ ପ୍ରଚୁର ପରିମାଣରେ ରହିଛି। ଯଦି ଆପଣଙ୍କ ଶରୀରରେ ହିମୋଗ୍ଲୋବିନର ଅଭାବ ରହିଛି, ତେବେ ଜାମୁକୋଳି ଆପଣଙ୍କ ଏହି ସମସ୍ୟାକୁ ଦୂର କରିଥାଏ।

ଯଦି ଆପଣଙ୍କର ମଧୁମେହ ସମସ୍ୟା ରହିଛି ତେବେ ଜାମୁକୋଳି ଆପଣଙ୍କ ପାଇଁ ବହୁ ଉପଯୋଗୀ । ଜାମୁକୋଳିକୁ ଗୁଣ୍ଡ କରି ଖାଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣରେ ରହିଥାଏ । ଏହା ପାଇଁ ଜାମୁକୋଳି ଗୁଣ୍ଡକୁ ଦୈନିକ ପାଣିରେ ମିଶାଇ ସେବନ କରନ୍ତୁ । ଦେଖିବେ ଖୁବ୍‌ ଶୀଘ୍ର ଆପଣଙ୍କ ମଧୁମେହ ନିୟନ୍ତ୍ରିତ ହୋଇଯିବ ।

jamun

ଗଣ୍ଠିବାତ ଓ ରକ୍ତହୀନତା ରୋଗୀଙ୍କ ପାଇଁ ଏହା ବେଶ୍‌ ଉପଯୋଗୀ। ଜାମୁକୋଳି ଗଛର ଛାଲିକୁ ଛେଚି ତାକୁ ସିଝାଇ ପାଣି ମରିଗଲେ ଏହାକୁ ଆଣ୍ଠୁଗଣ୍ଠିରେ ଲଗାଇଲେ ମିଳେ ଆରାମ। ତେବେ ଅଧିକ ମାତ୍ରାରେ ଜାମୁକୋଳି ଖାଇବା ଦ୍ୱାରା ଜ୍ୱର ହେବାର ସମ୍ଭାବନା ଥାଏ। ସେହିପରି ଖାଲି ପେଟରେ ଜାମୁକୋଳି ନ ଖାଇବାକୁ ବାରଣ କରାଯାଇଥା। ଜାମୁକୋଳି ଖାଇବା ପରେ କ୍ଷୀର ପିଇବା ଅନୁଚିତ। ବିଷାକ୍ତ ଜନ୍ତୁ କାମୁଡ଼ିବା ପରେ ଜାମୁ ପତ୍ରର ରସ ପିଇଲେ ମିଳିଥାଏ ଆରାମ।

କ୍ଷତ ସ୍ଥାନରେ ଜାମୁକୋଳିର କଅଁଳ ପତ୍ରକୁ ଛେଚି ବାନ୍ଧିଲେ ଏହା ଶୀଘ୍ର ଶୁଖି ଯାଇଥାଏ। କାରଣ ଜାମୁପତ୍ରରେ କ୍ଷତ ଶୁଖିବାର କ୍ଷମତା ରହିଛି। ଜାମୁକୋଳି ଯକୃତକୁ ସୁସ୍ଥ ରଖିବା ସହିତ ମୂତ୍ରାଶୟ ସମସ୍ୟା ମଧ୍ୟ ଦୂର କରେ।

ଜାମୁକୋଳି, ମହୁ ଓ ଗୋଲାପ ଫୁଲର ରସ ପ୍ରତିଦିନ ସକାଳୁ ସେବନ କଲେ ସମସ୍ତ ଶାରିରୀକ ଦୁର୍ବଳତା ଦୂର ହୋଇଥାଏ। ସେହିପରି ଏହାକୁ ପ୍ରତିଦିନ ସେବନ କଲେ ଯୌନ ତଥା ସ୍ମରଣ ଶକ୍ତି ବୃଦ୍ଧି ପାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି।

ପଢନ୍ତୁ; ଓଡିଶାରେ ପହଞ୍ଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More