LIFESTYLE

ଆପଣଙ୍କ କେଶକୁ ମଜଭୁତ ହେବା ସହ ସିଲ୍କି ରଖିବାକୁ ଚାହୁଁଛନ୍ତି କି ? ତେବେ ବ୍ୟବହାର କରନ୍ତୁ “ଅଁଳା”

କେଶ ଝଡିବାରୁ ରକ୍ଷା କରେ ଅଁଳା

ସମସ୍ତେ କେଶକୁ ବହୁତ ଭଲପାଆନ୍ତି ଓ ନିଜ ନିଜର କେଶକୁ ନେଇ ବେଶ ସଚେତନ ମଧ୍ୟ ଥାଆନ୍ତି । ଯଦି କେଶ ଟିକିଏ ବି ଯଦି ଖରାପ ହୋଇଯାଏ ଏବଂ ଝଡିବାରେ ଲାଗେ ଆମେ ବହୁତ ଦୁଃଖୀ ହୋଇଯାଇଥାଉ । ଯେତେବେଳେ କେଶ ଝଡେ କିମ୍ବା ଫାଟେ, ଏଇ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମେ ବିଭିନ୍ନ ପ୍ରକାର ସାମ୍ପୋ ଓ କଣ୍ଡିସନର ବ୍ୟବହାର କରିଥାଉ ଯାହା କେଶ ପାଇଁ କ୍ଷତିକାରକ । କିନ୍ତୁ କେଶର ଯତ୍ନ ନେବା ସହ ସମସ୍ୟା ଦୂର କରିବା ପାଇଁ ଆପଣ ବ୍ୟସ୍ତ ନହୋଇ ପ୍ରାକୃତକି ଉପାୟ ଅବଲମ୍ବନ କରିବା ଉଚିତ।

କେଶକୁ ସୁନ୍ଦର,ମଜଭୁତ ଓ ସିଲ୍କି କରିବା ପାଇଁ ଅଁଳା ବ୍ୟବହାର କରନ୍ତୁ । ଅଁଳାକୁ ନଡିଆ ତେଲରେ ମିଶାଇ କେଶ ମୂଳରେ ମାଲିସ କରନ୍ତୁ । ସପ୍ତାହରେ ଥରେ ଏପରି କଲେ ଆପଣଙ୍କ କେଶ ମଜଭୁତ ହେବା ସହ ସିଲ୍କି ରହେ।

ଅଁଳା, ଶିକାକାଇ, ଭୃଗରାଜକୁ ଗୁଣ୍ଡ କରି ରଖନ୍ତୁ ଓ ଏହି ଗୁଣ୍ଡକୁ ପାଣିରେ ଗୋଳାଇ ଲୁହା ପାତ୍ରର ରଖନ୍ତୁ । ନିୟମିତ ବ୍ୟବଧାନରେ ଏହି ଲେପକୁ କେଶରେ ଲଗାନ୍ତୁ କିଛି ସମୟ ପରେ କେଶ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା କେଶର ସବୁ ସମସ୍ୟାରୁ ରକ୍ଷା ପାଇପାରିବେ । ଏହା ଛଡା କେବଳ ଅଁଳା ଗୁଣ୍ଡକୁ ମଧ୍ୟ ଚୁଟିରେ ଲଗାଇଲେ, କେଶ ମଜଭୁତ ହୁଏ । କେବଳ ଏତିକି ନୁହଁ ଅଁଳା ରସକୁ ସେବନ କଲେ ମଧ୍ୟ କେଶର ବିଭିନ୍ନ ସମସ୍ୟାରୁ ରକ୍ଷା ପାଇପାରିବେ।

ପଢନ୍ତୁ;

ବାସ୍ତବରେ ଆପଣଙ୍କୁ କେହି ଈର୍ଷା କରୁଛନ୍ତି ବୋଲି ଜାଣିବେ କେମିତି ?

Related posts

କ’ଣ କଲେ ଆପଣଙ୍କୁ ରାତିରେ ସୁ-ନିଦ୍ରା ହେବ? ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ହାର୍ଟ ଜନିତ ସମସ୍ୟା ପାଇଁ ଖାଆନ୍ତୁ ଏହି ଫଳ ! ପାଇପାରିବେ ଅନେକ ଉପକାରିତା

ENO Beuro

ଦୈନଦିନ ରୋଷେଇ ଘରେ ବ୍ୟବହୃତ ଜୀରାର ଉପକାରୀ ଗୁଣ ବିଷୟରେ ନଜର ପକାନ୍ତୁ

ENO Beuro

1 comment

Leave a Comment