LIFESTYLE

ଓଜନ ବଢାଇବାରେ ସାହାଯ୍ୟ କରିଥାଏ ସୋୟାବିନ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ସୋୟାବିନରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥାଏ । ଏହା ଅଣ୍ଡା , ଦୁଗ୍ଧ ଓ ମାଂସରେ ମିଳୁଥିବା ପ୍ରୋଟିନ୍ ଠାରୁ ମଧ୍ୟ ଅଧିକ । ଏହାଛଡା ଏଥିରେ ଭିଟାମିନର କଂପ୍ଲେକ୍ସ , ଭିଟାମିନ୍ –ଇ , ମିନେରାଲ୍ସ ଓ ଏମିନୋ ଏସିଡ୍ ପର୍ଯ୍ୟପ୍ତ ମାତ୍ରାରେ ଥାଏ । ଶରୀରର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ବ୍ୟତୀତ ଆହୁରି ଅନେକ ପ୍ରକାରର ରୋଗର ଉପଚାରରେ ସାହାଯ୍ୟ କରିଥାଏ।

ଆସନ୍ତୁ ଜାଣିବା ସୋୟାବିନର ଉପକାରିତା ସମ୍ପର୍କରେ-

ଯଦି ଆପଣଙ୍କୁ ରାତିରେ ନିଦ ଆସେ ନାହିଁ , ତେବେ ସୋୟାବିନ୍‌ ଖାଆନ୍ତୁ। ଏଥିରେ ଥିବା ମ୍ୟାଗ୍ନେସିୟମ୍‌ ତାଙ୍କୁ ନିଦ୍ରା ଆଣିବାରେ ସହାୟକ ହେବ। ସୋୟାବିନ୍‌ରେ ଥିବା ଲେସିଥିନ୍‌ ଲିଭର ପାଇଁ ମଧ୍ୟ ଲାଭଜନକ। ମଧୁମେହ ରୋଗୀମାନଙ୍କ ପାଇଁ ସୋୟାବିନ୍‌ ତେଲରୁ ପ୍ରସ୍ତୁତ ଖାଦ୍ୟ ଅତ୍ୟଧିକ ଲାଭପ୍ରଦ।

ନିଜର ଓଜନ ବୃଦ୍ଧି କରିବାକୁ ମଧ୍ୟ ଅଙ୍କୁରିତ ସୋୟାବିନ୍‌ର ସେବନ ମଧ୍ୟ ଭଲ। ସୋୟାବିନ୍‌ର ଦୁଧ ପିଇବା ଲାଭଜନକ । ଠିକ୍‌ ସେହିପରି ସୋୟାବିନ୍‌ର ଘୋଳ ଦହି ପିଇଲେ ପେଟରେ ଥିବା କୃମି ନାଶ ହୋଇଥାଏ।

ସୋୟାବିନରୁ ମିଳୁଥିବା ଆଣ୍ଟି-ଅକ୍ସିଡେଣ୍ଟସ୍ ଅନେକ ପ୍ରକାରର କ୍ୟାନସର ରୋକିବାରେ ସାହାଯ୍ୟ କରେ । ଏହା ଶରୀରରେ କ୍ୟାନସର ସୃଷ୍ଟି କରୁଥିବା କୋଷିକାଗୁଡିକୁ ରୋକିଥାଏ । ସୋୟାବିନ୍ ରେ ଥିବା କଣ୍ଟେଂଟ କୋଲୋନ୍ କ୍ୟାନସର ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରେ।

ଯେକୌଣସି ପ୍ରାକାର ରୋଗରେ ସୋୟାବିନର ସେବନ ଅନେକ ଫାଇଦାପୂର୍ଣ୍ଣ ଥାଏ । ଏହା ମାନସିକ ସନ୍ତୁଳନକୁ ସମତୁଲ ରଖି ମସ୍ତିଷ୍କକୁ ସକ୍ରିୟ କରେ । ଏହା ବ୍ୟତୀତ ହୃଦୟ ରୋଗ ରେ ମଧ୍ୟ ସୋୟାବିନର ସେବନ ବହୁତ ଦରକାରୀ ଅଟେ।

ପଢନ୍ତୁ; ପପୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର,ଆଇସିୟୁରେ ଚାଲିଛି ଚିକିତ୍ସା: ଗୁଜବ ସୃଷ୍ଟି ନ କରିବାକୁ ପତ୍ନୀଙ୍କ ଅନୁରୋଧ

Related posts

ଆପଣ ପ୍ରତି ଦିନ ନଖ କାମୁଡୁଛନ୍ତି କି ? ଏହି ଅଭ୍ୟାସକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

ପତଳା ଶରୀର ପାଇଁ ଚିନ୍ତିତ ଅଛନ୍ତି କି ?ଆସନ୍ତୁ ଜାଣିବା କିଛି ଟିପ୍ସ କିପରି ଓଜନ ବଢାଇବା

ENO Beuro

ନିଜକୁ ଫିଟ୍‌ ରହିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

ENO Beuro

1 comment

Leave a Comment