ଖରାଦିନେ ଲିଚୁ ଖାଇବା ଶରୀର ପାଇଁ ବେଶ ଲାଭଦାୟକ। ଏହା ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଫଳ ଖାଇବା ଦ୍ୱାର ଅନେକ ରୋଗରୁ ଉପଶମ ମିଳିଥାଏ।
ଆସନ୍ତୁ ଜାଣିବା ଏହାର ଉପକାରିତା ଗୁଣ ବିଷୟରେ–
- କ୍ୟାନସର କୋଷିକାଗୁଡିକର ବୃଦ୍ଧିକୁ ଲିଚୁ ରୋକିଥାଏ। ତେଣୁ ଏହାଦ୍ୱାରା କ୍ୟାନସର ହେବା ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ। ଏହା ଶରୀରର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ।
- ଲିଚୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ଅନେକାଂଶରେ ମୁକ୍ତି ମିଳିଥାଏ। ଏହା ସହ ମେଦବହୁଳତା ଦୂର ନିମନ୍ତେ ଲୁଚିକୁ ଖାଦ୍ୟରେ ବ୍ୟବହାର କରାଯାଇପାରିବ।
- ଆଜିକାଲି ରାକ୍ତଚାପ ଏକ ସାଧାରଣ ରୋଗରେ ପରିଣତ ହୋଇଗଲାଣି। ଅଧିକାଂଶ ଲୋକ ରକ୍ତଚାପ ସମସ୍ୟାକୁ ନେଇ ଚିନ୍ତିତ ରହୁଛନ୍ତି। ଏପରି ସମସ୍ୟା ଥିଲେ ନିୟମିତ ଲିଚୁ ଖାଆନ୍ତୁ। ପ୍ରତିଦିନ ଦୁଇଟି ବିସ୍କୁଟ ଖାଇ ଲିଚୁ ଜୁସ୍ ପିଅନ୍ତୁ। ରକ୍ତଚାପରୁ ମୁକ୍ତି ପାଇଯିବେ।
- ଲିଚୁ ଖାଉଥିବା ଲୋକର କେଶ ମଜବୁତ୍ ରହେ। ଏହା କେଶ ବୃଦ୍ଧିରେ ସହାୟକ ହୋଇଥାଏ। କାରଣ ଲିଚୁରେ ଅଧିକ ମାତ୍ରାରେ ଭିଟାମିନ୍ ସି ଥାଏ; ଯାହା କି କେଶ ପାଇଁ ଖୁବ୍ ଉପଯୋଗୀ ଅଟେ।
ପଢନ୍ତୁ; ରଜନୀକାନ୍ତଙ୍କ ଫିଲ୍ମକୁ ମିଳିଲା ମଞ୍ଜୁରୀ: ‘କାଲା’ଫିଲ୍ମର ରିଲିଜ୍ ରୋକାଯିବନି