LIFESTYLE

ନିମ୍ବ ପତ୍ରର ରହିଛି ଅନେକ ଔଷଧୀୟ ଗୁଣ: ଆସନ୍ତୁ ଜାଣିବା ସେଗୁଡିକ କଣ କଣ

ନିମ୍ବ ଗଛ କେତେ ଉପକାରୀ ତାହା ଆମେ ଜାଣୁ। ନିମ୍ବ ଛେଲି, ଫୁଲ, ମଞ୍ଜିର ବ୍ୟବହାର ତ ଆମକୁ ଜଣା ମାତ୍ର  ନିମ୍ବ ପତ୍ରରେ ମଧ୍ୟ ରହିଛି ଅନେକ ଔଷଧୀୟ ଗୁଣ। ନିମ୍ବ ପତ୍ର ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟା ଦୂର ହେବା ସହ ଶରୀର ପାଇଁ ବେଶ ଉପକାରୀ ଅଟେ। ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ଵାରା ଆମର ସବୁ କି କି ପ୍ରକାରର ଉପକାର ମିଳେ…..

୧) କେଶ ପାଇଁ ନିମ୍ବ ପତ୍ର କେଉଁ ବରଦାନ ଠାରୁ କମ ନୁହେଁ। ସାମ୍ପୁ ପରିବର୍ତ୍ତେ ନିମ୍ବ ପତ୍ରକୁ ପେଷ୍ଟ କରି କେଶ ସଫା ପାଇଁ ବ୍ୟବହାର କରିବା ଦ୍ୱାରା କେଶର ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ।


୨) ନିୟମିତ ସକାଳ ସମୟରେ ନିମ ପତ୍ର ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ। ହଜମ ପ୍ରକ୍ରିୟା ସୂଚାରୁ ରୂପେ ହୋଇଥାଏ।
୩) ଖାଲି ପେଟରେ ନିୟମିତ ଅଳ୍ପ ନିମ ପତ୍ର ଖାଇବା ଦ୍ୱାରା କର୍କଟ ଓ ହୃଦ ଜନିତ ରୋଗ ଠାରୁ ଶରୀରକୁ ଦୂରେଇ ରଖେ।
୪) ନିମ କାଠିକୁ ଦାନ୍ତ ଘଷିବା ସମୟରେ ବ୍ୟବହାର କରିବା ଦ୍ୱାରା ଦାନ୍ତ ମଜଭୂତ କରିଥାଏ, ଦାନ୍ତରୁ ଦୂଷିତ ପଦାର୍ଥ ବାହାର କରିବା ସହ ଦାନ୍ତ ଜନିତ ବିଭିନ୍ନ ସମସ୍ୟା ଦୂର କରିଥାଏ।


୫) ମଧୁମେହ ରୋଗୀ ସପ୍ତାହକୁ ୩ରୁ ୪ ଥର ନିମ ପତ୍ର ଖାଇବା ଦ୍ୱାରା ମଧୁମେହରୁ କିଛି ମାତ୍ରାରେ ଉପକାର ମିଳିଥାଏ।
୬) ଗଳା ଦରଜ ହେଉଥିଲେ ନିମ ପତ୍ର ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାସହ ପାଚନ କ୍ରିୟାକୁ ନିମ ପତ୍ର ସୁସ୍ଥ ରଖିଥାଏ।
ପଢନ୍ତୁ: କେଶ ଓଦା ଥିବା ସମୟରେ ଏହି ସବୁ କାମ କରିବା ଦ୍ଵାରା କେଶ ଝଡ଼ିଥାଏ: ଜାଣନ୍ତୁ କଣ ସେଗୁଡିକ

Related posts

ଆପଣ ଜାଣିଛନ୍ତି କି ? ଗର୍ଭବତୀ ମହିଳାଙ୍କ ପାଇଁ ମାଠିଆ ପାଣି ଅତ୍ୟନ୍ତ ଉପାଦେୟ ! ଜାଣନ୍ତୁ ଏହାର କିଛି ଉପକାରିତା ବିଷୟରେ

ENO Beuro

ମୋଟାପଣରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ତେବେ ସକାଳେ ପିଅନ୍ତୁ ଏହି ପତ୍ର ରସ

ENO Beuro

ଆପଣ ଜାଣନ୍ତି କି ? ଅଧିକ ମାତ୍ରାର ନାଜାଲ୍ ଡ୍ରପର ପ୍ରୟୋଗ ଶରୀର ପାଇଁ କ୍ଷତିକାରକ ହୋଇପାରେ ! ଜାଣନ୍ତୁ

ENO Beuro

1 comment

Leave a Comment