LIFESTYLE

ପ୍ରତିଦିନ ସକାଳେ କଞ୍ଚା ମୂଳା ଖାଇବା ଦ୍ଵାରା କଣ ଲାଭ ମିଳିଥାଏ? ଜାଣନ୍ତୁ

ଶୀତଋତୁରେ ବଜାରକୁ ଆସୁଥିବା ପନିପରିବା ମଧ୍ୟରେ ମୂଳା ଅନ୍ୟତମ । ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ବ୍ୟବହୃତ ହେଉଥିବା ମୂଳାକୁ କଞ୍ଚା ସାଲାଡ୍ କରି ମଧ୍ୟ ଖାଇ ହୁଏ । ମୂଳାରେ ଔଷଧୀୟ ମୂଲ୍ୟ ଭରପୂର ଥିବା ବିଭିନ୍ନ ଗବେଷଣାରୁ ଜଣାଯାଇଛି ।

ସକାଳେ କଞ୍ଚା ମୂଳା ଖାଇବା ଦ୍ଵାରା କଣ ଫାଇଦା ମିଳିଥାଏ?

ଆସନ୍ତୁ ଜାଣିବା

ମୂଳା ବୃକକ୍ ନିମନ୍ତେ ଅତ୍ୟନ୍ତ ଉପଯୋଗୀ ହୋଇଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ। ମୂଳାରେ ଫାଇବର ଅଧିକ ରହିଥାଏ ଯାହା କୋଷ୍ଠକାଠିନ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହା ଅନ୍ତ୍ରକୁ ସୁସ୍ଥ ରଖିଥାଏ। ମୂଳା ହଜମ କ୍ରିୟାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ପେଟ ସମ୍ବନ୍ଧୀୟ ରୋଗରେ ଯଦି ମୂଳା ରସରେ ଅଦା ରସ ଲେମ୍ବୁ ମିଶାଇ ପିଇବେ ତେବେ କ୍ଷୁଧା ବଢ଼ିଥାଏ।

radish

ଅଧା ପ୍ଲେଟ ମୂଳା ରସରେ ଅଳ୍ପ ଲେମ୍ବୁ ଓ ଲୁଣ ମିଶାଇ ପିଇଲେ ବିଢେଳ ଶରୀର ସୁଢଳ ରୂପ ନିଏ । ଅନାବଶ୍ୟକ ଚର୍ବି ହ୍ରାସ ପାଏ । ଏହାକୁ କେହି କେହି ସ୍ଲିମିଂ ଜୁସ୍ ବି କୁହନ୍ତି ।

ପାକସ୍ଥଳୀରେ କୈାଣସି ପ୍ରକାର ସମସ୍ୟା ପରିଲକ୍ଷିତ ହେଲେ ନିୟମିତ ଖାଦ୍ୟରେ ମୂଳା ଖାଇବା ଉଚିତ୍। ଏହା ସହିତ ପୋଲିଓ ରୋଗରେ ମଧ୍ୟ ମୂଳା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପ୍ରତିଦିନ ସକାଳେ କଞ୍ଚା ମୂଳା ଖାଇବା ଦ୍ବାରା ପୋଲିଓ ରୋଗ ଠିକ୍ ହୋଇଯାଇଥାଏ।

କଞ୍ଚା ମୂଳା ନିୟମିତ ଖାଇଲେ ମଳକଣ୍ଟକ ଓ ଅର୍ଶ ରୋଗ ନିୟନ୍ତ୍ରିତ ରହିବା ସହିତ ରକ୍ତ କ୍ଷରଣ ବନ୍ଦ ହୋଇଥାଏ ।

ପଢନ୍ତୁ;  ସ୍ବତନ୍ତ୍ର ଭ୍ୟାନିଟି ଭ୍ୟାନ୍‌ ସହ ଚାଟାର୍ଡ ଫ୍ଲାଇଟ୍‌ରେ ଓଡିଶା ପହଞ୍ଚିବେ କିଙ୍ଗ୍ ଖାନ୍

Related posts

ଆପଣ କାକୁଡି ଖାଉଛନ୍ତି କି ? ସାବଧାନ ନଚେତ୍ ହୋଇପାରେ ଅନେକ ସମସ୍ୟା !

ENO Beuro

ଝିଅମାନେ କ’ଣ ପାଇଁ ଗୋଡରେ କଳା ସୂତା ପିନ୍ଧନ୍ତି ଜାଣନ୍ତୁ

ENO Beuro

ଆପଣ ଗ୍ୟାଷ୍ଟିକ ସମସ୍ୟାରେ ଗତି କରୁଛନ୍ତି କି? ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆପଣାନ୍ତୁ ଏହି ସ୍ଵତନ୍ତ୍ର ଉପାୟ!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More